ହତ୍ୟାର ୮ ବର୍ଷ ପରେ ମିଳିଥିବା ଖପୁରୀର ହେବ DNA ଟେଷ୍ଟ

ସମ୍ୱଲପୁର(ସଞ୍ଜୟ ଜେନା): ଦୀର୍ଘ ୮ ବର୍ଷ ପରେ ବହୁ ଚର୍ଚ୍ଚିତ ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଥିଲା। ଏବେ ମୃତ ଜୟଶ୍ରୀଙ୍କ ଖପୁରୀ ଓ ତାଙ୍କ ପୁଅ-ଝିଅଙ୍କର DNA ଟେଷ୍ଟ ହେବ। ଏ ନେଇ SDJM କୋର୍ଟରେ ସମ୍ବଲପୁର ପୁଲିସ ଏକ ଆବେଦନ କରିଛି। ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ର ୨୦୧୧ ମସିହା ଅକ୍ଟୋବର ୧୩ ତାରିଖରେ ବଡ଼ ଝିଅର ବିବାହ କାର୍ଡ ବାଣ୍ଟିବା ପାଇଁ ଯାଇଥିଲେ। ହେଲେ ସେ ଘରକୁ ଫେରିନଥିଲେ। […]

sambalpur-1-750x420

sambalpur-1-750x420

Manoranjan Sial
  • Published: Wednesday, 31 July 2019
  • Updated: 31 July 2019, 05:54 PM IST

ସମ୍ୱଲପୁର(ସଞ୍ଜୟ ଜେନା): ଦୀର୍ଘ ୮ ବର୍ଷ ପରେ ବହୁ ଚର୍ଚ୍ଚିତ ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ର ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଥିଲା। ଏବେ ମୃତ ଜୟଶ୍ରୀଙ୍କ ଖପୁରୀ ଓ ତାଙ୍କ ପୁଅ-ଝିଅଙ୍କର DNA ଟେଷ୍ଟ ହେବ। ଏ ନେଇ SDJM କୋର୍ଟରେ ସମ୍ବଲପୁର ପୁଲିସ ଏକ ଆବେଦନ କରିଛି।

ସମ୍ବଲପୁର ନନ୍ଦପଡ଼ାର ଜୟଶ୍ରୀ ମିଶ୍ର ୨୦୧୧ ମସିହା ଅକ୍ଟୋବର ୧୩ ତାରିଖରେ ବଡ଼ ଝିଅର ବିବାହ କାର୍ଡ ବାଣ୍ଟିବା ପାଇଁ ଯାଇଥିଲେ। ହେଲେ ସେ ଘରକୁ ଫେରିନଥିଲେ। ମାଆ ଘରକୁ ନଫେରିବାରୁ ଝିଅ ବିଜୟିନୀ ବିଚଳିତ ହୋଇ ପଡ଼ିଥିଲେ। ପରେ ସେ ଏନେଇ ଟାଉନଥାନାରେ ଏତଲା ଦେଇଥିଲେ। ତାଙ୍କ ମାଆଙ୍କୁ ବସନ୍ତ ପଣ୍ଡା ନାମକ ଜଣେ ସମ୍ପର୍କୀୟ ହତ୍ୟା କରିଥିବା ଏତଲାରେ ସନ୍ଦେହ ପ୍ରକାଶ କରିଥିଲେ ବିଜୟିନୀ। ହେଲେ ପୁଲିସ ମାମଲା ରୁଜୁ କରି ଘଟଣାର ଖୋଳତାଡ଼ କରିବା ପରିବର୍ତ୍ତେ ସେ କାହା ସହ ପଳାଇ ଯାଇଥିବେ ଦର୍ଶାଇ ଏକ ଷ୍ଟେସନ୍ ଡାଏରୀ କରି ଚୁପ୍‌ ବସି ଯାଇଥିଲା। ବିଜୟିନୀଙ୍କ ବାରମ୍ବାର ଗୁହାରି ପରେ ମଧ୍ୟ ପୁଲିସ ଭୃକ୍ଷେପ କରିନଥିଲା।

ଘଟଣାକ୍ରମରେ ବିଜୟିନୀ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ (JNU)ରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଚାଲିଯାଇଥିଲେ। କିନ୍ତୁ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିଥିଲେ। ଥାନା ଅଧିକାରୀଙ୍କଠୁ ଆରମ୍ଭ କରି ଏସ୍‌ପି, ଡିଆଇଜିଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ। ଶେଷରେ କୋର୍ଟରେ ପିଟିସନ ଦାଖଲ କରିଥିଲେ ବିଜୟିନୀ। ଗତ ୧୭ ତାରିଖରେ ସେ ଡିଜିପିଙ୍କୁ ଜଣାଇବା ପରେ ସମ୍ବଲପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଆଉ ହତ୍ୟା ପରଠୁ ଆତ୍ମଗୋପନ କରିଥିବା ଅଭିଯୁକ୍ତ ବସନ୍ତ ପଣ୍ଡାଙ୍କୁ ଗିରଫ କରି ପୁଲିସ ଖୋଳତାଡ଼ କରିବା ପରେ ଘଟଣା ଉପରୁ ପର୍ଦ୍ଦା ଉଠିଥିଲା। ଚୈତନ୍ୟ କଅଁର ନାମକ ଜଣେ ସହଯୋଗୀକୁ ୨୦୦ ଟଙ୍କା ପାରିଶ୍ରମିକ ଦେଇ ଗାତ ଖୋଳାଇଥିଲେ ବସନ୍ତ। ପରେ ସେହି ଗାତରେ ଜୟଶ୍ରୀଙ୍କୁ ପୋତିଦେଇ ବସନ୍ତ ହରିଦ୍ୱାର ଚାଲି ଯାଇଥିଲେ ବୋଲି ଜଣାପଡ଼ିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos