ଭୁବନେଶ୍ୱର ମେୟରଙ୍କ ଇସ୍ତଫା ଦାବିରେ ପ୍ରବାସୀ ଓଡ଼ିଆ ଯୁବ ଫୋରମ୍‌ର ବିକ୍ଷୋଭ

ନୂଆଦିଲ୍ଲୀ: ବିବାଦୀୟ ସିଡି ପ୍ରସଙ୍ଗ ଓ ରିଷି ମୃତ୍ୟୁ ମାମଲାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ଆଜି ପ୍ରବାସୀ ଓଡ଼ିଆ ଯୁବ ଫୋରମ୍ ତରଫରୁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ଚିଟ୍‌ଫଣ୍ଡ୍ ଠକେଇ ପ୍ରସଙ୍ଗରେ ମଧ୍ୟ ଫୋରମ୍ ଅସନ୍ତୋଷ ପ୍ରକାଶ କରିଛି। ରାଜ୍ୟ ସରକାର ଏଯାଏଁ ଜମାକାରୀଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଫୋରମ୍ ଅଭିଯୋଗ କରିଛି। ଜଣେ ବିକ୍ଷୋଭକାରୀ କହିଛନ୍ତି,“ଭୁବନେଶ୍ୱର […]

prabasiodiajubaka

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 12:31 PM IST

ନୂଆଦିଲ୍ଲୀ: ବିବାଦୀୟ ସିଡି ପ୍ରସଙ୍ଗ ଓ ରିଷି ମୃତ୍ୟୁ ମାମଲାରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଇସ୍ତଫା ଦାବିରେ ଆଜି ପ୍ରବାସୀ ଓଡ଼ିଆ ଯୁବ ଫୋରମ୍ ତରଫରୁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ଚିଟ୍‌ଫଣ୍ଡ୍ ଠକେଇ ପ୍ରସଙ୍ଗରେ ମଧ୍ୟ ଫୋରମ୍ ଅସନ୍ତୋଷ ପ୍ରକାଶ କରିଛି। ରାଜ୍ୟ ସରକାର ଏଯାଏଁ ଜମାକାରୀଙ୍କ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଫୋରମ୍ ଅଭିଯୋଗ କରିଛି।

ଜଣେ ବିକ୍ଷୋଭକାରୀ କହିଛନ୍ତି,“ଭୁବନେଶ୍ୱର ମେୟରଙ୍କୁ କାହିଁକି ଏତେ ସୁରକ୍ଷା ଦିଆଯାଉଛି? ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ? ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ।”

 

 

 

Related story