ସରକାରୀ କାର୍ଯ୍ୟକ୍ରମରେ ‘ନେତା’ ଅଲୋଡ଼ା, ଅଫିସରଙ୍କୁ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ଅଫିସରମାନଙ୍କ ମାତ୍ରାଧିକ ମନମୁଖୀ କାର୍ଯ୍ୟ ଏବେ ନେତା ଓ ମନ୍ତ୍ରୀମାନଙ୍କୁ ଅସହାୟ କରିବାରେ ଲାଗିଛି। ବିଶେଷକରି ବିଭାଗୀୟ ମନ୍ତ୍ରୀ ଓ ପଦାଧିକାରୀଙ୍କୁ ଅଣଦେଖା କରି ଅଫିସରମାନେ ନିଜ ମର୍ଜିରେ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ନିଜ ଚାକିରି ବଞ୍ଚାଇବା ତଥା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାଙ୍କ ଭୟରେ ବିଜେଡି ନେତାମାନେ ବି ଚୁପ୍ ରହିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି । ନିକଟରେ ଏଭଳି କେତେକ ଘଟଣା ରାଜ୍ୟ […]

hocky

hocky

Manoranjan Sial
  • Published: Thursday, 17 October 2019
  • Updated: 17 October 2019, 07:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରରେ ଅଫିସରମାନଙ୍କ ମାତ୍ରାଧିକ ମନମୁଖୀ କାର୍ଯ୍ୟ ଏବେ ନେତା ଓ ମନ୍ତ୍ରୀମାନଙ୍କୁ ଅସହାୟ କରିବାରେ ଲାଗିଛି। ବିଶେଷକରି ବିଭାଗୀୟ ମନ୍ତ୍ରୀ ଓ ପଦାଧିକାରୀଙ୍କୁ ଅଣଦେଖା କରି ଅଫିସରମାନେ ନିଜ ମର୍ଜିରେ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ନିଜ ଚାକିରି ବଞ୍ଚାଇବା ତଥା ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରାମର୍ଶଦାତାଙ୍କ ଭୟରେ ବିଜେଡି ନେତାମାନେ ବି ଚୁପ୍ ରହିବାକୁ ବାଧ୍ୟ ହେଉଥିବା ଜଣାପଡ଼ିଛି । ନିକଟରେ ଏଭଳି କେତେକ ଘଟଣା ରାଜ୍ୟ ରାଜନୀତିରେ ଅଫିସରମାନଙ୍କ ମାତ୍ରାଧିକ ପ୍ରଭାବକୁ ଦର୍ଶାଉଛି।

ସୂଚନା ଅନୁସାରେ ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟରେ ଫୁଟବଲ୍ କ୍ରୀଡ଼ାର ପ୍ରଚାରପ୍ରସାର ପାଇଁ ରାଜକୋଷ ପାଣ୍ଠିରେ ଫ୍ରାଞ୍ଚାଇଜି ଓଡ଼ିଶା ନେଇଛି। ଇଣ୍ଡିଆନ ସୁପର ଲିଗର ଷଷ୍ଠ ସଂସ୍କରଣରେ ଅନ୍ୟତମ ଫ୍ରାଞ୍ଚାଇଜି ଭାବେ ଓଡ଼ିଶା ଏଫସି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି। ଗତ ବୁଧବାର ଭୁବନେଶ୍ୱରରେ ଏକ ଭବ୍ୟ ସମାରୋହରେ ଓଡ଼ିଶା ଏଫସି ତା’ର ନୂଆ କିଟ୍ ଉନ୍ମୋଚନ କଲା। ଦେଶବିଦେଶର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସେଠାକୁ ଆମନ୍ତ୍ରଣ କରାଯାଇଥିଲା। ଆଉ ଏହି ନୂଆ କିଟ୍ ଉନ୍ମୋଚନ କଲେ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଭିିନିଲ୍ କ୍ରିଷ୍ଣା। ରାଜକୋଷ ପାଣ୍ଠିରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲେ ମଧ୍ୟ ସେଥିରେ କ୍ରୀଡ଼ା ମନ୍ତ୍ରୀ କିମ୍ବା ଅନ୍ୟ କୌଣସି ମନ୍ତ୍ରୀଙ୍କୁ ଦେଖିବାକୁ ମିଳିନଥିଲା।

ସେହିପରି ଗତ ଦୁଇଦିନ ତଳେ ‘ଓଡ଼ିଶା ଟ୍ରାଭେଲ ବଜାର’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଦେଶବିଦେଶରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ମଧ୍ୟ ସେଠାରେ ବି ପ୍ରୋଟୋକଲକୁ ପାଳନ କରାଗଲାନି । ପର୍ଯ୍ୟଟନ ମନ୍ତ୍ରୀ ଥିଲେ ମଧ୍ୟ ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ଦେଖିବାକୁ ମିଳିନଥିଲା। ଯଦିଓ ଓଡ଼ିଶାର ସବୁଠୁ ବଡ଼ ହୋଟେଲ୍ ଚେନ୍ ଭାବେ ଓଟିଡିସି ପରିଚିତ ଓ ଓଟିଡିସିର ସକ୍ରିୟ ସହଯୋଗ ବିନା ‘ଓଡ଼ିଶା ଟ୍ରାଭେଲ୍ ବଜାର’ ଭଳି ଚିନ୍ତାଧାରା ସଫଳତା ଆଶା କରାଯାଇ ନପାରେ। ଏହି ଉଦଘାଟନୀ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ମାଇଲେଜ୍ ଦେବା ପରିବର୍ତ୍ତେ ପର୍ଯ୍ୟଟନ ସଚିବ ବିଶାଳ ଦେବ ବିଭାଗୀୟ ସୋଶାଲ ମିଡିଆ ପେଜରେ ନିଜ ଫଟୋ ଅପଲୋଡ୍ କରାଇବାକୁ ପଛାଇ ନାହାନ୍ତି।

ଏହି ଦୁଇ ସରକାରୀ କାର୍ଯ୍ୟକ୍ରମ ପାଇଁ ବିଭାଗ ସହ ଜଡ଼ିତ ସମ୍ପୃକ୍ତ ମନ୍ତ୍ରୀ ଓ ରାଜନେତାମାନଙ୍କୁ ଆମନ୍ତ୍ରଣ କରାଯାଇନଥିବା ଚର୍ଚ୍ଚା ହେଉଛି। କେବଳ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ ନୁହେଁ ଏବେ ଅଧିକାଂଶ ବିଭାଗର ସଚିବ ଓ ଆଇଏଏସମାନେ ସେମାନଙ୍କର ରାଜନୀତିକ ବସ୍ (ମନ୍ତ୍ରୀ)ମାନଙ୍କୁ ଅଣଦେଖା କରି ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ନିଜର ଗୁରୁତ୍ୱକୁ ଦର୍ଶାଇବାକୁ ଚାହୁଁଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ବିନା ‘ମୋ ସରକାର’ ଟିମ୍ ବିଭିନ୍ନ ଜିଲ୍ଲା ଗସ୍ତ କରିବାକୁ ନେଇ ବିରୋଧୀ ଦଳ ତୀବ୍ର ସମାଲୋଚନା କରିବାପରେ ମୁଖ୍ୟମନ୍ତ୍ରୀ ନିଜେ ଆଗକୁ ଆସି ସେ ହିଁ ଉକ୍ତ ଟିମକୁ ପଠାଇଥିଲେ ବୋଲି କହିବାକୁ ବାଧ୍ୟ ହୋଇଥିଲେ।

କାହା ସହ କିଭଳି ଆଚରଣ କରାଯିବ ସେ ନେଇ ସରକାରୀ ଅଫିସରମାନଙ୍କ ପାଇଁ ‘ବୁକ ସକୁର୍ଲାର-୪୭’ ରହିଥିଲେ ମଧ୍ୟ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଅଫିସର ମାତ୍ରାଧିକ ପ୍ରଭାବଶାଳୀ ହୋଇ ‘ପ୍ରୋଟେକଲ ବ୍ୟବସ୍ଥାକୁ ମୋଡ଼ିମକଚି ଦେବାକୁ ପଛାଉନଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story