ନକ୍ସଲ କ୍ୟାମ୍ପରୁ ମିଳିଲା ଗର୍ଭନିରୋଧକ ବଟିକା ଓ କଣ୍ଡୋମ; ହେଉଥିଲା ମହିଳାଙ୍କ ସହ ଶୋଷଣ

ନୂଆପଡା (ମାୟାଧର ସରାଫ): ନକ୍ସଲ କ୍ୟାମ୍ପରୁ ମିଳିଛି ଗର୍ଭନିରୋଧକ ବଟିକ ଓ କଣ୍ଡୋମ ପରି ଅନ୍ୟାନ୍ୟ ସାମଗ୍ରୀ। ଏଥିରୁ ସ୍ପଷ୍ଟ ଯେ ସେଠାରେ ମହିଳା ନକ୍ସଲଙ୍କୁ ଯୌନ ଶୋଷଣ କରାଯାଉଥିଲା। ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ରମେଶ ବୈଶ୍ୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଓଡ଼ିଶା-ଛତିଶଗଡ ସୀମାନ୍ତରେ ସୁନାବେଡ଼ା ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ସତର୍କ ହୋଇଯାଇଥିଲା ପ୍ରଶାସନ। […]

Naxal Camp

Naxal Camp

Manoranjan Sial
  • Published: Saturday, 09 July 2022
  • Updated: 09 July 2022, 08:12 PM IST

Sports

Latest News

ନୂଆପଡା (ମାୟାଧର ସରାଫ): ନକ୍ସଲ କ୍ୟାମ୍ପରୁ ମିଳିଛି ଗର୍ଭନିରୋଧକ ବଟିକ ଓ କଣ୍ଡୋମ ପରି ଅନ୍ୟାନ୍ୟ ସାମଗ୍ରୀ। ଏଥିରୁ ସ୍ପଷ୍ଟ ଯେ ସେଠାରେ ମହିଳା ନକ୍ସଲଙ୍କୁ ଯୌନ ଶୋଷଣ କରାଯାଉଥିଲା। ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ଓ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ରମେଶ ବୈଶ୍ୟ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଓଡ଼ିଶା-ଛତିଶଗଡ ସୀମାନ୍ତରେ ସୁନାବେଡ଼ା ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ଅପରାଧ ଘଟାଇବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ସତର୍କ ହୋଇଯାଇଥିଲା ପ୍ରଶାସନ। ସିଆର୍‌ପିଏଫ୍‌, ଏସ୍‌ଓଜି ଓ ରାଜ୍ୟ ପୁଲିସ୍‌କୁ ନେଇ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ତେବେ ପାଟଦରା ସଂରକ୍ଷିତ ଜଙ୍ଗଳରେ ସୁରକ୍ଷା କର୍ମୀଙ୍କ ଉପରକୁ ନକ୍ସଲମାନେ ଅତର୍କିତ ଆଖି ବୁଜା ଗୁଳି ଚାଳନା କରିଥିଲେ। ଏହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ପାଖାପାଖି ଘଣ୍ଟାଏରୁ ଅଧିକ ସମୟ ଧରି ଜଙ୍ଗଲ ଜଙ୍ଗଲ ଭିତରେ ଗୁଳି ଚାଳନା ହୋଇଥିଲା। ସୁରକ୍ଷା କର୍ମୀମାନେ ୨୮୪ ରାଉଣ୍ଡ ଗୁଳି ଓ ୨୦ ରାଉଣ୍ଡ ୟୁଏଲଭି ଚଳାଇ ଥିଲେ।

[caption id="attachment_747920" align="aligncenter" width="650"]Nuapada ନକ୍ସଲ କ୍ୟାମରୁ ମିଳିଥିବା ସାମଗ୍ରୀ[/caption]

ଗୁଳିଚାଳନାରେ ଭିତରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ। ସେମାନେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଏହା ପରେ ସୁରକ୍ଷା କର୍ମୀଙ୍କ ତରଫରୁ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ରକ୍ତ ଛିଟା ଓ ଘୁଷାରି ଘୁଷାରି ନେବାର ଚିହ୍ନ ରହିଛି। ଏଥିରୁ ଜଣାପଡ଼ୁଛି ଗୁଳି ଚାଳନାରେ ବହୁ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।  ଏଥିସହ ଉକ୍ତ ଜଙ୍ଗଲରୁ ଗୋଟିଏ ନକ୍ସଲ କ୍ୟାମ୍ପ ଠାବ କରିଛନ୍ତି ସୁରକ୍ଷା କର୍ମୀ।

କ୍ୟାମ୍ପରେ ୭୦ରୁ ୮୦ ନକ୍ସଲ ଥିଲେ। କ୍ୟାମ୍ପରେ ଟପ୍‌ ନକ୍ସଲ ମୂରଲୀ, ଦେବଜୀ, ଜୟରାମ, କାର୍ତ୍ତିକ, ଗୁଡ୍ଡୁ, ଅଞ୍ଜୁ, ସଙ୍ଗୀତା, ଜାନିଲା, ପାର୍ବତୀ, ସୋନୀ ପ୍ରମୁଖ ଥିଲେ। କ୍ୟାମ୍ପରୁ ଗୋଟିଏ ବନ୍ଧୁକ ସହ ବହୁ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଛି। ବହୁ ପରିମାଣର ଗର୍ଭ ନିରୋଧ ବଟିକା ମିଳିଥିବାରୁ ସେଠାରେ ମହିଲା ନକ୍ସଲଙ୍କୁ ଯୌନ ଶୋଷଣ କରାଯାଉ ଥିବା ନୂଆପଡା ଏସ୍‌ପି କହିଛନ୍ତି। ବର୍ତ୍ତମାନ ମଧ୍ୟ ଓଡ଼ିଶା ଓ ଛତିଶଗଡ ପୁଲିସ ପକ୍ଷରୁ କୁମ୍ୱିଂ ଅପରେସନ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos