ପୋଲିସକୁ ଦୁର୍ବ୍ୟବହାର ଅଭିଯୋଗ: ଜୟନାରାୟଣ ମିଶ୍ରଙ୍କ ନାଁରେ ମାମଲା

ସମ୍ବଲପୁର: କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଗସ୍ତ ବେଳେ ବିଜେପିର ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହୀରାକୁଦ ଥାନା ଆଇଆଇସି ତୋଫାନ ବାଗ ଏହି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଆଜି ହୀରାକୁଦ ଡ୍ୟାମ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ବିଜେପି ନେତା ସୂରେଶ ପୂଜାରୀ, ଜୟନାରାୟଣ ମିଶ୍ର ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଥିଲେ। ହୀରାକୁଦ ଡ୍ୟାମ ପ୍ରବେଶ ପଥରେ […]

jaya1

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 03:15 PM IST

ସମ୍ବଲପୁର: କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଗସ୍ତ ବେଳେ ବିଜେପିର ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ହୀରାକୁଦ ଥାନା ଆଇଆଇସି ତୋଫାନ ବାଗ ଏହି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଆଜି ହୀରାକୁଦ ଡ୍ୟାମ ପରିଦର୍ଶନରେ ଯାଇଥିଲେ। ତାଙ୍କ ସହ ବିଜେପି ନେତା ସୂରେଶ ପୂଜାରୀ, ଜୟନାରାୟଣ ମିଶ୍ର ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଥିଲେ। ହୀରାକୁଦ ଡ୍ୟାମ ପ୍ରବେଶ ପଥରେ ସୁରକ୍ଷା କର୍ମୀମାନେ ଉମା ଭାରତୀଙ୍କ ଗାଡିକୁ ଭିତରକୁ ଛାଡିଥିଲେ। ତାଙ୍କ ପଛକୁ ଅନ୍ୟ ଏକ ଗାଡିରେ ଥିବା ସୁରେଶ, ଜୟନାରାୟଣ ଓ ଅନ୍ୟ ନେତାମାନଙ୍କୁ ସୁରକ୍ଷା କର୍ମୀମାନେ ଯାଞ୍ଚ ଲାଗି ଅଟକାଇ ଥିଲେ। ଏହି ସମୟରେ ଜୟନାରାୟଣ ଗାଡିରୁ ଓହ୍ଲାଇ ସୁରକ୍ଷା କର୍ମୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏପରି କି ସେ ସୁରକ୍ଷା କର୍ମୀଙ୍କୁ ଧସ୍ତାଧସ୍ତି ମଧ୍ୟ କରିଥିବା ଅଭିଯୋଗ ହୋଇଛି। ସୁରେଶ ପୂଜାରୀ ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ସୁରେଶ ପୂଜାରୀ ଜୟନାରାୟଙ୍କୁ ନେଇ ଗାଡିରେ ବସାଇ ଥିଲେ। ଏ ନେଇ ତୋଫାନ ବାଗ ଥାନାରେ ଏତଲା ଦେବା ପରେ ୩୪/୧୬ରେ ଏକ ମାମଲା ରୁଜୁ କରାଯାଇଛି।

Related story