ପୁଲିସ୍ ପରିଚୟ ଦେଇ ଝାମ୍ପି ନେଲେ ୧୫ ଭରି ସୁନା ଅଳଙ୍କାର
ବ୍ରହ୍ମପୁର(ଜଗନ୍ନାଥ ସାହୁ): ପୁଲିସ୍ ନାଁରେ ମହିଳାଙ୍କଠାରୁ ସୁନା ଲୁଟି ନେଲେ ଦୁର୍ବୃତ୍ତ। ଏହି ଘଟଣା ଘଟିଛି ବ୍ରହ୍ମପୁର ସୀତାଦେବୀ ଖଡାଙ୍ଗା ଛାତ୍ରୀନିବାସ ସାମ୍ନାରେ।
ଗୋଷାଣୀ ନୂଆଗାଁ ଅଞ୍ଚଳର ସଞ୍ଜୁକ୍ତା ପାଢ଼ୀ ନାମକ ଜଣେ ମହିଳା ସବୁଦିନ ଭଳି ଆଜି ମଧ୍ୟ ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ। ତେବେ ଫେରିବା ବେଳେ ୪ ଜଣ ବ୍ୟକ୍ତି ତାଙ୍କୁ ଅଟକାଇ ନିଜକୁ ପୁଲିସ୍ ବୋଲି ପରିଚୟ ଦେଇଥିଲେ। ପରେ ସେ ପିନ୍ଧିଥିବା ସୁନା ଗହଣା ଖୋଲି ଦାୟିତ୍ୱରେ ରଖିବାକୁ ପରାମର୍ଶ ଦେଇଥିଲେ। ସଞ୍ଜୁକ୍ତା ସେମାନଙ୍କ କଥାରେ ବିଶ୍ୱାସ କରି ପିନ୍ଧିଥିବା ହାର, ମୁଦି ଓ ଚୁଡ଼ି ଓହ୍ଲାଇ ଦେଇଥିଲେ। ହେଲେ ସେ ଏହାକୁ ଯତ୍ନର ସହ ରଖିବା ପୂର୍ବରୁ ଦୁର୍ବୃତ୍ତମାନେ ମାଉଜର ଦେଖାଇ ଲୁଟ୍ କରି ଫେରାର ହୋଇଯାଇଥିଲେ।
ଏନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଟାଉନ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।
ଲୁଟ୍ ସୁନା ପ୍ରାୟ ୧୫ ଭରି ହେବ ବୋଲି ମହିଳା ଜଣଙ୍କ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।