ଲାଇନ୍ କାଟିବା ନେଇ ସେସୁର ନିଷ୍ପତ୍ତି ପରେ ତତ୍ପର ୱେସ୍କୋ, ନେସ୍କୋ ଓ ସାଉଥକୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାସ ମାସ ଧରି ବିଜୁଳି ବିଲ୍ ଦେଉନଥିବା ଖିଲାପୀ ଉପଭୋକ୍ତାଙ୍କୁ ନେଇ ଚିନ୍ତାରେ ବିତରଣ କମ୍ପାନି। ସେସୁ ଭଳି ୱେସ୍କୋ, ନେସ୍କୋ ଓ ସାଉଥ୍‌କୋ ଅଧୀନରେ ଥିବା ଘରୋଇ ଉପଭୋକ୍ତା ଓ ଶିଳ୍ପ ସଂସ୍ଥା ଉପରେ ବାକି ପଡ଼ିଛି କୋଟି କୋଟି ଟଙ୍କା । କିଭଳି ଏହି ବକେୟା ଟଙ୍କା ଆଦାୟ ହେବ ତାହା ଏବେ ବଡ଼ ଚ୍ୟାଲେଂଜ। ସେହିପରି ୪ ବିତରଣକାରୀ ସଂସ୍ଥା ମୋଟ ଉପରରେ ୧୦ ହଜାର କୋଟିର କ୍ଷତି ସହିଛନ୍ତି । […]

c-9092

Tapas Behera
  • Published: Wednesday, 11 December 2019
  • , Updated: 11 December 2019, 07:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମାସ ମାସ ଧରି ବିଜୁଳି ବିଲ୍ ଦେଉନଥିବା ଖିଲାପୀ ଉପଭୋକ୍ତାଙ୍କୁ ନେଇ ଚିନ୍ତାରେ ବିତରଣ କମ୍ପାନି। ସେସୁ ଭଳି ୱେସ୍କୋ, ନେସ୍କୋ ଓ ସାଉଥ୍‌କୋ ଅଧୀନରେ ଥିବା ଘରୋଇ ଉପଭୋକ୍ତା ଓ ଶିଳ୍ପ ସଂସ୍ଥା ଉପରେ ବାକି ପଡ଼ିଛି କୋଟି କୋଟି ଟଙ୍କା । କିଭଳି ଏହି ବକେୟା ଟଙ୍କା ଆଦାୟ ହେବ ତାହା ଏବେ ବଡ଼ ଚ୍ୟାଲେଂଜ। ସେହିପରି ୪ ବିତରଣକାରୀ ସଂସ୍ଥା ମୋଟ ଉପରରେ ୧୦ ହଜାର କୋଟିର କ୍ଷତି ସହିଛନ୍ତି । ତେଣୁ ବକେୟା ବିଲ୍ ପୈଠ ନକଲେ ସେସୁ ଭଳି ଅନ୍ୟମାନେ ବି ଜାନୁଆରୀରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାର ସଂକେତ ଦେଲେଣି । ଅନ୍ୟ ପକ୍ଷରେ ସେସୁର ବିଜୁଳି କାଟ୍ ନିଷ୍ପତ୍ତିକୁ ଅନେକ ଉପଭୋକ୍ତା ବିରୋଧ କରିଛନ୍ତି।

ବକେୟା ଦେୟ ନଦେଲେ ଜାନୁଆରୀ ୧୫ରୁ ବିଦ୍ୟୁତ୍ ସଂଯୋଗ କଟିବ । ସେସୁ ଏଭଳି କଡ଼ା ଆଭିମୁଖ୍ୟ ପରେ ଖିଲାପୀ ଉପଭୋକ୍ତାଙ୍କ ଉପରେ ପଡିଛି ଚଡ଼କ । ଅନେକ ସେସୁର ନିଷ୍ପତ୍ତିକୁ ବିରୋଧ ବି କରିଛନ୍ତି। ଠିକ୍‌ରେ ବିଲ୍ ନଦେଇ ଏଭଳି କଡ଼ା ନିଷ୍ପତ୍ତି ନେବା ଗ୍ରହଣୀୟ ନୁହେଁ ବୋଲି ଉପଭୋକ୍ତା କହିଛନ୍ତି ।

