ପ୍ରଧାନମନ୍ତ୍ରୀ ଆବାସ: ସାଢ଼େ ୭ ଲକ୍ଷ ପଞ୍ଜିକୃତ ଅଯୋଗ୍ୟଙ୍କୁ ବାଦ ଦେଇଛି ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ କେନ୍ଦ୍ର ସରକାର ପାତରଅନ୍ତର କରୁଛନ୍ତି ଓ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆବାସପ୍ଲସ୍ ୱିଣ୍ଡୋକୁ ଉନ୍ମୁକ୍ତ କରୁନାହାନ୍ତି ବୋଲି ରାଜ୍ୟର ଶାସକ ବିଜେଡି ଅଭିଯୋଗ କରୁଥିବାବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଓଡ଼ିଶାର ମାତ୍ର ୩୯୧୮୦ଜଣ ଯୋଗ୍ୟ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ ଥିବା କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ସ୍ପଷ୍ଟ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ […]

pradhan minister awas

pradhan minister awas

Ordigital Desk
  • Published: Wednesday, 02 February 2022
  • Updated: 02 February 2022, 10:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ କେନ୍ଦ୍ର ସରକାର ପାତରଅନ୍ତର କରୁଛନ୍ତି ଓ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ନେଇ ଆବାସପ୍ଲସ୍ ୱିଣ୍ଡୋକୁ ଉନ୍ମୁକ୍ତ କରୁନାହାନ୍ତି ବୋଲି ରାଜ୍ୟର ଶାସକ ବିଜେଡି ଅଭିଯୋଗ କରୁଥିବାବେଳେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ଓଡ଼ିଶାର ମାତ୍ର ୩୯୧୮୦ଜଣ ଯୋଗ୍ୟ ହିତାଧିକାରୀ ଘର ପାଇବାକୁ ଯୋଗ୍ୟ ଥିବା କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଆଜି ସ୍ପଷ୍ଟ କରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜିକୃତ ହୋଇଥିବା ୭.୪୬ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଓଡ଼ିଶା ସରକାର ପରବର୍ତ୍ତୀ ସମୟରେ ବାଦ୍ ଦେଇଥିବା ରାଜ୍ୟ ପଂଚାୟତିରାଜ ସଚିବ ସ୍ୱୀକାର କରିଛନ୍ତି।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ର ଯୋଗ୍ୟ ହିତାଧିକାରୀଙ୍କୁ ସାମିଲକୁ ନେଇ ଗତ କିଛିଦିନ ଧରି ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଥିବାବେଳେ କେନ୍ଦ୍ର ସରକାର ଆବାସପ୍ଲସ୍ ୱିଣ୍ଡୋ ଖୋଲି ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ନିମନ୍ତେ କର୍ଣ୍ଣାଟକ ସରକାରଙ୍କୁ ଅନୁମତି ଦେଇଥିଲେ । ଯାହାକୁ ନେଇ ଓଡ଼ିଶା ସରକାର ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଗତ ୩୧ତାରିଖରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖି ଓଡ଼ିଶାର ଯୋଗ୍ୟ ୬.୬୫ଲକ୍ଷ ହିତାଧିକାରୀଙ୍କୁ ପଞ୍ଜିକୃତ ଓ ଫନି କ୍ଷତିଗ୍ରସ୍ତ ୧.୮୪ଲକ୍ଷ ହିତାଧିକାରୀଙ୍କୁ ଆବାସ ପ୍ଲସରେ ପଞ୍ଜିକରଣ କରିବା ପାଇଁ ଅନୁରୋଧ କରିଥିଲେ ।

ତେବେ ଆଜି କେନ୍ଦ୍ର ଗ୍ରୀମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ୨୦୧୧ ଏସଇସିସିରେ ଓଡ଼ିଶାର ମୋଟ ୪୧ଲକ୍ଷ ୭୨ହଜାର ୭୨୦ଟି ପରିବାର ତାଲିକାଭୁକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ଲକ୍ଷ ୭୫ହଜାର ୬୩୧ଟି ହିତାଧିକାରୀ ପରିବାରକୁ ୨୦୨୧ ଡିସେମ୍ବର ୧୬ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଘର ପାଇବାକୁ ରାଜ୍ୟ ସରକାର ଯୋଗ୍ୟ ବିବେଚିତ କରାଇଥିଲେ । ତେବେ ଏଥିରୁ ୧୬ଲକ୍ଷ ୭୫ହଜାର ୭୪୯ଟି ପରିବାର ଇତିମଧ୍ୟରେ ନିଜର ଘର ନିର୍ମାଣ ଶେଷ କରିଥିବାବେଳେ ୧ଲକ୍ଷ ୯୯ହଜାର ୮୮୨ଜଣ ହିତାଧିକାରୀ ନିଜର ଘର ନିର୍ମାଣ ଜାରି ରଖିଛନ୍ତି । ବାକି ୩୯୧୮୦ଜଣ ହିତାଧିକାରୀଙ୍କୁ ଘର ଯୋଗାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇନାହାନ୍ତି ।

