ଅଭିନେତ୍ରୀ ‘ନିକିତା’ଙ୍କ ମୃତ୍ୟକୁ ନେଇ ଏମିତି କହିଲେ ପୁଲିସ୍ କମିଶନର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରହସ୍ୟ ଘେରରେ ରହିଛି ସିନେମା ତଥା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏଯାଏ ସେମିତି କିଛି ସ୍ପଷ୍ଟ କାରଣ ଜଣାପଡ଼ିନି। ତେବେ ପୁଲିସ୍‌ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ପୋଷ୍ଟମର୍ଟମ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତାହା ଆସିବା ପରେ ହିଁ ଯାହା କିଛି କୁହାଯାଇ ପାରିବ। ନିକିତାଙ୍କ ମୃତ୍ୟୁକୁ ନେଇ କେହି ଅଭିଯୋଗ କରି ନାହାନ୍ତି। ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଟକ ପୁଲିସ୍ ଏ ନେଇ […]

nikita

Jitendra Garnayak
  • Published: Sunday, 06 January 2019
  • , Updated: 06 January 2019, 12:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରହସ୍ୟ ଘେରରେ ରହିଛି ସିନେମା ତଥା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ। ଏଯାଏ ସେମିତି କିଛି ସ୍ପଷ୍ଟ କାରଣ ଜଣାପଡ଼ିନି। ତେବେ ପୁଲିସ୍‌ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ପୋଷ୍ଟମର୍ଟମ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତାହା ଆସିବା ପରେ ହିଁ ଯାହା କିଛି କୁହାଯାଇ ପାରିବ।

ନିକିତାଙ୍କ ମୃତ୍ୟୁକୁ ନେଇ କେହି ଅଭିଯୋଗ କରି ନାହାନ୍ତି। ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କଟକ ପୁଲିସ୍ ଏ ନେଇ କେବଳ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଗତକାଲି କଟକର ଏକ ଘରୋଇ ହସ୍‌ପିଟାଲରେ ନିକିତାଙ୍କ ମୃତ୍ୟୁ ହୋଇଥିଲା। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବାପଘରେ କାମ କରୁଥିବା ବେଳେ ଛାତରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

୨୦୧୬ରେ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା କଟକ ଗୋପାଳପୁରର ଲିପନ ସାହୁଙ୍କୁ ବିବାହ କରିଥିଲେ। ବାହାଘର ପରେ ସେ ଅଧିକାଂଶ ସମୟ କଟକ ମହାନଦୀ ବିହାର ସ୍ଥିତ ବାପଘରେ ରହୁଥିଲେ ବୋଲି କୁହାଯାଉଛି। ତାଙ୍କର ୫ ମାସର ଏକ ଶିଶୁକନ୍ୟା ରହିଛି। ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକୁ ନେଇ ନା ଶାଶୂଘର ଲୋକ ନା ବାପଘର, କେହି ମୁହଁ ଖୋଲୁନାହାନ୍ତି।

ନିକିତା ଓଡ଼ିଶାର ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଫିଲ୍ମରେ ବି କାମ କରିଛନ୍ତି।

ନିକିତା ତାଙ୍କ କ୍ୟାରିଅର୍‌ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ପିଲ୍ମ ‘ଆଖି ଖୋଲିବାକୁ ଡର ଲାଗୁଛି’ରୁ ଆରମ୍ଭ କରିଥିଲେ। ତା’ପରେ ନିକିତା ଦୁଇଟି ଓଲିଉଡ୍ ଫିଲ୍ମ ‘ଚୋରି ଚୋରି ମନ ଚୋରି’ ଓ ‘ମିତ ବସିଛି, ଭୂତ ସାଥିରେ’ରେ ଅଭିନୟ କରିଥିଲେ।

ନିକିତା ଫିଲ୍ମ ସହ ଟେଲି ଦୁନିଆରେ ମଧ୍ୟ ନିଜ ପ୍ରତିଭା ଦେଖାଇଥିଲେ। ସେ ଟେଲି ଧାରବାହିକ ‘ତପସ୍ୟା’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ସେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ‘‘ଏସିପି ନିକିତା’ରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘ଗୁଣ୍ଡା’। ସେଥିରେ ସେ ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାର୍ଥ ମହାପାତ୍ରଙ୍କ ବିପକ୍ଷରେ ଅଭିନୟ କରିଥିଲେ।

Related story