'ରଜ' ପାଇଁ ଓଡ଼ିଶାବାସୀଙ୍କୁ ମୋଦି ଓ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆଙ୍କ ଅନ୍ୟତମ ବଡ଼ ଗଣପର୍ବ ହେଉଛି ରଜ। ଆଜି ଥିଲା ପହିଲି ରଜ। ଏଥିପାଇଁ ଘରେ ଘରେ ପିଠା, ମିଠା ଓ ପାନର ବାସ୍ନା। ତା’ ସହ ଦୋଳି ଓ ବାଗୁଡ଼ି ଖେଳ। ତିନିଦିନିଆ ରଜ ଉତ୍ସବ ପାଳନ ପାଇଁ ଉପକୂଳ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ର ରଜ ପର୍ବ ଏକ ପବିତ୍ର ଉତ୍ସବ […]

pm-modi-and-cm-naveen-patnaik-to-address-meetings-in-kendrapara-on-tuesday

Manoranjan Sial
  • Published: Friday, 14 June 2019
  • , Updated: 14 June 2019, 08:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆଙ୍କ ଅନ୍ୟତମ ବଡ଼ ଗଣପର୍ବ ହେଉଛି ରଜ। ଆଜି ଥିଲା ପହିଲି ରଜ। ଏଥିପାଇଁ ଘରେ ଘରେ ପିଠା, ମିଠା ଓ ପାନର ବାସ୍ନା। ତା' ସହ ଦୋଳି ଓ ବାଗୁଡ଼ି ଖେଳ। ତିନିଦିନିଆ ରଜ ଉତ୍ସବ ପାଳନ ପାଇଁ ଉପକୂଳ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ୱିଟର ପେଜ୍‌ରେ ଲେଖିଛନ୍ତି-“ଓଡ଼ିଶାର ରଜପର୍ବ ଏକ ପବିତ୍ର ଉତ୍ସବ। ଯାହା ଆମ ସମାଜରେ ଭାତୃତ୍ୱ ଓ ଖୁସିକୁ ସୁଦୃଢ଼ କରିଥାଏ। ଏହି ଅବସରରେ ମୋର ସମସ୍ତଙ୍କୁ ଶୁଭକାମନା। ସମସ୍ତଙ୍କର ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।”

ସେହିପରି ଓଡ଼ିଶାର ଅନନ୍ୟ ଗଣପର୍ବ 'ରଜ' ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ନବୀନ। ତା’ସହ ସମସ୍ତଙ୍କ ସୁଖ ଓ ସମୃଦ୍ଧି ମଧ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

Related story