ଶବ ସତ୍କାର ପାଇଁ ନେଉଥିବା ବେଳେ ରାସ୍ତାରେ ଅଟକାଇଲା ପୁଲିସ

ପାରାଦୀପ (ରମାକାନ୍ତ ନାୟକ): ଯୌତୁକ ପାଇଁ ବଧୂହତ୍ୟା କରାଯାଇଥିବା ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଗାଁ ଶ୍ମଶାନକୁ ଯାଉଥିବା ବେଳେ ରାସ୍ତାରେ ଅଟକାଇଛି। ଏପରି ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି। ପୂରା ଘଟଣା ଏମିତି। ୮ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗ ଗାଁର ଜୟନ୍ତ ନାହାକଙ୍କ ଝିଅ ଜ୍ୟୋତ୍ସ୍ନା କୁଜଙ୍ଗ ଥାନା ଜାଲପଦା ବନ୍ଧବେଲାରୀ ଗାଁର ନେତ୍ରାନନ୍ଦ ରାଉତଙ୍କୁ ବିବାହ କରିଥିଲେ। ବିବାହ ସମୟରେ […]

paradeep

paradeep

Manoranjan Sial
  • Published: Monday, 25 March 2019
  • Updated: 25 March 2019, 09:11 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ): ଯୌତୁକ ପାଇଁ ବଧୂହତ୍ୟା କରାଯାଇଥିବା ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃକ୍ତ ମହିଳାଙ୍କ ମୃତଦେହ ଗାଁ ଶ୍ମଶାନକୁ ଯାଉଥିବା ବେଳେ ରାସ୍ତାରେ ଅଟକାଇଛି। ଏପରି ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ୮ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଖଲିଙ୍ଗ ଗାଁର ଜୟନ୍ତ ନାହାକଙ୍କ ଝିଅ ଜ୍ୟୋତ୍ସ୍ନା କୁଜଙ୍ଗ ଥାନା ଜାଲପଦା ବନ୍ଧବେଲାରୀ ଗାଁର ନେତ୍ରାନନ୍ଦ ରାଉତଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ମାତ୍ର ଏଥିରେ ନେତ୍ରାନନ୍ଦ ସନ୍ତୁଷ୍ଟ ନଥିଲେ। ସେ ଆହୁରି ପଚାଶ ହଜାର ଟଙ୍କା ଦାବି କରୁଥିଲେ ବୋଲି ଅଭିଯୋଗ ହୋଇଛି। ମାତ୍ର ଏଥିପାଇଁ ଜ୍ୟୋତ୍ସ୍ନା ରାଜି ହୋଇନଥିଲେ। ଯେଉଁଥିପାଇଁ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା ବୋଲି ତାଙ୍କ ଭାଇ କହିଛନ୍ତି।

ଜ୍ୟୋତ୍ସ୍ନାଙ୍କ ବାପା ଜୟନ୍ତ ନାହାକଙ୍କ ଅଭିଯୋଗ ଅନୁସାରେ, ଜ୍ୟୋତ୍ସ୍ନାଙ୍କୁ ତାଙ୍କ ସ୍ୱାମୀ ଗତ ୧୯ ତାରିଖରେ କାଠ ଫାଳିଆରେ ମାଡ଼ ମାରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁଜଙ୍ଗ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଜ୍ୟୋତ୍ସ୍ନାଙ୍କ ଶାଶୁ ଘର ଲୋକେ ମୃତଦେହକୁ ସତ୍କାର ପାଇଁ ଗାଁ ଶ୍ମଶାନକୁ ନେଉଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲେ ମୃତ ଜ୍ୟୋତ୍ସ୍ନାଙ୍କ ମାଆ ଓ ଭାଇ। ମାତ୍ର ଶାଶୁ ଘର ଲୋକେ ସେମାନଙ୍କୁ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି।

କୌଶଳ କ୍ରମେ ଶାଶୁଘର ଲୋକେ ଜ୍ୟୋତ୍ସ୍ନାଙ୍କ ମୃତଦେହ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ନେଇଯାଇଥିଲେ। ଏ ସମ୍ପର୍କରେ ଜାଣିପାରି ବେଙ୍ଗାଲୁରୁରେ ରହୁଥିବା ମୃତ ଜ୍ୟୋତ୍ସ୍ନାଙ୍କ ଭାଇ ପ୍ରଭୁଦତ୍ତ ନାହାକ କୁଜଙ୍ଗ ଥାନାକୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ଏପରିକି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ପୁଲିସ ତତ୍ପର ହୋଇପଡ଼ି ଅଧାରାସ୍ତାରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୁଲିସ ଅଭିଯୁକ୍ତ ଜ୍ୟୋତ୍ସ୍ନାଙ୍କ ସ୍ୱାମୀ ନେତ୍ରାନନ୍ଦଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ଅଭିଯୋଗକୁ ଭିତ୍ତି କରି ମହିଳାଙ୍କ ଶାଶୁଘର ଲୋକଙ୍କ ନାମରେ ଯୌତୁକଜନିତ ବଧୂହତ୍ୟା ମାମଲା ରୁଜୁ କରିଛି ପୁଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story