କେତେ ଦିନ ଷ୍ଟ୍ରେଚରରେ ବୁହା ହେବେ ପ୍ରସୂତି?

ତେଲକୋଇ (ଚିନ୍ମୟ ସାହୁ): କେବେ ସୁଧୁରିବ ଏ ବ୍ୟବସ୍ଥା? କେବେ ସୁଗମ ହେବ ଏ ପଥ? କେତେ ଦିନ ଷ୍ଟ୍ରେଚରରେ ବୁହା ହେବେ ପ୍ରସୂତି? କେତେ ଦିନ ରାସ୍ତାରେ ଯନ୍ତ୍ରଣା ପାଇବ ପ୍ରସୂତି? ଏହାର ଉତ୍ତର ଗାଁ ଲୋକଙ୍କ ପାଖରେ ହୁଏତ ନଥିବ। ହେଲେ ପ୍ରଶାସନ ବ୍ୟବସ୍ଥାରେ ଛକି ଶୂନ ଖେଳୁଥିବା ବାବୁମାନଙ୍କ ପାଖରେ ତ ଥିବ? ତାହାହେଲେ କାହିଁକି ଗାଁ ଲୋକଙ୍କ ପାଇଁ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁନି? କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ […]

Telkoi

Telkoi

Manoranjan Sial
  • Published: Thursday, 25 November 2021
  • Updated: 25 November 2021, 05:28 PM IST

Sports

Latest News

ତେଲକୋଇ (ଚିନ୍ମୟ ସାହୁ): କେବେ ସୁଧୁରିବ ଏ ବ୍ୟବସ୍ଥା? କେବେ ସୁଗମ ହେବ ଏ ପଥ? କେତେ ଦିନ ଷ୍ଟ୍ରେଚରରେ ବୁହା ହେବେ ପ୍ରସୂତି? କେତେ ଦିନ ରାସ୍ତାରେ ଯନ୍ତ୍ରଣା ପାଇବ ପ୍ରସୂତି? ଏହାର ଉତ୍ତର ଗାଁ ଲୋକଙ୍କ ପାଖରେ ହୁଏତ ନଥିବ। ହେଲେ ପ୍ରଶାସନ ବ୍ୟବସ୍ଥାରେ ଛକି ଶୂନ ଖେଳୁଥିବା ବାବୁମାନଙ୍କ ପାଖରେ ତ ଥିବ? ତାହାହେଲେ କାହିଁକି ଗାଁ ଲୋକଙ୍କ ପାଇଁ ରାସ୍ତା ଖଣ୍ଡିଏ ତିଆରି ହୋଇପାରୁନି?

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ଶାଗପାଲି ଗାଁର ନବର ମୁଣ୍ଡାଙ୍କ ସ୍ତ୍ରୀ ସୀତା ପ୍ରସବ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲା। ଫୋନ୍‌ କଲ ପାଇ ଆସିଲା ଆମ୍ୱୁଲାନ୍ସ। ହେଲେ ପ୍ରସୂତିଙ୍କ ଘର ପାଖରେ ପହଞ୍ଚି ପାରିଲା ନାହିଁ। ଘରଠାରୁ ପ୍ରାୟ ୩ କିମି ଦୂରରେ ଅଟକିଲା ଆମ୍ୱୁଲାନ୍ସ।

ଶାଗପାଲି ଗାଁକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ରାସ୍ତା ମଝିରେ ପଡ଼ୁଥିବା ମାଲଡା ନଦୀ ଉପରେ ନିର୍ମାଣଧୀନ ପୋଲ କାମ ସରୁନଥିବାରୁ ଅଧା ରାସ୍ତାରେ ଅଟକିଥିଲା ଆମ୍ବୁଲାନ୍ସ। ଫଳରେ ଗର୍ଭବତୀ ସୀତାଙ୍କୁ ତାଙ୍କ ପରିବାର ଲୋକେ ଷ୍ଟ୍ରେଚରରେ ତିନି କିମି ଦୂର ବୋହି ନେଇଥିଲେ। ପରେ ତାଙ୍କୁ ଆମ୍ୱୁଲାନ୍ସରେ ଆଣି ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ସୀତାଙ୍କ ଅବସ୍ଥା ସ୍ଥିର ରହିଛି।

ସୂଚନାରୁ ପ୍ରକାଶ, ନୟାକଟରୁ ଶାଗପାଲିକୁ ସଂଯୋଗ କରୁଥିବା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ଚାଲିଛି। ଇତି ମଧ୍ୟରେ ଚାରି ବର୍ଷ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ସରୁନାହିଁ। ଯେଉଁଥିପାଇଁ ଲୋକମାନେ ଯିବାଆସିବାରେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ବିଶେଷ କରି ରୋଗୀମାନେ ବେଶୀ ଅସୁବିଧାରେ ପଡ଼ୁଛନ୍ତି। ସେମାନଙ୍କୁ ନେବା ପାଇଁ ଆମ୍ୱୁଲାନ୍ସ ଯାଇପାରୁ ନଥିବାରୁ ଷ୍ଟ୍ରେଚର ବା ଭାରରେ ବୋହିବାକୁ ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos