କଟକର ଜଣେ ACP ପଜିଟିଭ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): ଦୈତନଗରୀରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ସବୁ ଅଞ୍ଚଳ ହଟସ୍ପଟ ପାଲଟି ଯାଉଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ବି ଏଥିରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବରୁ ବହୁ ପୁଲିସ୍‌ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ  କଟକରେ ଜଣେ ପୁଲିସ୍‌ ACP କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏସିପି କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ । କରୋନା […]

Police

Police

Niharika Rout
  • Published: Friday, 21 August 2020
  • Updated: 21 August 2020, 07:54 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦୈତନଗରୀରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ସବୁ ଅଞ୍ଚଳ ହଟସ୍ପଟ ପାଲଟି ଯାଉଥିବା ବେଳେ ଆଗ ଧାଡ଼ିର ଯୋଦ୍ଧା ବି ଏଥିରେ ଆକ୍ରାନ୍ତ ହେଉଛନ୍ତି।

ପୂର୍ବରୁ ବହୁ ପୁଲିସ୍‌ ଅଧିକାରୀ ଓ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ  କଟକରେ ଜଣେ ପୁଲିସ୍‌ ACP କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏସିପି କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।

କରୋନା ଆକ୍ରାନ୍ତ ACP ଏବେ ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ତେବେ ସମ୍ପୃକ୍ତ ACPଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ରହିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, କଟକ ସହରରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏବେ ଏହି ସଂଖ୍ୟା ୨,୮୨୮ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭୨୭  ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୮୭ ଟି ଆକ୍ଟିଭ କେସ୍‌ ରହିଛି। କରୋନା ଯୋଗୁ କେବଳ କଟକ ସହରରେ ମୃତ୍ୟୁ ସଂଖ୍ୟା  ୧୪ରେ ପହଞ୍ଚିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos