ଅନ୍ୟ ଦିଗରେ ଗତି କରୁଛି ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ: ସିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ। ସେମାନେ ଚିହ୍ନଟ ହେଲେଣି କି ବୋଲି ପ୍ରଶ୍ନର ଉତ୍ତରରେ ସିପି କହିଛନ୍ତି ତାହା ତଦନ୍ତର ମୂଳ ବିଷୟ ନୁହେଁ। ତଦନ୍ତ ଅନ୍ୟ ଦିଗରେ ଗତି କରୁଛି। ସେ ବିଷୟରେ ଯାଞ୍ଚ କରାଯାଉଥିବା ସିପି କହିଛନ୍ତି। ସେହିଭଳି ଆସନ୍ତା […]

cp

Ranjit Kumar Jena
  • Published: Monday, 05 October 2020
  • , Updated: 05 October 2020, 05:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଘଟଣାରେ ଜଣେ ପୁଲିସ୍ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିଥିଲେ। ସେମାନେ ଚିହ୍ନଟ ହେଲେଣି କି ବୋଲି ପ୍ରଶ୍ନର ଉତ୍ତରରେ ସିପି କହିଛନ୍ତି ତାହା ତଦନ୍ତର ମୂଳ ବିଷୟ ନୁହେଁ। ତଦନ୍ତ ଅନ୍ୟ ଦିଗରେ ଗତି କରୁଛି। ସେ ବିଷୟରେ ଯାଞ୍ଚ କରାଯାଉଥିବା ସିପି କହିଛନ୍ତି।

ସେହିଭଳି ଆସନ୍ତା ୭ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେ ସଂପର୍କରେ ସିପି କହିଛନ୍ତି ଯେ, କୋର୍ଟଙ୍କୁ ରିପୋର୍ଟ ଦେଇଦିଆଯିବ। ଗତ ସେପ୍ଟେମ୍ବର ୩୦ ତାରିଖରେ ଏ ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ତଦନ୍ତରେ ଶିଥିଳତାକୁ ହାଇକୋର୍ଟଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ତାସହିତ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତ ଅଗଷ୍ଟ ୩୦ ତାରିଖରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାୟର ହୋଇଥିଲା। ଏହି ଘଟଣାରେ ଓଟିଭିର କିଛି କର୍ମଚାରୀ, ଜଣେ ପୁଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ସଂପୃକ୍ତ ଥିବା ପୀଡ଼ିତା ଅଭିଯୋଗ କରିଥିଲେ। ହେଲେ ଏଯାଏ ଉକ୍ତ ପୁଲିସ୍ କର୍ମଚାରୀଙ୍କୁ ଚିହ୍ନଟ କରିପାରିନି ପୁଲିସ୍।

ଅପରପକ୍ଷରେ ପୂରା ମାମଲାରେ ପୁଲିସ୍, ଓଟିଭିର ବରିଷ୍ଠ ସାମ୍ବାଦିକ ଓ ଅଧିକାରୀମାନଙ୍କୁ ବାରମ୍ବାର ମହିଳା ଥାନାକୁ ଡକାଇ ପଚରାଉଚରା କରୁଛି। ମାମଲା ସଂପର୍କିତ ସମସ୍ତ ଦସ୍ତାବିଜ ଓ ଅଡିଓ ଟେପ୍ ହସ୍ତାନ୍ତର କରିବା ସହିତ ତଦନ୍ତରେ ସବୁଥିରେ ପୁଲିସକୁ ପୂରା ସହଯୋଗ କରିଆସିଛନ୍ତି ଓଟିଭି କର୍ତ୍ତୃପକ୍ଷ।

Related story