ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ। ଗତ ୧୧ ତାରିଖ ଦିନ ବଲାଙ୍ଗିର ସଦରଥାନା ଅର୍ନ୍ତଗତ ବାଘଡୁଙ୍ଗୁରୀ ଗାଁରେ ସାହୁ ପରିବାରର ଦୁଇ ଭାଇଙ୍କ ଭିତରେ ଜମିବିବାଦକୁ ନେଇ ଗଣ୍ଡୋଗୋଳ ହୋଇଥିଲା । ଗାଁ ଭିତରେ କେଶବ ସାହୁଙ୍କୁ ତାଙ୍କର ତିନିଜଣ ସଂର୍ପକୀୟ ଭାଇ ଶିବ ସାହୁ, ପବିତ୍ର ସାହୁ ଏବଂ ଦନାର ସାହୁ ଲୁହା ରଡ଼ ଏବଂ କାଠଫାଳିଆରେ ଆକ୍ରମଣ କରିଥିଲେ।
ଗୁରୁତର କେଶବଙ୍କୁ ପ୍ରଥମେ ବଲାଙ୍ଗିର ଏବଂ ପରେ ବୁର୍ଲା ମେଡିକାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଇଛି । ଘଟଣାର ୧୧ ଦିନ ପରେ ମଧ୍ୟ ସଦର ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନଥିବାରୁ, ଆଜି କେଶବଙ୍କ ପରିବାର ଏବଂ ଗାଁର ଶତାଧିକ ମହିଳା ଏବଂ ପୁରୁଷ ବଲାଙ୍ଗିର ଏସ୍.ଡି.ପି.ଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ।
ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସ୍.ଡି.ପି.ଓ ଶ୍ରୀମନ୍ତ ବାରିକ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ହଟିଥିଲେ ଆନ୍ଦୋଳନକାରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଚାଷୀଙ୍କୁ ସରକାରଙ୍କ ପରାମର୍ଶ: ବୀମା ସହାୟତା ପାଇଁ ହେଲପଲାଇନକୁ ଜଣାଅ
ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ, ସମସ୍ତ ବୀମାଭୁକ୍ତ ଚାଷୀଙ୍କୁ ଉଚିତ୍ କ୍ଷତିପୂରଣ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିୟମ ଅନୁସାରେ ଫସଲ ଅମଳର ପରବର୍ତ୍ତୀ କ୍ଷୟକ୍ଷତି ପାଇଁ ମଧ୍ୟ ବୀମା ସହାୟତା ପ୍ରଦାନ କରାଯିବ ।
Politics
ଏଣିକି ମନ୍ତ୍ରୀ ବୁଝିବେ ଜିଲ୍ଲା କଥା: ମୁଖ୍ୟମନ୍ତ୍ରୀ ବାଂଟିଲେ ‘ଜିଲ୍ଲା ପ୍ରଭାରୀ ମନ୍ତ୍ରୀ’ ଦାୟିତ୍ୱ
ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବାବେଳେ ପ୍ରଭାତୀ ପରିଡ଼ାଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱ ମିଳିଛି ।
Politics
ମୁରବୀବିହୀନ ବିଜେଡି: ଶଙ୍ଖଭବନରେ ୨ ମହିଳା ପଦାଧିକାରୀ ଧସ୍ତାଧସ୍ତି,ମାରପିଟ୍
ଆଜିର ଏହି ଘଟଣାରୁ ଦଳ ଭିତରେ ନେତା ଓ ପଦାଧିକାରୀଙ୍କ ଉପରେ ନବୀନ ନିଜର ଲଗାମ ଓ ନିୟନ୍ତ୍ରଣ ହରାଇ ବସିଥିବାର ପ୍ରମାଣ ମିଳିଛି ।
Politics
ବିଜେଡି ପ୍ରତିଷ୍ଠା ଦିବସରେ ଦଳ ଛାଡ଼ିଲେ ୨ ବ୍ଲକ୍ ଅଧ୍ୟକ୍ଷ, ବିଜେପିରେ ମିଶିଲେ
ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ଏବଂ କୁଲାଡ଼, ବାରୁଡ଼ା, ବଡ଼ କୋଦଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟ ଓ ସଭ୍ୟା ବିଜେପିରେ ସାମିଲ ହୋଇଛନ୍ତି।