ଫୁଲ ସଜା କାରରେ ବର ଯାଉଥିଲେ, ବାଟରେ ପୁଲିସ ଗାଡ଼ିରେ ବସିଲେ

ଆଠଗଡ଼(ନୀଳକଣ୍ଠ ଦୋରା): ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରୁ ବରକୁ ଅପହରଣ । ଏଭଳି ଏକ ଖବରକୁ ନେଇ ଆଜି ଦିନ ତମାମ କଟକ ଜିଲ୍ଲାର ଆଠଗ଼ଡ଼ ଓ ବାଙ୍କୀ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଲୋଡ଼ନ। ହେଲେ ବୁଝୁ ବୁଝୁ ଜଣା ପଡିଥିଲା କେହି ଦୁର୍ବୃର୍ତ୍ତ ନୁହଁନ୍ତି ବରଂ ଖୋଦ୍ ପୁଲିସ ବରକୁ ଉଠାଇ ନେଇ ଗିରଫ କରିଛି । ସଜେଇ ହୋଇଥିଲା ବର ଗାଡ଼ି। ସଜେଇ ହୋଇଥିଲା ବାହା ମଣ୍ଡପ। ବରଯାତ୍ରୀ ଓ ବନ୍ଧୁ ବାନ୍ଧବଙ୍କ ପାଇଁ […]

65890

65890

Tapas Behera
  • Published: Thursday, 12 March 2020
  • Updated: 12 March 2020, 08:39 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରୁ ବରକୁ ଅପହରଣ । ଏଭଳି ଏକ ଖବରକୁ ନେଇ ଆଜି ଦିନ ତମାମ କଟକ ଜିଲ୍ଲାର ଆଠଗ଼ଡ଼ ଓ ବାଙ୍କୀ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଆଲୋଡ଼ନ। ହେଲେ ବୁଝୁ ବୁଝୁ ଜଣା ପଡିଥିଲା କେହି ଦୁର୍ବୃର୍ତ୍ତ ନୁହଁନ୍ତି ବରଂ ଖୋଦ୍ ପୁଲିସ ବରକୁ ଉଠାଇ ନେଇ ଗିରଫ କରିଛି ।

ସଜେଇ ହୋଇଥିଲା ବର ଗାଡ଼ି। ସଜେଇ ହୋଇଥିଲା ବାହା ମଣ୍ଡପ। ବରଯାତ୍ରୀ ଓ ବନ୍ଧୁ ବାନ୍ଧବଙ୍କ ପାଇଁ ଭଳିକି ଭଳି ସୁଆଦିଆ ଭୋଜି ବି ରନ୍ଧା ସରିଥିଲା। ହେଲେ ବର ଆସି ଥାନା ଭିତରେ। ବାଟ ମଝିରୁ ବରକୁ ଉଠାଇ ଆଣିଲା ଖୋଦ୍ ବାଙ୍କି ପୁଲିସ। କାରଣ ତାଙ୍କ ନାଁରେ ଅଛି ହତ୍ୟା ମାମଲାରେ ଓ୍ୱାରେଣ୍ଟ। ଖବର ଅନୁସାରେ ବର ବେଶ ସାଜିଥିବା ଯୁବକ ଜଣକ ଢେଙ୍କାନାଳ ତାଳବୋଟ ଗାଁର ପ୍ରକାଶ ସ୍ୱାଇଁ ।

ଆଠଗଡ଼ ଥାନା ସମସରପୁର ଗାଁରେ ଆଜି ଥିଲା ତାଙ୍କ ବାହାଘର। ବୀରକିଶୋରପୁର ଶିବ ମନ୍ଦିରରେ ଏଥିପାଇଁ ହୋଇଥିଲା ଜୋରଦାର ଆୟୋଜନ। ହେଲେ ବାଟରେ କିନ୍ତୁ ଆଗୁଆ ସାଦା ପୋଷାକରେ ଛକି ବସିଥିଲା ବାଙ୍କି ପୁଲିସ। କେହି କିଛି ବୁଝିବା ପୂର୍ବରୁ ସାପୁଆ ବ୍ରିଜ୍ ନିକଟରୁ ଉଠାଇ ଆଣି ସିଧା ଥାନାରେ ହାଜର। ତେଣେ ଫିଲ୍ମ ଷ୍ଟାଇଲରେ ଘଟଣା ସବୁକୁ ଦେଖି ଛାନିଆ। ବର ପକ୍ଷ ଲୋକେ କେହି କେହି ପୁଲିସ ଉପରେ ରାଗି ଲାଲ ହୋଇଯାଇଥିଲେ।

ପୁଲିସ ସୂଚନା ଅନୁସାରେ ୨୦୧୮ ମସିହାରେ ବାଙ୍କି ଥାନା ଅନ୍ତର୍ଗତ କଦଳୀବାଡ଼ି ଗାଁରେ ଜମିଜମା ବିବାଦକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିଲା । ଉକ୍ତ ମାମଲାରେ ୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଗିରଫ ହୋଇ ଥିବାବେଳେ ଅନ୍ୟମାନେ ଫେରାର ଥିଲେ । ତେବେ ସେହି ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଥିଲା ପ୍ରକାଶ ସ୍ୱାଇଁ।

ଯାହାଙ୍କୁ ଦେଢ଼ବର୍ଷ ହେଲା ଖୋଜୁଥିଲା ପୁଲିସ। ଆଉ ଆଜି ପ୍ରକାଶ ବାହା ହେବାକୁ ଆସୁଥିବା ଖବର ପାଇ ବେଶ୍ ସତର୍କତାର ସହ ଅଧାବାଟରୁ ତାଙ୍କୁ ଉଠାଇ ନେଇ ଗିରଫ କରି କୋର୍ଟଚାଲାଣ କରିଛି। ହେଲେ ବର ନାଁରେ ହତ୍ୟା ମାମଲା ଥିବା କଥା ଆଗରୁ ମୋଟେ ଜାଣିନଥିବା କହିଛନ୍ତି କନ୍ୟା ପିତା। ଏଭଳି ସ୍ଥିତିରେ ମଙ୍ଗୁଳା କନ୍ୟାକୁ ନେଇ କଣ କରିବେ ତାକୁ ନେଇ ଚିନ୍ତାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos