ପ୍ରଦୀପ ମାଝିଙ୍କ ସି-ସୋର ଲିଙ୍କ୍‌ର ତଦନ୍ତ ଦାବି

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଦୁର୍ନୀତିରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ପରିବାର ଲୋକେ ସମ୍ପୃକ୍ତ ଅଛନ୍ତି। ଏ ନେଇ ଅଭିଯୋଗ ଆଣି ସିବିଆଇଙ୍କୁ ଫେରାଦ ହୋଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଏବଂ ୩ ଜଣ ବିଧାୟକ। ସିବିଆଇ ତଦନ୍ତ ପ୍ରକ୍ରିୟାରେ ପ୍ରଦୀପ ମାଝିଙ୍କ ପରିବାରକୁ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି। ସହିଦନଗର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ସି-ସୋର ଏଗ୍ରିକଲଚରାଲ ପ୍ରମୋସନ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡର ଆକାଉଣ୍ଟରୁ ୨୦୧୧ ମସିହାରେ ଉମରକୋଟ ଷ୍ଟେଟ୍‌ବ୍ୟାଙ୍କରେ ଥିବା ପ୍ରଦୀପ ମାଝିଙ୍କ […]

cbi-office

Rakesh Mallick
  • Published: Tuesday, 08 November 2016
  • , Updated: 09 November 2016, 07:11 AM IST

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଦୁର୍ନୀତିରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କ ପରିବାର ଲୋକେ ସମ୍ପୃକ୍ତ ଅଛନ୍ତି। ଏ ନେଇ ଅଭିଯୋଗ ଆଣି ସିବିଆଇଙ୍କୁ ଫେରାଦ ହୋଇଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଏବଂ ୩ ଜଣ ବିଧାୟକ। ସିବିଆଇ ତଦନ୍ତ ପ୍ରକ୍ରିୟାରେ ପ୍ରଦୀପ ମାଝିଙ୍କ ପରିବାରକୁ ସାମିଲ କରିବାକୁ ସେମାନେ ଦାବି କରିଛନ୍ତି।

ସହିଦନଗର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ସି-ସୋର ଏଗ୍ରିକଲଚରାଲ ପ୍ରମୋସନ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡର ଆକାଉଣ୍ଟରୁ ୨୦୧୧ ମସିହାରେ ଉମରକୋଟ ଷ୍ଟେଟ୍‌ବ୍ୟାଙ୍କରେ ଥିବା ପ୍ରଦୀପ ମାଝିଙ୍କ ବାପା ଭଗବାନ ମାଝିଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ଟଙ୍କା ଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ସେତେବେଳେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଥିଲା।

Related story