୧୫ କିଲୋ ଗଞ୍ଜେଇ ଜବତ, ୩ ଗିରଫ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ ) : ୧୫ କିଲୋ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନୟାଗଡ଼ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ନୟାଗଡ଼ ଘଡ଼ୁଆଳ ଛକ ନିକଟରେ ସନ୍ଦେହଜନକ ଭାବେ ବୁଲୁଥିଲେ କିଛି ଯୁବକ । ପୋଲିସ୍ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ଗଞ୍ଜେଇ ଚୋରା ଚାଲାଣକାରୀ ବୋଲି ଜଣା ପଡ଼ିଥିଲା। ପରେ ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି […]

police-1..

Niharika Rout
  • Published: Thursday, 25 July 2019
  • , Updated: 25 July 2019, 12:13 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ ) : ୧୫ କିଲୋ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନୟାଗଡ଼ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ନୟାଗଡ଼ ଘଡ଼ୁଆଳ ଛକ ନିକଟରେ ସନ୍ଦେହଜନକ ଭାବେ ବୁଲୁଥିଲେ କିଛି ଯୁବକ । ପୋଲିସ୍ ସେମାନଙ୍କୁ ପଚରାଉଚରା କରିବା ପରେ ସେମାନେ ଗଞ୍ଜେଇ ଚୋରା ଚାଲାଣକାରୀ ବୋଲି ଜଣା ପଡ଼ିଥିଲା।

ପରେ ସେମାନଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

Related story