ଅପବ୍ୟବହାର କଲେ ସିଜ୍ ହେବ ଗାଡ଼ି ପାସ୍: ସିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ ମଧ୍ୟ ରାଜଧାନୀରେ ଭିଡ଼ ଦେଖିବାକୁ ମିଳିଥିଲା। ଅନେକ ଲୋକ ଗାଡ଼ି ଧରି ଅନାବଶ୍ୟକ ଭାବେ ବିଭିନ୍ନ ବାହାନା ଦେଖାଇ ବୁଲିଲେ। ଫଳରେ ପୁଲିସ୍‌ ପାଇଁ ଏହା ସମସ୍ୟା ସୃଷ୍ଟି କରିଥିଲା। ଏହାକୁ ଲକ୍ଷ୍ୟ କରି କମିଶନେରେଟ୍‌ ପୁଲିସ୍‌ ପକ୍ଷରୁ ପାସ୍‌ ବ୍ୟବସ୍ଥା କରାଯାଇଥିଲା। ଏହି ତାଲିକାରେ ଅତ୍ୟାବଶ୍ୟକ ସେବା ଯୋଗାଉ ଥିବା କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର କର୍ମଚାରୀ ରହିଛନ୍ତି। ମୁଖ୍ୟତଃ ହସ୍ପିଟାଲ, ମିଡିଆ ଓ ବ୍ୟାଙ୍କ କର୍ମଚାରୀଙ୍କୁ […]

b-9876

b-9876

Tapas Behera
  • Published: Tuesday, 31 March 2020
  • Updated: 01 April 2020, 08:00 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ ମଧ୍ୟ ରାଜଧାନୀରେ ଭିଡ଼ ଦେଖିବାକୁ ମିଳିଥିଲା। ଅନେକ ଲୋକ ଗାଡ଼ି ଧରି ଅନାବଶ୍ୟକ ଭାବେ ବିଭିନ୍ନ ବାହାନା ଦେଖାଇ ବୁଲିଲେ। ଫଳରେ ପୁଲିସ୍‌ ପାଇଁ ଏହା ସମସ୍ୟା ସୃଷ୍ଟି କରିଥିଲା। ଏହାକୁ ଲକ୍ଷ୍ୟ କରି କମିଶନେରେଟ୍‌ ପୁଲିସ୍‌ ପକ୍ଷରୁ ପାସ୍‌ ବ୍ୟବସ୍ଥା କରାଯାଇଥିଲା।

ଏହି ତାଲିକାରେ ଅତ୍ୟାବଶ୍ୟକ ସେବା ଯୋଗାଉ ଥିବା କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର କର୍ମଚାରୀ ରହିଛନ୍ତି। ମୁଖ୍ୟତଃ ହସ୍ପିଟାଲ, ମିଡିଆ ଓ ବ୍ୟାଙ୍କ କର୍ମଚାରୀଙ୍କୁ ପାସ୍ ମିଳିଛି। ତେବେ ଗାଡ଼ି ପାସ୍‌ର ଅପବ୍ୟବହାର କଲେ ସେଗୁଡ଼ିକୁ ସିଜ୍ କରାଯିବ ବୋଲି କହିଛନ୍ତି ପୁଲିସ୍‌ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ।

ଘରୁ କେବଳ ଅଫିସ୍ ଯିବା ପାଇଁ ଗାଡ଼ି ପାସ୍ ଇସ୍ୟୁ ହୋଇଛି। ହେଲେ କିଛି ଲୋକ ପାସ୍‌କୁ ଅପବ୍ୟବହାର କରି ବ୍ୟକ୍ତିଗତ କାମରେ ଲଗାଉଛନ୍ତି। ଏପରି ନ କରିବା ପାଇଁ ପୁଲିସ କମିଶନର ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos