ଚାଷୀ ପାଇଁ କାହାର କାନ୍ଦ ସତ: ଆଜି ବିଜେପି ଡେଇଁଲା, କାଲି ବିଜେଡି

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ପୂରଣ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟର ତିନି ପ୍ରମୁଖ ରାଜୈତିକ ଦଳ ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି। ହେଲେ କାହାର ଦରଦ କେତେ ତାହା ମୂଲ୍ୟାୟନ କରାଯିବାର ସମୟ ଆସିଯାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ରାଜନୈତିକ ଦଳ ଗୁଡ଼ିକରେ ପ୍ରକୃତରେ ଚାଷୀ ପ୍ରତି ରହିଛି ନା ଭୋଟବ୍ୟାଙ୍କ ପାଇଁ ଏପରି କାନ୍ଦୁଛନ୍ତି ଓ ରାସ୍ତାରେ ଡେଉଁଛନ୍ତି ତାହା ବିଚାର ଯୋଗ୍ୟ। କୃଷିଋଣ ଛାଡ଼ ଓ ବିନା ସୁଧରେ […]

BJP-Kishan-Morcha_22.06-2-750x430

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 09:04 PM IST

ଭୁବନେଶ୍ୱର: ଚାଷୀଙ୍କ ସମସ୍ୟା ପୂରଣ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଛି। ରାଜ୍ୟର ତିନି ପ୍ରମୁଖ ରାଜୈତିକ ଦଳ ପରସ୍ପରକୁ ଦୋଷ ଲଦିବାରେ ଲାଗିଛନ୍ତି। ହେଲେ କାହାର ଦରଦ କେତେ ତାହା ମୂଲ୍ୟାୟନ କରାଯିବାର ସମୟ ଆସିଯାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏହି ରାଜନୈତିକ ଦଳ ଗୁଡ଼ିକରେ ପ୍ରକୃତରେ ଚାଷୀ ପ୍ରତି ରହିଛି ନା ଭୋଟବ୍ୟାଙ୍କ ପାଇଁ ଏପରି କାନ୍ଦୁଛନ୍ତି ଓ ରାସ୍ତାରେ ଡେଉଁଛନ୍ତି ତାହା ବିଚାର ଯୋଗ୍ୟ।

କୃଷିଋଣ ଛାଡ଼ ଓ ବିନା ସୁଧରେ କୃଷି ଋଣ ପ୍ରଦାନ ଦାବିରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟନ୍‌ ଛକରେ ବିଜେପି ପକ୍ଷରୁ ବକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏପରି କର୍ମୀମାନେ ଧାରଣାରେ ବସିଥିଲେ। ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ କୃଷି ଋଣ ଛାଡ଼ ଘୋଷଣା କରିସାରିଥିବା ବେଳେ ଓଡ଼ିଶାରେ କାହିଁକି ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ବୋଲି ଦଳ ପ୍ରଶ୍ନ କରିଛି।

ସେପଟେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ୮୦ ଟଙ୍କା ବୃଦ୍ଧି କରାଯିବା ପ୍ରତିବାଦରେ ଆସନ୍ତାକାଲି ରାସ୍ତାକୁ ଓହ୍ଲାଇବ ବିଜେଡି। ରାଜଭବନ ଆଗରେ ଦଳ ପକ୍ଷରୁ ବିକ୍ଷୋଭ କରାଯିବ। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ଦିଆଯିବ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି ଦାବି କରିଛି କଂଗ୍ରେସ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏ ନେଇ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହ ଧାନର ସହାୟକ ମୂଲ୍ୟ ୮୦ ଟଙ୍କା ବୃଦ୍ଧି ଧର୍ମକୁ ଆଖିଠାର ସଦୃଶ ବୋଲି ଦର୍ଶାଇଛନ୍ତି। ଏମଏସ୍‌ପି ବୃଦ୍ଧି ସାଙ୍ଗକୁ କୃଷିଋଣ ଛାଡ଼ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ପ୍ରସାଦ।

Related story