ଏହାବ୍ୟତୀତ ରାଜ୍ୟ ସରକାର ଅନ୍ୟ ୧୩ଲକ୍ଷ ୨୦ହଜାର ୯୪୫ଟି ପରିବାରକୁ ଘର ଯୋଗାଇବା ପାଇଁ ଆବାସ୍ ପ୍ଲସ୍ ସର୍ଭେରେ ପଞ୍ଜିକୃତ କରାଇଥିଲେ । ସେମାନଙ୍କ ମଧ୍ୟରୁ ଯାଂଚ ପରେ ୭ଲକ୍ଷ ୪୬ହଜାର ୪୨୨ ପରିବାରକୁ ରାଜ୍ୟ ସରକାର ଅଯୋଗ୍ୟ କରାଇଥିଲେ । ହିତାଧିକାରୀଙ୍କ ଆପତ୍ତି ଅଭିଯୋଗ ଓ ଚୟନ କରିବା ପ୍ରକ୍ରିୟା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହେବା ପରେ ୨୦୨୧ ଫେବୃୟାରୀ ୯ରୁ ୧୧ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରି ଯାଂଚ କରିଥିଲେ ।

୨୦୨୧ ଜୁଲାଇ ୨୦ତାରିଖରେ ରାଜ୍ୟ ସରକାରଙ୍କ ତତକାଳୀନ ପଂଚାୟତିରାଜ ସଚିବ ଦେଓରଞ୍ଜନ ସିଂ ଏହି କେନ୍ଦ୍ରୀୟ ଟିମ୍ ମାଗିଥିବା କେତେକ ସ୍ପଷ୍ଟୀକରଣ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁପାଳନ ରିପୋର୍ଟ ଦେଇଥିଲେ । ଏଥିରେ ଶ୍ରୀ ସିଂ ଦର୍ଶାଇଥିଲେ ଯେ, ଆବାସ ପ୍ଲସରେ ପଞ୍ଜିକୃତ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ ୱାର୍କ ଅର୍ଡର ଦେବା ପୂର୍ବରୁ ଆବଶ୍ୟକ ଯାଂଚ କରାଯାଉଛି । ଏହି ଯୋଜନାରେ ପାରଦର୍ଶୀ ଢଙ୍ଗରେ ଯୋଗ୍ୟ ପରିବାରକୁ ଘର ମଞ୍ଜୁର କରାଇବା ପାଇଁ ସବୁ ପଦକ୍ଷେପ ନେଉଛନ୍ତି । ଏହାସହିତ ସେ ଜଣାଇଥିଲେ ଯେ ୫.୫୨ଲକ୍ଷ ପରିବାରର ପଞ୍ଜିକରଣରେ ଅସଙ୍ଗତି ରହିଥିଲା । ଯାହାକୁ ପରବର୍ତ୍ତୀ ସମୟରେ ଠିକ୍ କରାଯାଇଛି ଓ ଏଥିଯୋଗୁ କୌଣସି ଆର୍ଥିକ ଅନିୟମିତତା ହୋଇନାହିଁ ବୋଲି ସେ ଦର୍ଶାଇଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବଣ୍ଟିତ ଘର ପାଇଁ ୪୦ ପ୍ରତିଶତ ଅର୍ଥ ଓଡ଼ିଶା ସରକାର ଦେଉଥିବାରୁ ସମସ୍ତ ଘର ଆଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋଗୋ ମିଳିତ ଭାବେ ଲାଗୁଛି ବୋଲି କହିବା ସହ ସମାନ ସାଇଜର ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସର ଲୋଗୋ ଲଗାଯାଉଥିବା କେନ୍ଦ୍ରକୁ ଜଣାଇଥିଲେ ।

ତେବେ ପ୍ରଶ୍ନ ଉଠୁଛି, ପଞ୍ଜିକୃତ ୧୩.୨୦ଲକ୍ଷରୁ ଯେଉଁ ୬.୬୫ଲକ୍ଷ ବଳକା ରହିଛନ୍ତି ସେମାନେ ସମସ୍ତେ ଯୋଗ୍ୟ ହିତାଧିକାରୀ କି ନାହିଁ ତାକୁ ରାଜ୍ୟ ସରକାର କେମିତି ନିର୍ଦ୍ଧାରଣ କଲେ । ୨୦୧୧ ଏସଇସିସି ତାଲିକାରେ ୧୮.୭୫ଲକ୍ଷ ପରିବାରକୁ ଘର ପାଇବାକୁ ଯୋଗ୍ୟ ବୋଲି ଦର୍ଶାଇଥିବା ଓଡ଼ିଶା ସରକାର ପ୍ରଥମେ ୧୩.୨୦ଲକ୍ଷ ଓ ପରେ ତାକୁ ୬.୬୫ଲକ୍ଷକୁ ହ୍ରାସ କଲେ କିଭଳି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story