ପ୍ରକାଶ ମିଶ୍ରଙ୍କ ନାଁରେ ଭିଜିଲାନ୍ସ ମାମଲା ପ୍ରସଙ୍ଗ: କୋର୍ଟ ଗଲେ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ପ୍ରକାଶ ମିଶ୍ରଙ୍କ ନାଁରେ ଭିଜିଲାନ୍ସ ମାମଲା ପ୍ରସଙ୍ଗକୁ ନେଇ କୋର୍ଟର ଆଶ୍ରୟ ନେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ସେ ଅର୍ଜି ଦାଖଲ କରିଛନ୍ତି । ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିଜିଲାନ୍ସ ବିଭାଗ ମୁଖ୍ୟ କେ.ବି. ସିଂହଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଖାରବେଳଙ୍କ ଅଭିଯୋଗକୁ କୋର୍ଟ ଗ୍ରହଣ କରିବା ସହ ପରବର୍ତ୍ତି ଶୁଣାଣି ଆସନ୍ତା ଅଗଷ୍ଟ ୨୦ ତାରିଖରେ କରାଯିବାକୁ ସ୍ଥିର କରିଛନ୍ତି । […]

Kharavela-Swain

Kharavela-Swain

Rakesh Mallick
  • Published: Tuesday, 21 July 2015
  • Updated: 21 July 2015, 01:00 PM IST

Sports

Latest News

ଭୁବନେଶ୍ୱର: ପ୍ରକାଶ ମିଶ୍ରଙ୍କ ନାଁରେ ଭିଜିଲାନ୍ସ ମାମଲା ପ୍ରସଙ୍ଗକୁ ନେଇ କୋର୍ଟର ଆଶ୍ରୟ ନେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ । ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ସେ ଅର୍ଜି ଦାଖଲ କରିଛନ୍ତି । ଏଥିରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିଜିଲାନ୍ସ ବିଭାଗ ମୁଖ୍ୟ କେ.ବି. ସିଂହଙ୍କୁ ପକ୍ଷଭୁକ୍ତ କରିଛନ୍ତି । ଖାରବେଳଙ୍କ ଅଭିଯୋଗକୁ କୋର୍ଟ ଗ୍ରହଣ କରିବା ସହ ପରବର୍ତ୍ତି ଶୁଣାଣି ଆସନ୍ତା ଅଗଷ୍ଟ ୨୦ ତାରିଖରେ କରାଯିବାକୁ ସ୍ଥିର କରିଛନ୍ତି ।

ଖାରବେଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରକାଶ ମିଶ୍ରଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ମାମଲାରେ ସଂଶ୍ଲିଷ୍ଟ କରାଯାଇଛି । ଯାହା ହାଇକୋର୍ଟଙ୍କ ରାୟରୁ ସ୍ପଷ୍ଟ ହୋଇଯାଇଛି । ହାଇକୋର୍ଟ ଏହାର ବିଚାର କରି ମାମଲାକୁ ଖାରଜ କରିବା ସହ ତାଙ୍କ ରାୟରେ ଭିଜିଲାନ୍ସ ବିଭାଗ ରାଜନୈତିକ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ଏପରି ମାମଲା ରୁଜୁ କରିଥିଲା ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଜିଲାନ୍ସ ବିଭାଗର ମୁଖ୍ୟ ଅଛନ୍ତି । ଏପରି ସ୍ଥିତିରେ କେଉଁ ରାଜନୈତିକ ପ୍ରଭୁଙ୍କୁ ସନ୍ତୁଷ୍ଟ କରିବାକୁ ଭିଜିଲାନ୍ସ ବିଭାଗ ଏପରି ପଦକ୍ଷେପ ନେଇଥିଲା ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି । ସେ ଏହି ମାମଲା ସିଧାସଳଖ ମୁଖ୍ୟମନ୍ତ୍ରୀ ଏବଂ ଭିଜିଲାନ୍ସ ବିଭାଗ ମୁଖ୍ୟଙ୍କୁ ଟାର୍ଗେଟ କରିଛନ୍ତି । ଉଭୟ ଚକ୍ରାନ୍ତ କରି ପ୍ରକାଶଙ୍କୁ ଏହି ମାମଲାରେ ଫସାଇ ଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଜୁନ ୨୭ ତାରିଖରେ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା । ମାତ୍ର ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ । ନ୍ୟାୟାଳୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ତେଣୁ ଏଠାକୁ ଆସିଛୁ । ଏଠାରେ ଏହି ମାମଲାର ନିଶ୍ଚିତ ସଠିକ ତଦନ୍ତ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ନାମରେ ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ବିଚାର କରି ହାଇକୋର୍ଟ ଜୁନ ୧୯ ତାରିଖରେ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ଖାରଜ କରିଦେଇଥିଲେ । ଏହାସହ ହାଇକୋର୍ଟ ତାଙ୍କ ଶୁଣାଣିରେ ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ବିରୋଧରେ କଡା ଟିପ୍ପଣୀ ଦେଇଥିଲେ । ହାଇକୋର୍ଟ ତାଙ୍କ ରାୟରେ ଏହି ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ ସରକାର ଉଦ୍ଦେଶ୍ୟ ମୂଳକ ଭାବେ ମାମଲା ରୁଜୁ କରିଥିଲେ ବୋଲି କହିଥିଲେ । ଭିଜିଲାନ୍ସ ନିର୍ଦ୍ଦେଶକ କେ.ବି. ସିଂହ ଘଟଣାର ସଠିକ ତଦନ୍ତ ନ କରି ପ୍ରକାଶଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିବାକୁ ସୁପାରିଶ କରିଥିଲେ । ଏହା ଶାସକଙ୍କ ପ୍ରତି ତାଙ୍କର ଅହେତୁକ ଆନୁଗତ୍ୟ ପ୍ରମାଣିତ କରୁଛି ବୋଲି ହାଇକୋର୍ଟ କହିବା ସହ ଭର୍ତ୍ସନା କରିଥିଲେ । ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଏପରି ଆଚରଣକୁ କୋର୍ଟ ‘ମୋର ଲୟାଲ ଦେନ ଦ କିଙ୍ଗ’ ବୋଲି ବର୍ଣ୍ଣନା କରିଥିଲେ । ଏହାସହ ପ୍ରକାଶଙ୍କ ଭଳି ରାଜ୍ୟର ଜଣେ ପୂର୍ବତନ ଡିଜିପି ତଥା ବର୍ତ୍ତମାନର ସିଆରପିଏଫ ଡିଜିଙ୍କ ମାମଲାର ତଦନ୍ତ ଭାର ଜଣେ ଡିଏସପିଙ୍କୁ ଦିଆଯିବାକୁ କୋର୍ଟ ବିରକ୍ତିକର ବୋଲି ଅଭିହିତ କରିଥିଲେ । ସେତେବେଳେ ପ୍ରକାଶ ନିଜର ପ୍ରତିକ୍ରିୟା ରଖି ପ୍ରକାଶ କରିଥିଲେ ଯେ, ସରକାରଙ୍କ କହିବା ଅନୁସାରେ ନ ଚାଲିବାରୁ ତାଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଯାଇଥିଲା । ନିର୍ବାଚନ ସମୟରେ ଆମ୍ବୁଲାନ୍ସରେ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନକୁ ଟଙ୍କା ପଠାଯାଉଥିଲା । ଯାହାକୁ ସେ ବିରୋଧ କରିଥିଲେ । ଫଳରେ ସରକାର ତାଙ୍କ ଉପରେ ରାଗି ଏପରି ମାମଲା କରିଥିଲେ ବୋଲି କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story