ଡାକ୍ତରଙ୍କୁ ଗୁଳି ମାଡ଼ ଘଟଣା: ଅଭିଯୁକ୍ତର ସ୍କେଚ୍‌ ଜାରି କଲା ପୁଲିସ୍‌

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧାରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ହୋଇଥିବା ଗୁଳି ମାଡ଼ ଘଟଣାରେ ଏ ଯାଏ ପୁଲିସ୍‌ ହାତ ଖାଲି ରହିଛି ।  ଗତ ୧୫ ତାରିଖରେ ଘଟିଥିବା ଏହି ଗୁଳି ମାଡ଼ରେ ଜଣେ ଔଷଧ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ୨୦ ଦିନ ହେବାକୁ ବସିଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଏବେ ସନ୍ଦିଗ୍ଧ ଅଭିଯୁକ୍ତର […]

firing-1

firing-1

Niharika Rout
  • Published: Friday, 03 January 2020
  • Updated: 03 January 2020, 02:31 PM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା) : ଖୋର୍ଦ୍ଧାରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସଙ୍କ ଉପରକୁ ହୋଇଥିବା ଗୁଳି ମାଡ଼ ଘଟଣାରେ ଏ ଯାଏ ପୁଲିସ୍‌ ହାତ ଖାଲି ରହିଛି ।  ଗତ ୧୫ ତାରିଖରେ ଘଟିଥିବା ଏହି ଗୁଳି ମାଡ଼ରେ ଜଣେ ଔଷଧ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଜଣକ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏହି ଘଟଣାକୁ ୨୦ ଦିନ ହେବାକୁ ବସିଥିବା ବେଳେ ଖୋର୍ଦ୍ଧା ଏସ୍‌ପି ଏବେ ସନ୍ଦିଗ୍ଧ ଅଭିଯୁକ୍ତର ସ୍କେଚ୍ ଫଟୋ ଜାରି କରିଛନ୍ତି। ସୂଚନାଦାତାଙ୍କ ନାଁ ଗୋପନ ରଖାଯିବା ସହ ପୁରସ୍କୃତ କରାଯିବ ବୋଲି ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖ ସନ୍ଧ୍ୟାବେଳେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ କ୍ଲିନିକରେ ବସିଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ଫଳରେ ତାଙ୍କ ଛାତି ଓ ପେଟରେ ଗୁଳି ବାଜିଥିଲା। ଏପରିକି ଏହି ଗୁଳି ମାଡ଼ରେ ଜଣେ ଔଷଧ ଦୋକାନୀଙ୍କ ମୃତ୍ୟୁ ହୋଇଛି। ଗୁଳି ମାଡ଼ ପରେ ଦୁର୍ବୃତ୍ତ ଜଣକ ବାଇକ୍‌ରେ ଚମ୍ପଟ ମାରିଥିଲେ।

ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ପୁଲିସ୍‌ ସିଲ୍‌ କରି ଖୋଳତାଡ଼ ଆରମ୍ଭ କରିଦେଇଥିଲା। ତେବେ କେଉଁ କାରଣରୁ ଗୁଳି ମାଡ଼ ହେଲା, ଏଥିରେ କାହାର ସମ୍ପୃକ୍ତି ଅଛି, ତାକୁ ନେଇ ପୁଲିସ୍‌ ଏ ଯାଏ ଚୁପ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story