ଚଢ଼ଉ କରିବାକୁ ଯାଇ ମାଡ଼ ଖାଇଲା ପୁଲିସ!

ଭଦ୍ରକ(ପାର୍ଥସାରଥୀ ନାୟକ): ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରୀରେ ଚଢ଼ଉ କରିବାକୁ ଯାଇଥିବା ପୁଲିସକୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଏପରି ଅଭିଯୋଗ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅଞ୍ଚଳରୁ ଆସିଛି।

ହେଲାସାହିରେ ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରୀ ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଅଚାନକ ଚଢ଼ଉ କରି କିଛି ନକଲି ଜର୍ଦ୍ଦା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ପୁଲିସରେ ଆକ୍ରମଣ କରିଥିଲେ। ଏପରିକି ପୁଲିସ ଗାଡ଼ିକୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

ଚଢ଼ଉ ସମ୍ପର୍କରେ ଖବର ପାଇଁ କେତେକ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇଥିଲେ। ଉତ୍ତ୍ୟକ୍ତ ଲୋକମାନେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏପରିକି ସାମ୍ୱାଦିକଙ୍କ ମୋବାଇଲ, ବୁମ୍‌ ଓ ବ୍ୟାଗ ଛଡାଉ ନେଇଥିବା ଅଭିଯୋଗ ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।