ବହୁଚର୍ଚ୍ଚିତ ବାବୁଲି ଗୁଳିକାଣ୍ଡ ଘଟଣାରେ ୪ ଗିରଫ, ଟିଟୋର ହାତ ଥିବା ସନ୍ଦେହ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଲୋକ ମଲିକ, ସେକ୍ ସାର୍କି, ତ୍ରିଲୋଚନ ମଲ୍ଲିକ ଓ ଶଙ୍କର ସେଠୀ। ତେବେ ବାବୁଲି ଉପରକୁ ଗୁଳି ଚଳାଇଥିବା ଶେଖ ମହତାବ ଓ ଶେଖ କୁଦରତ୍ ଫେରାର୍ ଅଛନ୍ତି। ଅନ୍ୟପଟେ ଘଟଣାରେ ଗାଙ୍ଗଷ୍ଟର ଟିଟୋର ପ୍ରତ୍ୟକ୍ଷ ହାତ ଥିବା ପୁଲିସ କହିଛି। ଟିଟୋର ଭାଇ ଜୀ ବାବୁ, ଚିତୋ ଓ ସହଯୋଗୀ ବାବୁ […]

kendrapada

kendrapada

Manoranjan Sial
  • Published: Monday, 22 July 2019
  • Updated: 22 July 2019, 06:31 PM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବହୁ ଚର୍ଚ୍ଚିତ ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାରେ ୪ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଲୋକ ମଲିକ, ସେକ୍ ସାର୍କି, ତ୍ରିଲୋଚନ ମଲ୍ଲିକ ଓ ଶଙ୍କର ସେଠୀ। ତେବେ ବାବୁଲି ଉପରକୁ ଗୁଳି ଚଳାଇଥିବା ଶେଖ ମହତାବ ଓ ଶେଖ କୁଦରତ୍ ଫେରାର୍ ଅଛନ୍ତି।

ଅନ୍ୟପଟେ ଘଟଣାରେ ଗାଙ୍ଗଷ୍ଟର ଟିଟୋର ପ୍ରତ୍ୟକ୍ଷ ହାତ ଥିବା ପୁଲିସ କହିଛି। ଟିଟୋର ଭାଇ ଜୀ ବାବୁ, ଚିତୋ ଓ ସହଯୋଗୀ ବାବୁ ସାହୁ ଗିରଫ ଘଟଣାରେ ବାବୁଲି ଏସ୍‌ଟିଏଫ୍‌ଙ୍କୁ ସହଯୋଗ କରିଥିବା ସନ୍ଦେହରେ ଟିଟୋ ଏହି ଆକ୍ରମଣର ଯୋଜନା କରିଥିଲା। ଏଥିପାଇଁ ଟିଟୋ ହତ୍ୟାକାରୀଙ୍କ ସହିତ ୫ ଲକ୍ଷ ଟଙ୍କାର ଡିଲ୍‌ କରିଥିବା ଅଭିଯୋଗ ହେଉଛି।

ଘଟଣା ଦିନ ଶେଖ କୁଦରତ ଓ ଶେଖ ମହତାବକୁ ଟିଟୋ ଅଗ୍ରୀମ ଲକ୍ଷେ ଟଙ୍କା ଓ ଦୁଇଟି ବନ୍ଧୁକ ଦେଇଥିଲା। ଏହି ଘଟଣାରେ ପୁଲିସ ୪ଟି ମୋବାଇଲ ଫୋନ ଓ ୨ଟି ବାଇକ ଜବତ କରିଥିବା ଏସ୍‌ପି ନୀତି ଶେଖର ସୂଚନା ଦେଇଛନ୍ତି। ବାବୁଲିକୁ ଗୁଳି କରିବା ପାଇଁ ପ୍ରାୟ ମାସକ ପୂର୍ବରୁ ଟିଟୋ ଏବଂ ତାର ସହଯୋଗୀମାନେ ଯୋଜନା କରିଥିବା ପୁଲିସ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos