ସବୁ ତାଲା ପଡ଼ିଗଲା ପରେ ପାଦ ଚାଲିଲା ୨୫୦ କିମି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ବିରୋଧରେ ଦେଶ ଜୁଝୁଥିବା ମହାଲଢ଼େଇରେ ନୂଆ ମାନବୀୟ ସଂକଟ ଲକଡାଉନ୍ ପାଇଁ ବଜାର ବନ୍ଦ, କାମଧନ୍ଦା, ରୋଜଗାର ସବୁ ବନ୍ଦ। ଏଭଳି ସ୍ଥିତିରେ ଶ୍ରମିକ, ଖଟିଖିଆଙ୍କ ହାତ ବି ବନ୍ଦ ହୋଇଯିବାରୁ ଦେଶବ୍ୟାପୀ ବିଭିନ୍ନ ସହରରୁ ଗାଁ ମୁହାଁ ହୋଇଛନ୍ତି ହଜାର ହଜାର ଶ୍ରମିକ । ଫଳରେ କରୋନା ଶୃଙ୍ଖଳକୁ ଭାଙ୍ଗିବାର ପ୍ରୟାସକୁ ବଡ଼ ଝଟ୍‌କା ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଯିଏ ଯେଉଁଠି ଅଛନ୍ତି ସେମାନଙ୍କ […]

n-9098

n-9098

Tapas Behera
  • Published: Saturday, 28 March 2020
  • Updated: 28 March 2020, 08:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ବିରୋଧରେ ଦେଶ ଜୁଝୁଥିବା ମହାଲଢ଼େଇରେ ନୂଆ ମାନବୀୟ ସଂକଟ ଲକଡାଉନ୍ ପାଇଁ ବଜାର ବନ୍ଦ, କାମଧନ୍ଦା, ରୋଜଗାର ସବୁ ବନ୍ଦ। ଏଭଳି ସ୍ଥିତିରେ ଶ୍ରମିକ, ଖଟିଖିଆଙ୍କ ହାତ ବି ବନ୍ଦ ହୋଇଯିବାରୁ ଦେଶବ୍ୟାପୀ ବିଭିନ୍ନ ସହରରୁ ଗାଁ ମୁହାଁ ହୋଇଛନ୍ତି ହଜାର ହଜାର ଶ୍ରମିକ । ଫଳରେ କରୋନା ଶୃଙ୍ଖଳକୁ ଭାଙ୍ଗିବାର ପ୍ରୟାସକୁ ବଡ଼ ଝଟ୍‌କା ଲାଗିବାର ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଯିଏ ଯେଉଁଠି ଅଛନ୍ତି ସେମାନଙ୍କ ପାଇଁ ରିଲିଫ୍  କ୍ୟାମ୍ପରେ ରହିବାର ବ୍ୟବସ୍ଥା କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଭୋକ ବିକଳରେ ଦେଶବ୍ୟାପୀ ସହରରୁ ଗାଁ ମୁହାଁ ହେଉଛନ୍ତି ଶ୍ରମିକ। ଲକ୍‌ଡାଉନ୍‌ରେ ଏମାନଙ୍କ ଭାଗ୍ୟ ଲକ୍ ହୋଇଯିବା ପରେ ଯେମିତି ବି ହେଉ ନିଜ ଗାଁ ମାଟିକୁ ଫେରିବା ପାଇଁ ବାଧ୍ୟବାଧକତା ହୋଇଯାଇଛି।

ଗାଡ଼ି ନପାଇ ଛୁଆ ପିଲା ପରିବାର ସହ କିଏ ଶହ ଶହ କିଲୋମିଟର ଚାଲି ଚାଲି ଫେରୁଛନ୍ତି. ତ କେଉଁଠି ଯଦି କାଁ ଭାଁ ବସ୍ ଚାଲୁଛି। ସେଠି ଏମିତି ଅସମ୍ଭବ ଭିଡ଼। ଫଳରେ ସଂକଟରେ କରୋନା ବିରୋଧୀ ୨୧ ଦିନିଆ ମହାଯୁଦ୍ଧର ଭବିଷ୍ୟତ। ମାଲକାନଗିରିରି-ଜୟପୁର ମୁଖ୍ୟ ରାସ୍ତାର ମଧ୍ୟ ସେମିତି ଚିତ୍ର ଆସିଛି। ଗାଡ଼ି ମୋଟର ଚାଲୁନି, ଠିକରେ ରାସ୍ତା ଜଣା ନାହିଁ, କେତେ ସମୟ ଲାଗିବ ଜଣାନାହିଁ। କେବେ ଘରେ ପହଞ୍ଚିବେ ତା ବି ମାଲୁମ ନାହିଁ।

ହେଲେ ଭୋକ ଉପାସରେ ସହରରେ ପଡ଼ିବା ଅପେକ୍ଷା କୌଣସି ମତେ ଗାଁକୁ ଫେରିବାକୁ ପଡ଼ୁଛି। ମାଲକାନଗିରିରୁ ୨୫୦ କିଲୋମିଟର ଦୂର ନବରଙ୍ଗପୁର ଅଭିମୁଖେ ଆସିଛନ୍ତି ପ୍ରାୟ ୧୫ ଶ୍ରମିକ। ଭୁବନେଶ୍ୱର ପଟିଆ  ପିଏଚ୍‌ ଫୁଟ୍ ଓଭର ବ୍ରିଜ୍‌ରେ ଆଶ୍ରୟ ନେଇଥିବା କୋରାପୁଟ ନନ୍ଦପୁର ଅଞ୍ଚଳର ଏ ଶ୍ରମିକଙ୍କ କାହାଣୀ ବି ଆହୁରି ଦୟନୀୟ। ଏମାନେ ଯାଜପୁର ହରିଦାସପୁରରେ ଏକ ଘରୋଇ କମ୍ପାନି ଅଧିନରେ ଟ୍ରେନ୍ ଲାଇନ୍ କାମ କରୁଥିଲେ । ଲକ୍‌ଡାଉନ୍ ଘୋଷଣା ପରେ କୋରାପୁଟ ଯିବାର ଅନ୍ୟ ଉପାୟ ନପାଇ ହରିଦାସପୁରରୁ ଟ୍ରେନ୍ ଟ୍ରାକ୍‌ରେ ଟ୍ରାକ୍‌ରେ ଶହେ କିଲୋମିଟର ବାଟ ଚାଲିଛନ୍ତି। ଏଠି ପହଞ୍ଚିଛନ୍ତି ଏମାନଙ୍କ ଦୁର୍ଦ୍ଦଶା ଦେଖି ସ୍ଥାନୀୟ ଲୋକେ ଆଜି ଦୁଇମୁଠା ଖାଇବାକୁ ତ ଦେଇଛନ୍ତି, ହେଲେ ଘରେ ପିଲାଛୁଆଙ୍କ ପାଖରେ କେମିତି ପହଞ୍ଚିବେ, କିଛି ବୁଦ୍ଧିବାଟ ଦିଶୁନି।

ଏପଟେ ଲକଡାଉନ୍ ଯୋଗୁଁ ଦେଶର ବିଭିନ୍ନ ଭାଗରେ ଫସିରହିଥିବା ଶ୍ରମିକ ଆଉ ଅନ୍ୟ ଉପାୟ ନପାଇ ସେମାନଙ୍କୁ ଉଦ୍ଧାର ପାଇଁ ସୋଶାଲ୍ ମିଡିଆରେ ଅପିଲ୍ କରିଚାଲିଛନ୍ତି । କିଏ ଦିଲ୍ଲୀ ଓ ଜୟପୁରରେ ତ କିଏ ବେଙ୍ଗାଲୁରୁ, କୋଏମ୍ବାଟୁର ଓ ବିଶାଖାପାଟଣାମ୍ରେ ଟଙ୍କା ନାହିଁ, ଖାଦ୍ୟ ନାହିଁ, ଆଶ୍ରୟ ନାହିଁ। ଲକ୍‌ଡାଉନ୍ ପାଇଁ ଘରକୁ ଫେରିବାର ବାଟ ବି ନାହିଁ । ଏଭଳି ସ୍ଥିତିରେ ରାଜ୍ୟ ବାହାରେ ଫସିଥିବା ଏମିତି ହଜାର ହଜାର ଓଡ଼ିଆଙ୍କୁ ସହାୟତା ଲାଗି ରାଜ୍ୟ ବାହାରର ଓଡ଼ିଆ ସଂଗଠନମାନଙ୍କୁ ଭିଡିଓ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos