ଆକାଶଙ୍କ ନାଁରେ ୬୫ ଲକ୍ଷ ଠକେଇର ଅଭିଯୋଗ; ସ୍କାଏ କିଙ୍ଗ ଅଫିସ୍‌ରେ ପୁଲିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠକ ବାପ ପୁଅଙ୍କ ବିରୋଧରେ ତନାଘନା ଜୋରସୋରରେ ଚାଲିଥିବା ବେଳେ ଦିନକୁ ଦିନ ସେମାନଙ୍କ ଅଡ଼ୁଆ ବଢ଼ି ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଖୋଳତାଡ଼ ଚାଲିଥିବା ବେଳେ ଟ୍ରାଭେଲ୍ସ ଏଜେନ୍ସି ସ୍କାଏ କିଙ୍ଗ ଆଣିଛି ୬୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ବିମାନରେ ବୁଲିବା, ଯାତାୟତ ଓ ହୋଟେଲ ବୁକିଂ ବାବଦକୁ ୬୫ ଲକ୍ଷ ଟଙ୍କା ବାକି ଥିବା ନେଇ ସଂସ୍ଥା ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଖାରବେଳ ନଗର ଥାନାରେ […]

police

police

Niharika Rout
  • Published: Wednesday, 02 December 2020
  • Updated: 02 December 2020, 02:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଠକ ବାପ ପୁଅଙ୍କ ବିରୋଧରେ ତନାଘନା ଜୋରସୋରରେ ଚାଲିଥିବା ବେଳେ ଦିନକୁ ଦିନ ସେମାନଙ୍କ ଅଡ଼ୁଆ ବଢ଼ି ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଖୋଳତାଡ଼ ଚାଲିଥିବା ବେଳେ ଟ୍ରାଭେଲ୍ସ ଏଜେନ୍ସି ସ୍କାଏ କିଙ୍ଗ ଆଣିଛି ୬୫ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ।

ବିମାନରେ ବୁଲିବା, ଯାତାୟତ ଓ ହୋଟେଲ ବୁକିଂ ବାବଦକୁ ୬୫ ଲକ୍ଷ ଟଙ୍କା ବାକି ଥିବା ନେଇ ସଂସ୍ଥା ପକ୍ଷରୁ ଆକାଶ ପାଠକଙ୍କ ନାଁରେ ଖାରବେଳ ନଗର ଥାନାରେ  ମାମଲା ରୁଜୁ ହୋଇଛି। ଏହାପରେ ପୁଲିସ୍‌ ଆଜି କମ୍ପାନୀ କାର୍ଯ୍ୟାଳୟକୁ ଯାଇ ଛାନଭିନ କରି କିଛି ଡକ୍ୟୁମେଣ୍ଟ  ଜବତ କରିଛି।

ଏନେଇ ଭୁବନେଶ୍ୱରସ୍ଥିତ ସ୍କାଏ କିଙ୍ଗ ସଂସ୍ଥାର ମୁଖ୍ୟ କହିଛନ୍ତି, ଆକାଶ ଟାଟା ମୋଟର୍ସର ଏମ୍‌ଡି ନ ଥିବା ନେଇ ଗଣମାଧ୍ୟମରୁ ଜାଣିବା ପରେ ବକେୟା ଟଙ୍କା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ। ଗତ ଜୁନ୍‌ରୁ ସେ  ଟାଟା ମୋଟର୍ସର ଏମ୍‌ଡି ବୋଲି ନିଜକୁ ପରିଚୟ ଦେଇ  ଚାର୍ଟଡ ଫ୍ଲାଇଟ , ବିମାନ, ଟିକେଟ, ହୋଟେଲ ବୁକିଂ କରୁଥିଲେ। ସେ ଭୁବନେଶ୍ୱରରୁ ଜାମସେଦପୁର, ପୁନେ, ପଟଣା, ଦିଲ୍ଲୀ ଆଦି ସ୍ଥାନ ଯାଇଥିବା ଜଣାଯାଇଛି। ତାଙ୍କ ପରିବାର ସହ ପ୍ରଦୀପ ପାଣିଗ୍ରାହୀ ପରିବାର ମଧ୍ୟ ଚାର୍ଟଡ ଫ୍ଲାଇଟରେ ଯାଇଥିବା ସ୍କାଏ କିଙ୍ଗ ସଂସ୍ଥାର ମୁଖ୍ୟ କହିଛନ୍ତି।

 

ଗତ ଜୁନ୍‌ରୁ ବିଭିନ୍ନ ସମୟରେ ଆକାଶ ବୁକିଂ କରୁଥିବା ବେଳେ ଟଙ୍କା ମଧ୍ୟ ପେମେଣ୍ଟ କରିଦେଉଥିଲେ। ମାତ୍ର ଶେଷ ୨ ଥରର ପେମେଣ୍ଟ ଦେଇ ନ ଥିବା ଜଣାଯାଇଛି। ଟଙ୍କା ମାଗିବାରୁ ଆକାଶ ପାଠକ  ପାଲଟା ଧମକ ଚମକ ଦେଉଥିବା ଅଭିଯୋଗ ଥାନାରେ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos