ପ୍ରକାଶ ମିଶ୍ର ମାମଲା: ସୁପ୍ରିମକୋର୍ଟ ଯାଇପାରନ୍ତି ସରକାର

ଭୁବନେଶ୍ୱର: ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଭିଜିଲାନ୍ସ ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ଏକପ୍ରକାର ନିଶ୍ଚିତ। ଓଟିଭିକୁ ମିଳିଥିବା ସୂଚନା ଅନୁଯାୟୀ, ମାମଲା ଖାରଜ୍ ନେଇ ହାଇକୋର୍ଟଙ୍କ ରାୟ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଅପିଲ୍ କରିବେ। ପ୍ରକାଶଙ୍କ ବିରୋଧରେ ଭିଜିଲାନ୍ସ ଦାଏର କରିଥିବା ମାମଲାକୁ ଗତ ଜୁନ୍ ୧୯ ତାରିଖରେ ହାଇକୋର୍ଟ ଖାରଜ କରିଦେଇଥିଲେ। ତେବେ ସୁପ୍ରିମକୋର୍ଟରେ ସରକାରଙ୍କୁ ପ୍ରମାଣ କରିବାକୁ ପଡ଼ିବ ଯେ ପ୍ରକାଶଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲା ଉଦ୍ଦେଶ୍ୟମୂଳକ ନଥିଲା। ସେହିପରି […]

secretariet

secretariet

Rakesh Mallick
  • Published: Friday, 03 July 2015
  • Updated: 03 July 2015, 02:05 PM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଭିଜିଲାନ୍ସ ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବା ଏକପ୍ରକାର ନିଶ୍ଚିତ। ଓଟିଭିକୁ ମିଳିଥିବା ସୂଚନା ଅନୁଯାୟୀ, ମାମଲା ଖାରଜ୍ ନେଇ ହାଇକୋର୍ଟଙ୍କ ରାୟ ବିରୋଧରେ ସରକାର ସୁପ୍ରିମକୋର୍ଟରେ ଅପିଲ୍ କରିବେ। ପ୍ରକାଶଙ୍କ ବିରୋଧରେ ଭିଜିଲାନ୍ସ ଦାଏର କରିଥିବା ମାମଲାକୁ ଗତ ଜୁନ୍ ୧୯ ତାରିଖରେ ହାଇକୋର୍ଟ ଖାରଜ କରିଦେଇଥିଲେ। ତେବେ ସୁପ୍ରିମକୋର୍ଟରେ ସରକାରଙ୍କୁ ପ୍ରମାଣ କରିବାକୁ ପଡ଼ିବ ଯେ ପ୍ରକାଶଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲା ଉଦ୍ଦେଶ୍ୟମୂଳକ ନଥିଲା। ସେହିପରି ସରକାର ଓ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସଂପର୍କରେ କୋର୍ଟ ଯେଉଁ ସବୁ ଟିପ୍ପଣୀ ଦେଇଛନ୍ତି ସେଗୁଡ଼ିକୁ ବି ପ୍ରତ୍ୟାହାର କରି ନେବାକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରାଯାଇପାରେ। କାରଣ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଏହି ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ସରକାର ଉଦ୍ଦେଶ୍ୟ ମୂଳକ ଭାବେ ମାମଲା ରୁଜୁ କରିଥିଲେ। ଏପରିକି ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ କେ.ବି ସିଂହଙ୍କୁ ମଧ୍ୟ ହାଇକୋର୍ଟ ଭର୍ତ୍ସନା କରିଥିଲେ। ସଠିକ୍ ତଦନ୍ତ ନକରି ପ୍ରକାଶଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ସୁପାରିଶ କରିଥିଲେ। ଆଉ ଏହା ଶାସକଙ୍କ ପ୍ରତି ତାଙ୍କର ଅହେତୁକ ଆନୁଗତ୍ୟ ପ୍ରମାଣିତ କରିଛି ବୋଲି ହାଇକୋର୍ଟ ଭର୍ତ୍ସନା କରି କହିଥିଲେ। ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ଏହିଭଳି ଆଚରଣକୁ କୋର୍ଟ ମୋର୍ ଲୟାଲ୍ ଦେନ୍ ଦ କିଙ୍ଗ୍ ବୋଲି ବର୍ଣ୍ଣନା କରିଥିଲେ। ତା’ସହିତ ପ୍ରକାଶଙ୍କ ଭଳି ରାଜ୍ୟର ଜଣେ ପୂର୍ବତନ ଡିଜିପି ତଥା ବର୍ତ୍ତମାନ ସିଆରପିଏଫ୍ ଡିଜିଙ୍କ ମାମଲାର ତଦନ୍ତ ଭାର ଜଣେ ଡିଏସପିଙ୍କୁ ଦିଆଯିବାକୁ କୋର୍ଟ ବିରକ୍ତିକର ବୋଲି ଅଭିହିତ କରିଥିଲେ।

ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ରାୟ ଆସିବା ପରେ ଆଶ୍ୱସ୍ତ ସିଆରପିଏଫ୍ ଡିଜି ପ୍ରକାଶ ମିଶ୍ର କହିଥିଲେ ଯେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ସେ ସରକାରଙ୍କ କହିବା ଅନୁଯାୟୀ ନଚାଲିବାରୁ ତାଙ୍କର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲେ ସରକାର। ସେ ଆହୁରି ମଧ୍ୟ କହିଥିଲେ ନିର୍ବାଚନ ସମୟରେ ଆମ୍ବୁଲାନ୍ସରେ ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନକୁ ଟଙ୍କା ପଠାଯାଉଥିଲା। ତେବେ ସେ ଏହାକୁ ବିରୋଧ କରିଥିଲେ। ତେଣୁ ତାଙ୍କ ଉପରେ ରାଗିଥିଲେ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story