ପ୍ରତିଶ୍ରୁତି ଦେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି, ଏଲଆର ଲ’ କଲେଜରେ ଆନ୍ଦୋଳନ ପ୍ରତ୍ୟାହୃତ

ସମ୍ବଲପୁର: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ଅନୁମୋଦନ ପ୍ରସଙ୍ଗ ନେଇ  ସମ୍ୱଲପୁର ଏଲଆର ଲ’ କଲେଜରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହିତ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତିନିଧିମାନଙ୍କ ଆଲୋଚନା ପରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦର ସମାଧାନର ବାଟ ବାହାରିଛି। ୪ ବର୍ଷ ହେଲାଣି ସମ୍ୱଲପୁର ଏଲଆର ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିବିଏ ଓ ଏଲଏଲବି ସେଲଫ୍ ଫାଇନାସିଂ ପାଠ୍ୟକ୍ରମ ଆରମ୍ଭ […]

sbplaw

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 12:46 PM IST

ସମ୍ବଲପୁର: ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)ର ଅନୁମୋଦନ ପ୍ରସଙ୍ଗ ନେଇ  ସମ୍ୱଲପୁର ଏଲଆର ଲ’ କଲେଜରେ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହିତ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରତିନିଧିମାନଙ୍କ ଆଲୋଚନା ପରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ବିବାଦର ସମାଧାନର ବାଟ ବାହାରିଛି।

୪ ବର୍ଷ ହେଲାଣି ସମ୍ୱଲପୁର ଏଲଆର ଲ’ କଲେଜରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିବିଏ ଓ ଏଲଏଲବି ସେଲଫ୍ ଫାଇନାସିଂ ପାଠ୍ୟକ୍ରମ ଆରମ୍ଭ ହୋଇଛି। ତେବେ ଏଯାବତ ଏହାକୁ ବାର୍ କାଉନସିଲ ଅଫ୍ ଇଣ୍ଡିଆର ଅନୁମୋଦନ ମିଳି ନାହିଁ। ତେଣୁ ଶେଷ ବର୍ଷ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରକୁ ନେଇ ଆଶଙ୍କାରେ ପଡ଼ି ଯାଇଥିଲେ। ଏହା ମଧ୍ୟରେ କଲେଜ କର୍ତ୍ତୃପକ୍ଷ ଚଳିତ ଶିକ୍ଷା ବର୍ଷ ନୂଆ ନାମଲେଖା ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।  ଆଉ ଏହାକୁ ବିରୋଧ କରି ଏହି ଦୁଇ ପାଠ୍ୟକ୍ରମର ଛାତ୍ରଛାତ୍ରୀ ମାନେ କଲେଜରେ ତାଲା ପକାଇ ଆନ୍ଦୋଳନ ଚଳାଇଥିଲେ। ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା। ଶେଷରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଏଥିରେ ହସ୍ତକ୍ଷେପ କରିଥିଲା। ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହିତ ହୋଇଥିବା ଆଲୋଚନା ପ୍ରକାରେ ଚଳିତ ବର୍ଷ ମଧ୍ୟ ଏହି ଦୁଇ ସେଲଫ୍ ଫାଇନାନ୍ସ କୋର୍ସରେ ନାମ ଲେଖା ଯିବ। ସେହିପରି ଏହି ଦୁଇ ପାଠ୍ୟକ୍ରମକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଅନୁମୋଦନ ନେଇ ଉଭୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉଦ୍ୟମ କରାଯିବ। ପୁଣି କଲେଜଟି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଥିବା ଯୋଗୁ ଆଗକୁ ସିଧାସଳଖ ବିଶ୍ୱବିଦ୍ୟାଳୟରେ ପରୀକ୍ଷା କରାଯିବ ବୋଲି କୁଳପତି କହିଥିଲେ। ତା’ସହିତ କଲେଜର ଭିତ୍ତିଭୂମି ବିକାଶ ଓ ଅଧ୍ୟାପକ ଏବଂ କର୍ମଚାରୀ ନିଯୁକ୍ତି ପାଇଁ ମଧ୍ୟ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଯାଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Related story