ମୁହାଁମୁହିଁ ହେବେ ଶ୍ୱଶୁର- ଜ୍ୱାଇଁ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକ ମୁହାଁମୁହିଁ ଜେରା ହେବେ। ଉଭୟ ଶ୍ୱଶୁର- ଜ୍ୱାଇଁଙ୍କୁ କ୍ରାଇମବ୍ରାଞ୍ଚ ଏକାଠି ଜେରା କରିପାରେ। କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି। ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି ୨ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୋଗ ଅନୁସାରେ, ଆକାଶ ଟାଟା ଏମଡି ଭାବେ ପରିଚୟ ଦେଇ […]

pathak

pathak

Ranjit Kumar Jena
  • Published: Tuesday, 15 December 2020
  • Updated: 15 December 2020, 08:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକ ମୁହାଁମୁହିଁ ଜେରା ହେବେ। ଉଭୟ ଶ୍ୱଶୁର- ଜ୍ୱାଇଁଙ୍କୁ କ୍ରାଇମବ୍ରାଞ୍ଚ ଏକାଠି ଜେରା କରିପାରେ। କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି।

ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି ୨ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୋଗ ଅନୁସାରେ, ଆକାଶ ଟାଟା ଏମଡି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ଏମିତିକି ପିଲାମାନଙ୍କୁ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଉଥିଲେ ଓ ସେମାନଙ୍କଠାରୁ ଟଙ୍କା ବି ନେଉଥିଲେ। ତେବେ ଏଥିରେ ପ୍ରଦୀପଙ୍କ ସିଧାସଳଖ ସଂପୃକ୍ତି ଅଛି କି ନାହିଁ, ସେ ନେଇ କ୍ରାଇମବ୍ରାଞ୍ଚ ଉଭୟ ଶ୍ୱଶୁର- ଜ୍ୱାଇଁଙ୍କୁ ମୁହାଁମୁହିଁ ଜେରା କରିପାରେ।

ତା'ଛଡ଼ା ପ୍ରଦୀପଙ୍କ ଆକାଉଣ୍ଟକୁ କେଉଁଠୁ କେତେ ଟଙ୍କା ଆସିଲା ଏବଂ ଏହା କେମିତି ଆସୁଥିଲା। ଏପରିକି ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି, ଏସବୁର ଉତ୍ତର ଖୋଜିବ ଏସଆଇଟି। ତା ସହିତ ଏହି ଜାଲିଆତିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଏବଂ କେମିତି କାଗଜପତ୍ର ଜାଲିଆତି କରାଯାଇଥିଲା, ତା'ର ମଧ୍ୟ ଖିଅ ଖୋଜାଯିବ। ସେପଟେ ଆସନ୍ତାକାଲି ଆକାଶ ପାଠକଙ୍କ ରିମାଣ୍ଡ ଶେଷ ହେଉଛି। ତାଙ୍କୁ ଆସନ୍ତାକାଲି କୋର୍ଟରେ ହାଜର କରାଯିବ।

ସୂଚନାଯୋଗ୍ୟ, ଗତ ୪ ତାରିଖ ସନ୍ଧ୍ୟା ବେଳେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos