ଯାହା ହୋଇଛି ଭୁଲ୍ ହୋଇଛି: ପ୍ରକୃତି ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ପ୍ରବେଶ କରିବା ଓ ସେଠାରେ ମଜାମସ୍ତି କରିବାର ଭିଡିଓକୁ ନେଇ ଚର୍ଚ୍ଚା ଜୋର ହୋଇଛି। ଏହି ଘଟଣାରେ ଏବେ କ୍ଷମା ମାଗିଛନ୍ତି  ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ କହିଛନ୍ତି ଯେ, ଅନୁମତି ନେଇ ଯାଇଥିଲୁ। କିନ୍ତୁ ସେଠାରେ ଫଟୋ, ଭିଡିଓ ମନା ବୋଲି ଜାଣି ନଥିଲି। ଆମେ ତ’ ଛୁଆମାନେ। ଖୁସିରେ ଫଟୋ ଉଠାଇ ଦେଇଥିଲି ବୋଲି ପ୍ରକୃତି କହିଛନ୍ତି। ତେବେ ଯାହା ହୋଇଛି ଭୁଲ୍ ହୋଇଯାଇଛି। ଭବିଷ୍ୟତରେ ଏମିତି ଆଉ […]

5-90

Tapas Behera
  • Published: Monday, 16 December 2019
  • , Updated: 16 December 2019, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ପ୍ରବେଶ କରିବା ଓ ସେଠାରେ ମଜାମସ୍ତି କରିବାର ଭିଡିଓକୁ ନେଇ ଚର୍ଚ୍ଚା ଜୋର ହୋଇଛି। ଏହି ଘଟଣାରେ ଏବେ କ୍ଷମା ମାଗିଛନ୍ତି  ଅଭିନେତ୍ରୀ ପ୍ରକୃତି ମିଶ୍ର। ସେ କହିଛନ୍ତି ଯେ, ଅନୁମତି ନେଇ ଯାଇଥିଲୁ। କିନ୍ତୁ ସେଠାରେ ଫଟୋ, ଭିଡିଓ ମନା ବୋଲି ଜାଣି ନଥିଲି।

ଆମେ ତ’ ଛୁଆମାନେ। ଖୁସିରେ ଫଟୋ ଉଠାଇ ଦେଇଥିଲି ବୋଲି ପ୍ରକୃତି କହିଛନ୍ତି। ତେବେ ଯାହା ହୋଇଛି ଭୁଲ୍ ହୋଇଯାଇଛି। ଭବିଷ୍ୟତରେ ଏମିତି ଆଉ ହେବନି ବୋଲି ପ୍ରକୃତି କହିଛନ୍ତି। ପୂର୍ବରୁ ମନ୍ତ୍ରୀ ନବକିକିଶୋର ଦାସ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ ନିଜର ପ୍ରତିକ୍ରିୟା ରଖିସାରିଛନ୍ତି।

ନବ କହିଛନ୍ତି ଯେ, ଭିଡିଓ ଦେଖିନି କି ଏ ବାବଦରେ ଜାଣି ନାହିଁ। ଯିଏ ଭିଡିଓରେ ଥଲା ତାକୁ ପଚାରନ୍ତୁ। ମୋ ଝିଅ ଗ୍ରୋନ୍ ଅପ୍ ଗାର୍ଲ। ଆଇନ ତା’ବାଟରେ ଯିବ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଅଭିନେତ୍ରୀ ଏଲିନା ସାମନ୍ତରାୟ କହିଛନ୍ତି ଯେ, ଭୁଲ୍ ହୋଇଛି, କିନ୍ତୁ ମୁଁ ଭୁଲ୍ କରିନି।ମୁଁ ଭିଡିଓ କ୍ୟାପ୍ଚର୍ କରିନି କି ମୋ ସୋଶାଲ ସାଇଟ୍‌ରେ ତାହା ଅପଲୋଡ଼ ହୋଇନି। ନିଷିଦ୍ଧାଞ୍ଚଳରେ ଭିଡିଓ କରାଯିବା ଭୁଲ୍ ହୋଇଛି, କିନ୍ତୁ ମୁଁ ସେ ଭୁଲ୍ କରିନି। କେବଳ ମୋତେ କ୍ୟାପ୍ଚର କରାଯିବା ବେଳେ ମୁଁ ସତର୍କ ନଥିଲି। ପୁଲିସର ସମସ୍ତ ତଦନ୍ତକୁ ସାମ୍ନା କରିବି ବୋଲି ଅଭିନେତ୍ରୀ ଏଲିନା କହିଛନ୍ତି।

ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚଳ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ୩ ଜଣ ଓଡ଼ିଆ ଅଭିନେତ୍ରୀଙ୍କ ସମେତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ସେଠାରେ ନାଚ, ଗୀତ କରୁଥିବାର ଭିଡ଼ିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ,ଲୋଭିନା ନାୟକଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଲି ଦାସଙ୍କୁ ଦେଖିବାକୁ ମିଳିଛି। ନିଷିଦ୍ଧାଞ୍ଚଳରେ କେତୋଟି କାର୍‌ ମଧ୍ୟ ଛିଡ଼ା ହୋଇଥିବା ଭାଇରାଲ ଭିଡିଓରେ ଦେଖାଯାଉଛି । ତେବେ କାହା ଅନୁମତିରେ ସେମାନେ ସେଠାକୁ ଗଲେ ଓ ଫଟୋ ଉଠାଇବାକୁ କିଏ ଅନୁମତି ଦେଲା ତାକୁ ନେଇ ତଦନ୍ତ ଚାଲିଛି।

Related story