ହଜାରେ ଗାଡ଼ି ଉଠାଇ ନେଲା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅମାନିଆଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। କଟକ ସହରରେ ହଜାରେରୁ ଅଧିକ ଗାଡି ଜବତ କରିଛି କମିଶନରେଟ ପୁଲିସ।  ସହର ମଧ୍ୟରେ ଥିବା ବିଭିନ୍ନ ବଜାରରେ ଆଇନ ଉଲ୍ଲଂଘନ କରି ଗାଡି ଆଣିଥିବା ଅମାନିଆଙ୍କ ୧୦୧୯ଟି ଗାଡି ଜବତ କରିଥିବା ସୂଚନା ଦେଇଛନ୍ତି କଟକ ଡିସିପି। କଟକ ଜିଲ୍ଲାର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ବା ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିବା ପରେ ମଧ୍ୟ ଲୋକେ ଆଇନକୁ ମାନିନାହାନ୍ତି।  ସହରର ବିଭିନ୍ନ  ଅଂଚଳରେ ସକାଳୁ […]

7890-1

Tapas Behera
  • Published: Monday, 06 April 2020
  • , Updated: 06 April 2020, 04:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଅମାନିଆଙ୍କ ବିରୋଧରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। କଟକ ସହରରେ ହଜାରେରୁ ଅଧିକ ଗାଡି ଜବତ କରିଛି କମିଶନରେଟ ପୁଲିସ।  ସହର ମଧ୍ୟରେ ଥିବା ବିଭିନ୍ନ ବଜାରରେ ଆଇନ ଉଲ୍ଲଂଘନ କରି ଗାଡି ଆଣିଥିବା ଅମାନିଆଙ୍କ ୧୦୧୯ଟି ଗାଡି ଜବତ କରିଥିବା ସୂଚନା ଦେଇଛନ୍ତି କଟକ ଡିସିପି।

କଟକ ଜିଲ୍ଲାର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ବା ଆବଦ୍ଧାଞ୍ଚଳ ଭାବେ ଘୋଷଣା କରିବା ପରେ ମଧ୍ୟ ଲୋକେ ଆଇନକୁ ମାନିନାହାନ୍ତି।  ସହରର ବିଭିନ୍ନ  ଅଂଚଳରେ ସକାଳୁ ଅନେକ ଲୋକ ଗାଡି ଧରି ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିବା ଦେଖିବାକୁ ମିଳିଥିଲା।  ଶହ ଶହ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ।  ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଗାଡି ଧରି ଆସିଥିବାରୁ ଏହି ସବୁ ଗାଡି ଜବତ କରାଯାଇଛି।

Related story