ଡାକ ଟିକଟରେ ଶିରିଡି ସାଇ

Ordigital Desk
  • Published: Sunday, 17 December 2017
  • , Updated: 17 December 2017, 09:37 AM IST
<p>ନୂଆଦିଲ୍ଲୀ: ଡାକ ଟିକଟରେ ମହାପୁରୁଷଙ୍କ ଫଟୋ ସ୍ଥାନ ପାଇଥାଏ। କିନ୍ତୁ ଏଥର ଡାକ ଟିକଟରେ ସାଇବାବାଙ୍କ ଫଟୋ ସ୍ଥାନ ପାଇବ। ଏହା ସାଇ ଭକ୍ତପାଇଁ ଖୁସି ଖବର। ନୂଆଦିଲ୍ଲୀରେ ଶିରିଡି ସାଇ ବାବାଙ୍କ ୧୦୦ତମ ମହାସମାଧି ବର୍ଷ ଉପଲକ୍ଷେ ପୋଷ୍ଟାଲ ଷ୍ଟାମ୍ପ୍ ଉନ୍ମୋଚିତ ହୋଇଛି। ଏହି ପୋଷ୍ଟାଲ ଷ୍ଟାମ୍ପରେ ସାଇ ବାବାଙ୍କ ଫଟୋ ସ୍ଥାନ ପାଇଛି। ଶିରିଡି ସାଇ ଫାଉଣ୍ଡେସନ୍&zwnj; ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ଷ୍ଟାମ୍ପ ଉନ୍ମୋଚନ ହୋଇଛି। କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶିରିଡି ସାଇଙ୍କ ମହିମା ଗାନ ମଧ୍ୟ କରାଯାଇଥିଲା।</p>

Related story