ଜଘନ୍ୟ ଲୁଟେରା: ପ୍ରଥମେ ସମ୍ପତ୍ତି ଲୁଟିଲେ, ତା’ପରେ ମହିଳାଙ୍କ ଇଜ୍ଜତ…
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୁଟ୍ ଆଣ୍ଡ ରେପ୍...। ରାତିରେ ଘର ଭିତରେ ପଶି ପ୍ରଥମେ ମୂଲ୍ୟବାନ ସାମଗ୍ରୀ ଲୁଟୁ ଥିଲେ। ତା’ପରେ ଘରେ ରହୁଥିବା ମହିଳାଙ୍କ ଇଜ୍ଜତ୍ ସହ ଖେଳ ଖେଳୁଥିଲେ। ଏପରି ଜଘନ୍ୟ ଅଭିଯୋଗ ଆସିଛି ଏକ ଡକାୟତ ଗ୍ୟାଙ୍ଗ ଉପରେ। ଏହି ଗ୍ୟାଙ୍ଗକୁ ଗତକାଲି ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଧରିବାରେ ସଫଳ ହୋଇଛି।
ଗତକାଲି ରାଜଧାନୀ କଳିଙ୍ଗନଗର ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନା ଚାଲିଥିଲା। ଏ ସମ୍ପର୍କରେ ଜାଣିପାରି ସ୍ପେଶାଲ୍ ସ୍କ୍ୱାଡ୍ ଓ ଖଣ୍ଡଗିରି ପୋଲିସ୍ ମିଳିତ ଭାବେ ଚଢାଉ କରି ଧରି ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଦୀପ୍ତିକାନ୍ତ ମହାନ୍ତିଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଏହି ଘଟଣାରେ ଅନ୍ୟ ୪ ଜଣଙ୍କୁ ମଧ୍ୟ ପୋଲିସ ଧରିଥିଲା। ମାତ୍ର ଅନ୍ଧାର ସୁଯୋଗ ନେଇ ୩ ଅଭିଯୁକ୍ତ ଖସି ଯାଇଥିଲେ। ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି। ଏଥିସହ ଏହି ଗ୍ୟାଙ୍ଗର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ତନାଘନା ଚାଲିଛି।
ଖୋର୍ଦ୍ଧା, କଟକ ସଦର ଓ ଭୁବନେଶ୍ୱର ଥିଲା ଏଇ ଗ୍ୟାଙ୍ଗର ଅପରେସନ୍। ଏରିଆ କେବଳ ଘରେ ପଶି ଲୁଟ୍ ନୁହେଁ ଜାତୀୟ ରାଜପଥରେ ଡକାୟତି, ଛିନ୍ତାଇ ସହ ବାଇକ୍, କାର୍, ଟ୍ରକ୍ ବି ଲୁଟ୍ କରୁଥିଲେ। ଗ୍ୟାଙ୍ଗ ଲିଡର ଦୀପ୍ତିକାନ୍ତ ବିରୋଧରେ ବିଭିନ୍ନ ଥାନାରେ ୧୪ରୁ ଊର୍ଦ୍ଧ୍ୱ ମାମଲା ଥିବା ବେଳେ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଏକାଧିକ ଅଭିଯୋଗ ଥିବା କମିଶନରେଟ୍ ପୋଲିସ୍ ସୂଚନା ଦେଇଛି। ଏମାନଙ୍କ ଠାରୁ ଗୋଟିଏ ଟ୍ରକ ସହିତ, କାର, ପଲସର, ବାଇକ, ୩୦ ଗ୍ରାମ ସୁନା ଓ ୧୦୦ ଗ୍ରାମ ରୁପା ଅଳଙ୍କାର ସହିତ ମାରଣାସ୍ତ୍ର ବି ଜବତ କରିଛି ପୋଲିସ।
Ordigital Desk
• Published: Saturday, 25 November 2017
• Updated: 25 November 2017, 08:16 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos