ଚୋରି ଟଙ୍କାରେ ମଉଜ କରୁଥିଲା ଛତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଷ୍ଟେସନ୍‌ ବଜାର ଅଞ୍ଚଳରେ ରହୁଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଡାକ୍ତରଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ଦାପୁ ଛତ୍ରୀ। ତା’ଠାରୁ ୪୫ ଗ୍ରାମ ସୁନା, ୪୦ ହଜାର ଟଙ୍କା ଓ ଗୋଟିଏ ସ୍କୁଟି ଗାଡ଼ି ଜବତ କରାଯାଇଛି। ଦାପୁ ଜଣେ ନାବାଳକ। କିନ୍ତୁ ସେ ଅନେକ ଚୋରି କରି ସାରିଛି। ଗତ କିଛି ବର୍ଷ ହେଲା ତା’ର […]

arrest-12

Jyoshna Pradhan
  • Published: Monday, 24 December 2018
  • , Updated: 24 December 2018, 02:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଷ୍ଟେସନ୍‌ ବଜାର ଅଞ୍ଚଳରେ ରହୁଥିବା କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଜଣେ ଡାକ୍ତରଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ପୁଲି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ଦାପୁ ଛତ୍ରୀ।

ତା’ଠାରୁ ୪୫ ଗ୍ରାମ ସୁନା, ୪୦ ହଜାର ଟଙ୍କା ଓ ଗୋଟିଏ ସ୍କୁଟି ଗାଡ଼ି ଜବତ କରାଯାଇଛି।

ଦାପୁ ଜଣେ ନାବାଳକ। କିନ୍ତୁ ସେ ଅନେକ ଚୋରି କରି ସାରିଛି। ଗତ କିଛି ବର୍ଷ ହେଲା ତା’ର ପତ୍ତା ମିଳି ନଥିଲା। ଏବେ ପୁଣି ଥରେ ସେ ଚୋରି ଆରମ୍ଭ କରିଥିବା ପୁଲିସ୍ କହିଛି।

ଅଭିଯୁକ୍ତ ଚୋରି ଟଙ୍କାରେ ମଉଜ କରୁଥିଲା। ହେଲେ ଚୋରି କରିଥିବା ମୋବାଇଲ୍‌ରେ ଗପିବା ତାକୁ ମହଙ୍ଗା ପଡ଼ିଲା। ପୁଲିସ୍ ତାକୁ ଧରିବାରେ ସକ୍ଷମ ହେଲା।

ଟଙ୍କା ବାକି ଥିବାରୁ ସେ ଚୋରି କରିଥିବା ପୁଲିସକୁ କହିଛି। ଚୋରି ଟଙ୍କାରେ ସେ ଏକ ସ୍କୁଟି ବି କିଣିଥିଲା।

Related story