ପୋଲିସ୍-ମାଓବାଦୀ ଗୁଳିବିନିମୟ: ବିପୁଳ ମାଓ ସାମଗ୍ରୀ ଜବତ

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଲୁଙ୍ଗା ପାହାଡରେ ଏକ ମାଓ କ୍ୟାଂପ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷାବାହିନୀ ଏକ ମାଓ […]

maoist

Rakesh Mallick
  • Published: Sunday, 08 April 2018
  • , Updated: 08 April 2018, 08:41 AM IST

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଲୁଙ୍ଗା ପାହାଡ଼ରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଲୁଙ୍ଗା ପାହାଡରେ ଏକ ମାଓ କ୍ୟାଂପ କରିଥିଲେ ମାଓବାଦୀ। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏସଓଜି ଓ ଡିଭିଏଫ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଗତ ରାତି ୧୧ଟାରୁ ଭୋର ୪ ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷାବାହିନୀ ଏକ ମାଓ କ୍ୟାମ୍ପ୍ ଠାବ କରିଛନ୍ତି। ଏହାସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି।

Related story