ପୁଲିସ୍ ଆଖିରେ ଧୂଳି ଦେଇ ଲାଇନ୍‌ ଟ୍ରକ୍‌ରେ ନେଉଥିଲେ, କିନ୍ତୁ ଧରାପଡ଼ିଗଲେ

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ମାଲ ପରିବହନ ଗାଡ଼ିରେ ଚାଲାଣ କରୁଛନ୍ତି। ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ। ବଲାଙ୍ଗିର ସହର ୱମେନ୍ସ କଲେଜ ଛକ ନିକଟରେ ଏକ ଲାଇନ ଟ୍ରକ୍‌ ଉପରେ ଚଢ଼ାଉ କରି ଅବକାରୀ ବିଭାଗ ପ୍ରାୟ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି […]

hhhhhhhhhhhhhhhhhhhh

Tapaswini Nayak
  • Published: Tuesday, 01 September 2020
  • , Updated: 01 September 2020, 11:58 AM IST

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ନିଶା ବ୍ୟବସାୟୀମାନେ ପୁଲିସ୍ ଆଖିରେ ଧୂଳି ଦେବା ପାଇଁ ସବୁବେଳେ ନୂଆ ତରିକା ଆପଣାଉଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ କେତେବେଳେ ମାଲ ପରିବହନ ଗାଡ଼ିରେ ଚାଲାଣ କରୁଛନ୍ତି। ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାରେ।

ବଲାଙ୍ଗିର ସହର ୱମେନ୍ସ କଲେଜ ଛକ ନିକଟରେ ଏକ ଲାଇନ ଟ୍ରକ୍‌ ଉପରେ ଚଢ଼ାଉ କରି ଅବକାରୀ ବିଭାଗ ପ୍ରାୟ ପାଞ୍ଚ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଟ୍ରକ୍‌ ଡ୍ରାଇଭରଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡର ହୋଇଥିବା ବେଳେ ଟ୍ରକ୍‌ଟି ମଧ୍ୟ ସେଠାକାର ବୋଲି ଜଣାପଡ଼ିଛି।

ଲାଇନ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ବଲାଙ୍ଗିର ଜିଲ୍ଲାପାଳ ଏବଂ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ଛକରେ ଛକି ରହିଥିଲେ। ୱମେନ୍ସ କଲେଜ ଛକ ଦେଇ ଆଜି ଟ୍ରକ୍‌ଟି ଯିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୫ କୁଇଣ୍ଟାଇ ଗଞ୍ଜେଇ ଜବତ କରିଥିଲା।

Related story