ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଠା ମିଠା କଥା କହି ମନ ମୋହିନେଲେ। ପ୍ରେମରେ ପଡ଼ିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଛଳନା କଲେ। ଏବେ କିନ୍ତୁ ଆଉ ଧରା ଛୁଆଁ ଦେଉ ନାହାନ୍ତି। ବିବାହ ନାଁ ଧରିଲେ ନାନା ବାହାନା କରି ସମୟ ଗଡ଼ାଇ ଚାଲୁଛନ୍ତି। ଏପରି ଅଭିଯୋଗ ଆସିଛି ଜଣେ ପୁଲିସ୍ ଅଧିକାରୀଙ୍କ ବିରୋଧରେ। ଅଭିଯୁକ୍ତଜଣକ ଭୁବନେଶ୍ୱର ୧୨୩ ରିଜର୍ଭ ବାଟାଲିଅନର ଡିଏସ୍ପି ମନୋଜ କୁମାର ମହାକୁଡ଼ ବୋଲି ଜଣାପଡ଼ିଛି। ତାଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବତୀ।
ଏ ନେଇ ଯୁବତୀ ଜଣକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ସଂପୃକ୍ତ ଅଧିକାରୀ ତାଙ୍କୁ ଅସଦାଚରଣ କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ଏତଲା ପରେ ଅଭିଯୁକ୍ତ ଡିଏସ୍ପି ମନୋଜ ମହାକୁଡ଼ଙ୍କୁ ଥାନାରେ ଅଟକ ରଖିଛି ପୁଲିସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରକକୁ ପିଟିଲା କୋର୍ଟ ଭ୍ୟାନ୍, ପୁଲିସ୍ ଓ ମୁଦାଲା ଆହତ
ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍ । ଏଥିରେ କୋର୍ଟ ଭ୍ୟାନ୍ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟଙ୍କୁ ନେଇ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବ ପ୍ରବାସୀ ଭାରତୀୟ ଏକ୍ସପ୍ରେସ। ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬, ଯାତ୍ରାର ସମୟ ଅବଧି ୩ ସପ୍ତାହ।
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Events & Festivals
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ।
Events & Festivals
ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ
ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।