ଫେଲ ମାରିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା! ଦୁର୍ଦ୍ଦିନରେ ବିତୁଛି ଜୀବନ

ସୋର (ଓଡ଼ିଶା ରିପୋର୍ଟର): ଗରିବଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ୍ଚ କରାଯାଉଛି। ହେଲେ ଦୁଃଖର ବିଷୟ ସେହି ଯୋଜନା ପ୍ରକୃତ ହିତାଧିକରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। କେତେକ ଧନୀ ବ୍ୟକ୍ତି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାତେଇ ଥିବା ଅଭିଯୋଗ ହେଉଛି।  ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ଆଟପୁର ପଞ୍ଚାୟତରୁ।

ବେଲଦା ଗାଁର ଲକ୍ଷ୍ମଣ ପରିଡ଼ା। ବୟସ ୭୦ ଟପିଲାଣି। ନଇଁ ନଇଁ ଚାଲୁଛନ୍ତି। ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଖଣ୍ଡିଏ ନାହିଁ। ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି। ଗୋଟିଏ ଓଳି ଖାଇଲେ ଆର ଓଳି ଉପାସ ରହିବାକୁ ପଡ଼ୁଛି। ପ୍ରଧାନମନ୍ତ୍ରୀ ଆବାସ ବା ଭତ୍ତା ଯୋଜନାରେ ଏପର୍ଯ୍ୟନ୍ତ ସେ ସାମିଲ ହୋଇପାରି ନାହାନ୍ତି। ଏନେଇ ସେ ବହୁ ବାର ପ୍ରଶାସନ ପାଖରେ ଗୁହାରି କରି ନିରାଶ ହୋଇଛନ୍ତି।

ସେହିପରି ଗାଁର ମୀନା ବାରିକ। ସ୍ୱାମୀ ବାହାରେ ରହୁଥିବା ବେଳେ ପଲିଥିନ ତେଳେ ୩ ପିଲାଙ୍କୁ ରହୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ସେ ବହୁ ବାର ପ୍ରଶାସନ ପାଖରେ ଦ୍ୱାରସ୍ଥ ହୋଇଛନ୍ତି। ମାତ୍ର ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଲାଞ୍ଚ ଦେଇ ପାରିନଥିବାରୁ ତାଙ୍କୁ ଘର ମିଳୁନଥିବା ସେ ଅଭିଯୋଗ କରିଛନ୍ତି।

[vc_video link="" align="center"]

ଲକ୍ଷ୍ମଣ ପରିଡ଼ା କହିଛନ୍ତି-“ମୋର ଜମିବାଡ଼ି କିଛି ନାହିଁ। ପର ଜମିରେ ଖଟି ଚଳୁଛୁ। ଏପର୍ଯ୍ୟନ୍ତ ଭତ୍ତା ମଧ୍ୟ ମିଳୁନି। ଏନେଇ ସରପଞ୍ଚ ପାଖରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନି।”

ପଞ୍ଚାୟତରେ ଧନୀ ଶ୍ରେଣୀର ଲୋକେ ଇନ୍ଦରା ଅବାସ ଘର ହାତେଇ ଥିବା ଅଭିଯୋଗ ହୋଇଛି। ଯାହାଦ୍ୱାରା ଗରିବ ଲୋକେ ଯୋଜନାରୁ ବାଦ ପଡ଼ୁଛନ୍ତି। ଏନେଇ ବିଡିଓଠୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେପଟେ ସୋର ବିଡିଓ ରମେଶ ହାଁସଦା କହୁଛନ୍ତି, ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ।

Ordigital Desk
• Published: Saturday, 14 October 2017
• Updated: 14 October 2017, 05:47 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos