ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯିବାବେଳେ ଛାତ୍ର କଂଗ୍ରେସ ନେତା ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାତ୍ସ୍ୟଲଭରା ଶୁଭେଚ୍ଛା ଜଣାଇବାକୁ ଯିବାସମୟରେ ଛାତ୍ର କଂଗ୍ରେସ ନେତାମାନଙ୍କୁ ପୁଲିସ ଗିରଫ କରିଛି। ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ କଂଗ୍ରେସ ଭବନରୁ ମହାତ୍ମା ଗାନ୍ଧି ମାର୍ଗ ଦେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯିବା ସମୟରେ ସେମାନଙ୍କୁ ପୁଲିସ ମହାତ୍ମା ଗାନ୍ଧି […]

police-arrest-congress-workers

Manoranjan Sial
  • Published: Saturday, 07 December 2019
  • , Updated: 07 December 2019, 08:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାତ୍ସ୍ୟଲଭରା ଶୁଭେଚ୍ଛା ଜଣାଇବାକୁ ଯିବାସମୟରେ ଛାତ୍ର କଂଗ୍ରେସ ନେତାମାନଙ୍କୁ ପୁଲିସ ଗିରଫ କରିଛି।

ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ କଂଗ୍ରେସ ଭବନରୁ ମହାତ୍ମା ଗାନ୍ଧି ମାର୍ଗ ଦେଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯିବା ସମୟରେ ସେମାନଙ୍କୁ ପୁଲିସ ମହାତ୍ମା ଗାନ୍ଧି ମାର୍ଗରେ ଗିରଫ କରିଥିଲା। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଛାତ୍ର କଂଗ୍ରେସ ସଂଯୋଜକ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟରେ ହୁ ହୁ ବୃଦ୍ଧିପାଉଥିବା ନାରୀ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବାକୁ ଛାତ୍ର କଂଗ୍ରେସ ଚାହୁଁଥିଲା। ରାଜ୍ୟର ନାରୀ, ଛାତ୍ରୀ ଓ ନାବାଳିକାମାନଙ୍କୁ ସେ ଅତି ସୁନ୍ଦର ସୁବ୍ୟବସ୍ଥିତ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେଇଥିବାରୁ ରାଜ୍ୟରେ ହୁ ହୁ ହୋଇ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହ ତାଙ୍କୁ ତାତ୍ସଲ୍ୟଭରା ଶୁଭେଚ୍ଛା ଜଣାଇଥାନ୍ତେ। ମାତ୍ର ପୁଲିସ ସେମାନଙ୍କୁ ଅଧା ବାଟରେ ଗିରଫ କରିଥିଲା। ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ୁଥିବା ହିଂସାକୁ ନେଇ କ୍ଷୋଭ ଓ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ଦୁଃଭାଗ୍ୟଜନକ। ବେଳ ଥାଉଥାଉ ମୁଖ୍ୟମନ୍ତ୍ରୀ ସଚେତନ, ସଜାଗ ଓ ସମ୍ବେଦନଶୀଳ ହେବାପାଇଁ ଛାତ୍ର କଂଗ୍ରେସ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କରିଛନ୍ତି। ପୁଲିସ ଛାତ୍ର କଂଗ୍ରେସ ନେତା ସୂର୍ଯ୍ୟକାନ୍ତ ବାରିକ, ବିଶ୍ୱଜିତ୍ ଲେଙ୍କା, ସମ୍ଭବ ପଟ୍ଟନାୟକ ଓ ସଦାବ ଅହମ୍ମଦ ପ୍ରମୁଖଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।

Related story