କଟକ(ଓଡ଼ିଶା ରିପୋର୍ଟର) କଟକରେ ଘଟିଥିବା ସିରିଏଲ୍ ହତ୍ୟା ଘଟଣାରେ କମିଶନରେଟ ପୁଲିସକୁ ମିଳିଛି ବଡ଼ ସୁରାକ୍। ଜଣେ ସାଇକିଆଟ୍ରିକ୍ ବ୍ୟକ୍ତି ହତ୍ୟା ଘଟଣାରେ ସଂପୃକ୍ତ ଥବା ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ କିଛିଦିନ ପୂର୍ବରୁ SCBର ସାଇକିଆଟ୍ରିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଜରି ଗୋଟାଳୀ ହୋଇଥିବା ସୂଚନା ମିଳିଛି।
କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ କଟକ ସହରରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ କରାଯାଇଛି। ମୃତକ ତିନି ଜଣ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ସମାନ ଶୈଳୀରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବାରୁ ଏହା କୌଣସି ସାଇକୋ କିଲରର କାମ ବୋଲି ସନ୍ଦେହ କରାଯାଉଥିଲା।