‘ପାସ୍ ଦିଆଯାଉନି, ଥାନାରେ ଭିଡ଼ କରନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ଲକ୍‌ଡାଉନ୍ ବେଳେ ଗାଡ଼ି ଚଳାଚଳ ନେଇ କମିଶନନେରେଟ୍ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପାସ୍ ପ୍ରସଙ୍ଗ ଉଠାଇଥିଲେ। ହେଲେ ଆଜି ପାସ୍ ବଣ୍ଟନ ବ୍ୟବସ୍ଥା ସ୍ଥଗିତ କରାଯାଇଥିବା ସିପି କହିଛନ୍ତି। ଏନେଇ ଟ୍ୱିଟ୍‌ ଯୋଗେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି। ପାସ୍ ପାଇଁ ଲୋକ ଭିଡ଼ କରୁଥିବାରୁ ପାସ୍ […]

sudhansu-1..

sudhansu-1..

Tapas Behera
  • Published: Tuesday, 24 March 2020
  • Updated: 24 March 2020, 04:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ଲକ୍‌ଡାଉନ୍ ବେଳେ ଗାଡ଼ି ଚଳାଚଳ ନେଇ କମିଶନନେରେଟ୍ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପାସ୍ ପ୍ରସଙ୍ଗ ଉଠାଇଥିଲେ। ହେଲେ ଆଜି ପାସ୍ ବଣ୍ଟନ ବ୍ୟବସ୍ଥା ସ୍ଥଗିତ କରାଯାଇଥିବା ସିପି କହିଛନ୍ତି।

ଏନେଇ ଟ୍ୱିଟ୍‌ ଯୋଗେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି। ପାସ୍ ପାଇଁ ଲୋକ ଭିଡ଼ କରୁଥିବାରୁ ପାସ୍ ବ୍ୟବସ୍ଥା ସ୍ଥଗିତ ରଖାଯାଇଥିବା କହିଛନ୍ତି ସିପି। ଭିଡ଼ ଦ୍ୱାରା ସାମାଜିକ ଦୂରତ୍ୱ ବାଧାପ୍ରାପ୍ତ ହେଉଥିବାରୁ ସ୍ଥଗିତ ରଖାଯାଇଛି।

ଆତଯାତ ପାଇଁ ନିଜ ପରିଚୟପତ୍ର ଦେଖାଇବାକୁ କହିଲେ କମିଶନର। ପାସ୍ ପାଇଁ କାଲି ସୁଦ୍ଧା ଏକ ଆଇଟି ବ୍ୟବସ୍ଥା କରାଯିବ ବୋଲି କମିଶନର କହିଛନ୍ତି ଆଇଟି ବ୍ୟବସ୍ଥା ଦ୍ୱାରା ସ୍ୱୟଂକ୍ରିୟ ଭାବେ ପାସ୍ ଇସ୍ୟୁ ହୋଇପାରିବ। ହସ୍ପିଟାଲ ଯାଉଥିଲେ ମେଡିକାଲ କାଗଜପତ୍ର ଦେଖାଇ ଯାଇପାରିବେ। ତେବେ ପାସ୍ ଦିଆଯାଉନି, ଥାନାରେ ଭିଡ଼ ନକରିବାକୁ ଅନୁରୋଧ କରିଛନ୍ତି କମିଶନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos