ଭଦ୍ରକ( ପାର୍ଥ ସାରଥୀ ନାୟକ):ଭଦ୍ରକ ଟ୍ରାଫିକ ପୁଲିସ ଦେଖାଇଲା ମାନବିକତା। ନିଜ ଡ୍ୟୁଟି ସମୟରେ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଜଣେ ଅସୁବିଧାରେ ପଡ଼ିଥିବା ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିଥିଲା ପୁଲିସ।
ସୂଚନା ଅନୁଯାୟୀ, ଭଦ୍ରକର ଆଜି ବନ୍ତ ଛକ ନିକଟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଗୋଡ଼ରେ ଏକ ଲୁହା କଣ୍ଟା ପଶିଥିଲା। ଯାହାକି ସେ କଷ୍ଟ ଅନୁଭବ କରିଥିଲେ। ମଧ୍ୟାହ୍ନ ସମୟରେ ଭଦ୍ରକ ବନ୍ତଛକ ପୋଲ ତଳେ ଗୁରୁଣ୍ଡି ଗୁରୁଣ୍ଡି ଆସୁଥିବା ବେଳେ ତାଙ୍କ ପାଦ ରକ୍ତ ଜୁଡୁବୁଡୁ ହୋଇଯାଇଥିଲା। ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସମସ୍ତଙ୍କ ନଜର ଉକ୍ତ ବ୍ୟକ୍ତିଙ୍କ ଉପରେ ପଡୁଥିଲେ ମଧ୍ୟ ସମସ୍ତେ ନିଜ ନିଜ ବାଟରେ ଚାଲିଯାଉଥିଲେ।
କିନ୍ତୁ ଠିକ ସେହି ସମୟରେ ଦେବଦୂତ ସାଜି ଭଦ୍ରକ ଟ୍ରାଫିକ ପୁଲିସଭାଇ ମାନେ ଭିନ୍ନକ୍ଷମ ବ୍ୟକ୍ତି ପାଖରେ ପହଞ୍ଚି ଲୁହା କଣ୍ଟା ଟିକୁ କାଢିଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିବା ଭିନ୍ନକ୍ଷମ ବ୍ୟକ୍ତିଟି କଷ୍ଟରୁ ଉପଶମ ପାଇଥିଲା। ଟ୍ରାଫିକ ପୁଲିସଙ୍କ ଏମିତି ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଟ୍ରକକୁ ପିଟିଲା କୋର୍ଟ ଭ୍ୟାନ୍, ପୁଲିସ୍ ଓ ମୁଦାଲା ଆହତ
ଟ୍ରକକୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍ । ଏଥିରେ କୋର୍ଟ ଭ୍ୟାନ୍ର ସମ୍ମୁଖ କାଚ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।
Miscellaneous
ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
୪୫ରୁ ୬୫ ବର୍ଷ ବୟସର ପ୍ରବାସୀ ଭାରତୀୟଙ୍କୁ ନେଇ ଦେଶର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ବୁଲିବ ପ୍ରବାସୀ ଭାରତୀୟ ଏକ୍ସପ୍ରେସ। ଟ୍ରେନର ସର୍ବାଧିକ ଯାତ୍ରୀ କ୍ଷମତା ହେଉଛି ୧୫୬, ଯାତ୍ରାର ସମୟ ଅବଧି ୩ ସପ୍ତାହ।
Crime
ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍
ଦେଖିବାକୁ ପୁରା ସୁନା ପରି ଚିକଚିକ୍ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।
Events & Festivals
ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଓଡ଼ିଶାର ବିକାଶରେ ପ୍ରବାସୀ ସାମିଲ୍ ହୁଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୁଞ୍ଜିନିବେଶ କରିବାକୁ ଯେଉଁସବୁ ଆବଶ୍ୟକତା ଅଛି, ସେ ସବୁ ଓଡ଼ିଶାରେ ପୂରଣ ହେବ।
Events & Festivals
ପ୍ରବାସୀ ଭାରତୀୟ ମହାକୁମ୍ଭକୁ ଉଦଘାଟନ କଲେ ମୋଦି, କହିଲେ- ପ୍ରତି ପ୍ରବାସୀଙ୍କ ହୃଦୟରେ ଭାରତର ସ୍ପନ୍ଦନ
ଦୁନିଆରେ ଯେତେବେଳେ ଖଣ୍ଡା ମୁନରେ ସାମ୍ରାଜ୍ୟ ବଢ଼ା ଯାଉଥିଲା ସେତେବେଳେ ସମ୍ରାଟ ଅଶୋକ ଏଠାରେ ଶାନ୍ତିର ବାଟ ବାଛିଥିଲେ। ସେ ଏଠାରେ ଧର୍ମାଶୋକରେ ପରିଣତ ହୋଇଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି କହିଲେ ମୋଦି।