ସେପଟେ ସେସୁର କଡ଼ା ନିଷ୍ପତ୍ତି ପରେ ଅନ୍ୟ ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ୱେସ୍କୋ, ନେସ୍କୋ ଓ ସାଉଥକୋଉପରେ ପଡିଛି ଚାପ।  କାରଣ ଉପଭୋକ୍ତା ଓ ଅନେକ ଶିଳ୍ପସଂସ୍ଥା ଉପରେ ବାକି ପଡ଼ିଛି କୋଟି କୋଟି ଟଙ୍କା । ନେସ୍କୋ ଅଧୀନରେ ଆସୁଥିବା ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ପ୍ରାୟ ୭ଶହ କୋଟି ଟଙ୍କାର ବିଦ୍ୟୁତ ଦେୟ ବାକି ରହିଛି । ପ୍ରାୟ ୪୦ ପ୍ରତିଶତ  ଉପଭୋକ୍ତା ଦେୟ ବକେୟା ରଖିଥିବା ଜଣାପଡ଼ିଛି । ସାଉଥକୋରେ ବି ସମାନ ସ୍ଥିତି ।

ମୋଟ୍ ୨୧ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୧୦ ଲକ୍ଷରୁ ଅଧିକ ଉପଭୋକ୍ତା ଦେୟ ଦେଉନାହାନ୍ତି।  କେବଳ ସାଉଥକୋରେ ଶିଳ୍ପ, ସରକାରୀ ସଂସ୍ଥା ଏବଂ ଉପଭୋକ୍ତାଙ୍କ ଉପରେ ପ୍ରାୟ ୧୩ ଶହ କୋଟିର ଦେୟ ବାକି ରହିଛି। ତେଣୁ ମାର୍ଚ୍ଚ ଯାଏଁ କଡ଼ାକଡ଼ି ଯାଂଚ କରାଯାଇ ତା’ପରେ ବିଜୁଳି କାଟିବାକୁ ନୋଟିସ୍ ଦିଆଯିବ। ୱେସ୍କୋରେ ମଧ୍ୟ ଅନେକ ଶିଳ୍ପ ସଂସ୍ଥା ଓ ଉପଭୋକ୍ତା ବିଦ୍ୟୁତ୍ ଦେୟ ଦେଇନାହାଁନ୍ତି । ବକେୟା ଦେୟ ଆଦାୟ ପାଇଁ ଡିସ୍‌କନେକ୍ସନ ସ୍କ୍ୱାର୍ଡ଼ ଗଠନ କରାଯାଇ ଅନୁଧ୍ୟାନ କରାଯାଉଛି। କିସ୍ତି ଆକାରରେ ବକେୟା ରାଶି ଦେବାକୁ ଉପଭୋକ୍ତାମାନଙ୍କୁ କୁହାଯାଉଛି। ଅନ୍ୟପକ୍ଷରେ ଖଣି, ଶିଳ୍ପ ଓ ସରକାରୀ ଉଦ୍ୟୋଗ ଆଦି ଉପରେ ୨ ହଜାର ୯୪୯ କୋଟି ଟଙ୍କା ବାକି ରହିଥିବା ଜଣାପଡିଛି । ତେଣୁ ଆଗକୁ ସେସୁ ଭଳି ଅନ୍ୟ ବିତରଣ କଂପାନୀ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିପାରନ୍ତି। ୨୦୧୮-୧୯ରେ ବିଦ୍ୟୁତ୍‌ ବିତରଣ କଂପାନୀଗୁଡ଼ିକର ବୈଷୟିକ ଓ ବାଣିଜ୍ୟିକ କ୍ଷତି ବି ହୋଇଛି।  ତେଣୁ ବିତରଣ କମ୍ପାନିଗୁଡିକ ଦେବାଳିଆ ସ୍ଥିତିକୁ ଚାଲିଯିବା ଆଶଙ୍କା ରହିଛି।

Related story