ପିକ୍‌ନିକ୍‌ ଋତୁରେ ଚଳଚଞ୍ଚଳ ହେଲାଣି ପ୍ରଧାନପାଟ,ଶାଳବଣରେ ଜମୁଛି ବଣ ଭୋଜି

Ordigital Desk
  • Published: Thursday, 28 December 2017
  • , Updated: 28 December 2017, 09:40 AM IST
<p>ଦେବଗଡ଼(ଓଡ଼ିଶା ରିପୋର୍ଟର): ପ୍ରକୃତିର ଅନନ୍ୟ ଉପହାର ଦେବଗଡ଼ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଜଳପ୍ରପାତ। ଶାଳବଣ ଭିତରେ ମନୋରମ ପରିବେଶ ମଧ୍ୟରେ ହଜିଯାଆନ୍ତି ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ। ବିଶେଷ ପରି ପର୍ଯ୍ୟଟନ ଋତୁରେ ପ୍ରଧାନପାଟକୁ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ।</p> <p>&lt;a href=&quot;&quot;&gt;(image) &lt;/a&gt;ଦେବଗଡ଼ ସହରରୁ ମାତ୍ର ୧ କିଲୋମିଟର ଦୂର ଉତ୍ତର ପୂର୍ବ ଦିଗରେ ରହିଛି ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟ ଜଳପ୍ରପାତ। କାହିଁ କେଉଁ କାଳରୁ ଦେଢଶହ ଫୁଟ ଉଚ୍ଚ ପର୍ବତ ଶିଖରରୁ ଝରଝର ହୋଇ ଅବିରତ ଭାବେ ଝରି ଚାଲିଥିବା ସୁନ୍ଦର ଝରଣାର ଶୀତଳ ଜଳରାଶି ବିମୋହିତ କରେ ପର୍ଯ୍ୟଟକଙ୍କୁ। ସେଇଥିପାଇଁ ପର୍ଯ୍ୟଟନ ଋତୁରେ ଏଠି ଜମେ ପର୍ଯ୍ୟଟକଙ୍କ ଭିଡ଼। ଶାଳବଣ ମଧ୍ୟରେ ମନୋରମ ସୌନ୍ଦର୍ଯ୍ୟର ପରିପାଟି ସମସ୍ତଙ୍କୁ ଏଠାକୁ ଟାଣିଆଣେ। କେବଳ ପ୍ରଧାନପାଟ ଜଳପ୍ରପାତ ନୁହେଁ ଏହାର ଶୋଭାକୁ ଦ୍ୱିଗୁଣିତ କରେ ପାଦଦେଶରେ ଥିବା ଦେବଗଡ଼ର ଆରାଧ୍ୟ ଦେବୀ ମା&rsquo; ପ୍ରଧାନପାଟେଶ୍ୱରୀଙ୍କ ମନ୍ଦିର, ରାଜରାଜୁଡ଼ା ସମୟର ବସନ୍ତ ନିବାସ ଓ ଶିଶୁ ଉଦ୍ୟାନ।</p> <p>କେବଳ ପର୍ଯ୍ୟଟନ ଋତୁରେ ନୁହେଁ ବର୍ଷତମାମ ଏଠାକୁ ଆସିଥାଆନ୍ତି ପର୍ଯ୍ୟଟକ। ପୌର ପରିଷଦ ପକ୍ଷରୁ ପାନୀୟ ଜଳର ସୁବିଧା ସାଙ୍ଗକୁ ପର୍ଯ୍ୟଟନସ୍ଥଳୀର ବିକାଶ, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣ ପ୍ରତି ଅଧିକ ଗୁରୁତ୍ୱ ଦିଆଗଲେ ଏହି ସୁନ୍ଦର ପର୍ଯ୍ୟଟନସ୍ଥଳୀର ଖ୍ୟାତି ଆହୁରି ବଢ଼ି ପାରନ୍ତା ବୋଲି ପର୍ଯ୍ୟଟକମାନେ କହିଛନ୍ତି।</p> <p>https://www.youtube.com/watch?v=mC5fBnl2m_w</p>

Related story