ସିନ୍ଦୂର ଆଶାରେ ଆସିଥିଲେ, ଧୋକା ଦେଲା ପ୍ରେମିକ; ଶେଷରେ ଫାଣ୍ଡିରେ ଦୁଷ୍କର୍ମ ଶିକାର !

ଚୌଦ୍ଵାର(ପ୍ରକାଶ): ସିନ୍ଦୂର ଆଶାରେ ଆସିଥିଲେ! ଦୁଇ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲା ପ୍ରେମିକ। ପ୍ରତାରଣା କରି ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଛାଡ଼ି ଚାଲିଗଲା। ପ୍ରେମିକଠାରୁ ଧୋକା ଖାଇଲା ପରେ ଆଶ୍ରୟ ନେବା ପାଇଁ ଫାଣ୍ଡିକୁ ଯାଇଥିଲେ। ହେଲେ ଫାଣ୍ଡିରେ ଖାକି ଭୟଙ୍କର ଖେଳ ଖେଳିଲା! ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଜୀବନ ବଞ୍ଚାଇ ତା’ କବଳରୁ ମୁକୁଳି ଥାନାରେ ପହଞ୍ଚିଲେ ଯୁବତୀ। ଶୁକ୍ରବାର ରାତିରେ ଏପରି ଘଟଣା କଟକ ମଙ୍ଗୁଳି […]

Rape

Rape

Manoranjan Sial
  • Published: Saturday, 27 November 2021
  • Updated: 27 November 2021, 08:02 PM IST

Sports

Latest News

ଚୌଦ୍ଵାର(ପ୍ରକାଶ): ସିନ୍ଦୂର ଆଶାରେ ଆସିଥିଲେ! ଦୁଇ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲା ପ୍ରେମିକ। ପ୍ରତାରଣା କରି ଅନ୍ଧାର ରାତିରେ ନିଛାଟିଆ ରାସ୍ତାରେ ଛାଡ଼ି ଚାଲିଗଲା। ପ୍ରେମିକଠାରୁ ଧୋକା ଖାଇଲା ପରେ ଆଶ୍ରୟ ନେବା ପାଇଁ ଫାଣ୍ଡିକୁ ଯାଇଥିଲେ। ହେଲେ ଫାଣ୍ଡିରେ ଖାକି ଭୟଙ୍କର ଖେଳ ଖେଳିଲା! ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଜୀବନ ବଞ୍ଚାଇ ତା’ କବଳରୁ ମୁକୁଳି ଥାନାରେ ପହଞ୍ଚିଲେ ଯୁବତୀ। ଶୁକ୍ରବାର ରାତିରେ ଏପରି ଘଟଣା କଟକ ମଙ୍ଗୁଳି ଫାଣ୍ଡିରେ ଘଟିଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ତିନି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଠଗଡ଼ କୁମାରପୁର ଅଞ୍ଚଳର ଗୋପାଳ ସାମଲ ପେଶାରେ ଜଣେ ଟ୍ରକ୍‌ ହେଲ୍‌ପର। ସେ ପୁରୀର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ବାହା ହେବାର ପ୍ରତିଶ୍ରୁତି ଦେଇ ଗତ ୨୪ ତାରିଖରେ ତାଙ୍କୁ ସାଥୀରେ ଡାକି ଆଣିଥିଲା। ତାଙ୍କ ସହିତ ଗୋପାଳ ଦୁଇ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ହୋଇଥିଲା। ପରେ ଗୋପାଳ ଯୁବତୀଙ୍କୁ ତାଙ୍ଗ ସାଥୀ ଟ୍ରକ୍‌ ଚାଳକ ଆଠଗଡ଼ ନୂଆପାଟଣା ଅଞ୍ଚଳର ନବ କିଶୋର ନାୟକଙ୍କ ଘରେ ରଖିଥିଲା। ସେଠାରେ ରହଣୀ ସମୟରେ ତାଙ୍କୁ ବିରୋଧ କରିଥିଲେ ନବଙ୍କ ପତ୍ନୀ।

ପତ୍ନୀଙ୍କ ବିରୋଧ ପରେ ଯୁବତୀଙ୍କୁ ନେଇଯିବା ପାଇଁ ଗୋପାଳଙ୍କୁ କହିଥିଲେ ନବ। ତା’ପରେ ଯୁବତୀଙ୍କୁ ଗୋପାଳ ସାଥୀରେ ନେଇଯାଇ ଥିଲା। ଶୁକ୍ରବାର ରାତିରେ ନିଛାଟିଆ ଜଙ୍ଗଲ ଭିତରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ପରେ ଗୋପାଳ ଯୁବତୀଙ୍କୁ ମଙ୍ଗୁଳି ଛକରେ ଛାଡ଼ି ପଳାଇ ଯାଇଥିଲା। ଏଥିସହ ନିଜ ମୋବାଇଲ୍‌ ବନ୍ଦ କରିଦେଇଥିଲା। ରାତିରେ ପୁରୀକୁ ଫେରିବା ପାଇଁ ଗାଡ଼ି ନଥିବାରୁ ଯୁବତୀ ଜଣକ ଗୋପାଳକୁ ଫୋନ୍‌ କରିଥିଲେ। ମାତ୍ର ତାଙ୍କ ମୋବାଇଲ୍‌ ବନ୍ଦ ଥିବାରୁ ନବଙ୍କ ପାଖକୁ ଫୋନ୍‌ କରିଥିଲେ।

ମଙ୍ଗୁଳି ଫାଣ୍ଡିକୁ ଯିବା ପାଇଁ ଯୁବତୀଙ୍କୁ ନବ କହିଥିଲେ। ଏହା ପରେ ଯୁବତୀ ଜଣକ ଫାଣ୍ଡିକୁ ଯାଇଥିଲେ। ସେଠାରେ ନିୟୋଜିତ ଥିବା ହୋମଗାର୍ଡ ବିନୟ ଦାସ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଯୁବତୀ ଜଣକ ଟାଙ୍ଗୀ ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଯୁବତୀଙ୍କ ପ୍ରେମିକ ଗୋପାଳ, ଡ୍ରାଇଭର ନବ ଓ ହୋମଗାର୍ଡ ବିନୟ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସେପଟେ ଯୁବତୀଙ୍କ ପରିବାରରେ କେହି ନଥିବାରୁ ପୁଲିସ ତାଙ୍କୁ କଟକ ସଖି ଆଶ୍ରମରେ ରଖିଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos