କାଲି ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ ‘ଗୁଲାବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଜି ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ। ଆଉ ଆସନ୍ତାକାଲି ସନ୍ଧ୍ୟାରେ ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଗଭୀର ଅବପାତଟି ବାତ୍ୟାରେ ପରିଣତ ହେଲେ ତା’ର ନାଁ ‘ଗୁଲାବ’ ଦିଆଯିବ ବୋଲି ସେ କହିଛନ୍ତି। ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଗତକାଲି ସୃଷ୍ଟି […]

Cyclone Gulab

Cyclone Gulab

Tapaswini Nayak
  • Published: Saturday, 25 September 2021
  • Updated: 25 September 2021, 03:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଜି ସନ୍ଧ୍ୟାରେ ବାତ୍ୟାରେ ପରିଣତ ହୋଇପାରେ। ଆଉ ଆସନ୍ତାକାଲି ସନ୍ଧ୍ୟାରେ ଏହା ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଗଭୀର ଅବପାତଟି ବାତ୍ୟାରେ ପରିଣତ ହେଲେ ତା’ର ନାଁ ‘ଗୁଲାବ’ ଦିଆଯିବ ବୋଲି ସେ କହିଛନ୍ତି।

ଡିଜି ଶ୍ରୀ ମହାପାତ୍ର କହିଛନ୍ତି, ଗତକାଲି ସୃଷ୍ଟି ହୋଇଥିବା ଅବପାତଟି ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପାଖାପାଖି ପଶ୍ଚିମ ଦିଗକୁ ଗତି କରୁଛି। ଏହା ବର୍ତ୍ତମାନ ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ ପୂର୍ବ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୨୬ ତାରିଖ (ଆସନ୍ତାକାଲି) ସନ୍ଧ୍ୟା ପାଖାପାଖି ଏହା ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ଏହା ଉପକୂଳକୁ ଅତିକ୍ରମ କରିବ।

ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଏହା ଏକ ବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନ ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିଲୋମିଟର ରହିବ। ଆସନ୍ତାକାଲି ଯେତେବେଳେ ଏହା ଉପକୂଳକୁ ଅତିକ୍ରମ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ। ଅତିବେଶୀରେ ପବନର ବେଗ ଘଣ୍ଟା ପ୍ରତି ୯୫ କିଲୋମିଟର ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହି ପବନ ହେତୁ ଛୋଟ ଛୋଟ ଗଛ ଉପୁଡ଼ି ପାରେ। ବିଶେଷତଃ ସଜନା ଓ କଦଳୀ ଆଦି ଗଛ ଉପୁଡ଼ି ପାରେ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

ସେ କହିଛନ୍ତି, ଏହା ସହିତ ଏହି ବାତ୍ୟାର ପ୍ରଭାବରେ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷତଃ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସମସ୍ତ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୨୬ ତାରିଖରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ବର୍ଷା ଯୋଗୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ସେହିପରି ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ମତ୍ସଜୀବୀ ସମୁଦ୍ର ମଧ୍ୟକୁ ଯିବା ଉଚିତ୍ ନୁହେଁ।

କମ୍ ପବନ, ଅଧିକ ବର୍ଷା 

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା କହିଛନ୍ତି,  ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ୨୬ ଓ ୨୭ ତାରିଖରେ ବର୍ଷା ପରିମାଣ ଅଧିକ ରହିବ। ହେଲେ ପବନର ବେଗ ଅଳ୍ପ ରହିବ।

ସେ କହିଛନ୍ତି, ଭାରତୀୟ ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି।

ଏସ୍‌ଆର୍‌ସି ଆହୁରି କହିଛନ୍ତି, ବାତ୍ୟା ନେଇ କାଲିଠାରୁ ପ୍ରସ୍ତୁତି  ଆରମ୍ଭ କରାଯାଇଛି। ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ସହ ପ୍ରସ୍ତୁତି ଜାରି ରହିଛି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼ରେ ମଧ୍ୟ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ମୁତୟନ କରାଯିବ। ଓଡ୍ରାଫରେ ୪୨ ଓ ଏନ୍‌ଡିଆର୍‌ଏଫ୍‌ରେ ୨୪ଟି ଟିମ୍ ମୁତୟନ କରାଯିବ। ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ। ଏହି ବାତ୍ୟା ‘ତିତଲି’ ଭଳି ହେବ ବୋଲି ଅନୁମାନ କରାଯାଉଛି। ଏଣୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story