ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨ ବର୍ଷ ପରେ ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପୁରୁଣା ବନ୍ଧୁ ବୀରଭଦ୍ର ସିଂଙ୍କୁ ଭେଟିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବନ୍ଧୁଙ୍କୁ ବୀରଭଦ୍ରଙ୍କୁ ରାଷ୍ଟ୍ରପତି ଭବନ ଯିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ଭବନ ଯିବେ ବୋଲି କହିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ। ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ରାମନାଥ […]

president

president

Manoranjan Sial
  • Published: Sunday, 08 December 2019
  • Updated: 08 December 2019, 04:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଗସ୍ତରେ ଆସିଥିବା ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପୁରୁଣା ବନ୍ଧୁ ବୀରଭଦ୍ର ସିଂଙ୍କୁ ଭେଟିଛନ୍ତି। ଏହି ସମୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବନ୍ଧୁଙ୍କୁ ବୀରଭଦ୍ରଙ୍କୁ ରାଷ୍ଟ୍ରପତି ଭବନ ଯିବା ପାଇଁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ଭବନ ଯିବେ ବୋଲି କହିଛନ୍ତି ପୂର୍ବତନ ସାଂସଦ ବୀରଭଦ୍ର ସିଂ।

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ ଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ରାଷ୍ଟ୍ରପତି ମହୋଦୟ ଷ୍ଟେଜ୍‌ ଉପରେ ବସିଥିଲେ। ଏହି ସମୟରେ ନିଜର ପୁରୁଣା ବନ୍ଧୁ ବୀରଭଦ୍ରଙ୍କୁ ମନେ ପକାଇଥିଲେ। ଆଉ ସଭାସ୍ଥଳରେ ଥିବା ଅନ୍ୟ ଅତିଥିଙ୍କୁ ନିଜ ମନ କଥା କହିଥିଲେ। ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବତନ ସାଂସଦ ବୀରଭଦ୍ର ସିଂଙ୍କ ନାଁ ଧରି ରାଷ୍ଟ୍ରପତି, ଭେଟିବାକୁ ଚାହୁଁଥିବା ଘୋଷଣା କରିଥିଲେ। ସଭା ସରିବା ପରେ ବୀରଭଦ୍ର ସିଂ ରାଷ୍ଟ୍ରପତି କୋବିନ୍ଦଙ୍କୁ ଦେଖା କରିଛନ୍ତି। ଏହି ସମୟରେ ଦୁଇ ସାଥୀ ବହୁ ପୁରୁଣା ସ୍ମୃତି ମନେ ପକାଇଥିଲେ। ଆଉ ରାଷ୍ଟ୍ରପତି ଭବନ ଯିବାକୁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ବୀରଭଦ୍ର ସିଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୂରାତନ ଛାତ୍ର। ସେ ୧୯୬୫ରୁ ୬୭ ମହିହା ପର୍ଯ୍ୟନ୍ତ ଏହି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ। ୨୦୦୦ରୁ ୨୦୦୬ ମଧ୍ୟରେ ସେ ରାଜ୍ୟସଭା ସଭ୍ୟ ଥିଲେ। ଏହି ସମୟରେ ସେ ବନ୍ଧୁ ରାମନାଥ କୋବିନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ। ସେହି ସମୟରେ ଦୁହେଁ ଅନେକ ବିଷୟବସ୍ତୁ ଉପରେ ଆଲୋଚନା କରୁଥିଲେ। ତେବେ ୨୦୦୬ ପରେ ଆଉ ରାଜ୍ୟସଭା ଯାଇପାରିନଥିଲେ ବୀରଭଦ୍ର ସିଂ। ମାତ୍ର କୋବିନ୍ଦ ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯାଇଥିଲେ। ତା’ପରଠାରୁ ରାମନାଥ କୋବିନ୍ଦଙ୍କ ସହିତ ଆଉ ଦେଖାସାକ୍ଷାତ ହୋଇନଥିଲା। ୧୨ ବର୍ଷ ପରେ ସାକ୍ଷାତ ହୋଇଥିବାରୁ ବେଶ୍‌ ଖୁସି ଅନୁଭବ କରୁଛନ୍ତି ବୀରଭଦ୍ର ସିଂ।

ସେ କହିଛନ୍ତି-“୧୨ ବର୍ଷ ପରେ ସାଥୀଙ୍କୁ ଭେଟିବାର ସୁଯୋଗ ମିଳିଥିଲା। ସଭା ସରିଲେ ରାଷ୍ଟ୍ରପତିଙ୍କୁ ଗୋଟିଏ ଗୋଲାପ ଫୁଲ ଦେବାକୁ ଚାହିଁଥିଲି। ସେଥିପାଇଁ ସଭା ଆୟୋଜନ କରୁଥିବା କର୍ମକର୍ତ୍ତାଙ୍କୁ ଅନୁରୋଧ ମଧ୍ୟ କରିଥିଲି। ମାତ୍ର ଏଥିରେ ସେମାନେ ରାଜି ହୋଇନଥିଲେ। ସୌଭାଗ୍ୟର ବିଷୟ ରାଷ୍ଟ୍ରପତି ମୋହଦୟ ମୋର ନାଁ ନେଇ ଡାକିଥିବାରୁ ମୁଁ ବେଶ୍‌ ଖୁସି ଅନୁଭବ କରୁଛି।”

ସେ ଆହୁରି କହିଛନ୍ତି-“ଓଡ଼ିଶାର ଆଦିବାସୀମାନେ ଆସାମ, ଆଣ୍ଡାମାନ ନିକୋବର, ନାଗାଲାଣ୍ଡ ପରି ରାଜ୍ୟରେ ବସବାସ କରୁଛନ୍ତି। ସେମାନେ ମୋର ସମ୍ପର୍କୀୟ ଓ ବନ୍ଧୁବାନ୍ଧବ। ମାତ୍ର ସେମାନେ ଆଦିବାସୀ ନୁହଁନ୍ତି। ଠିକ୍‌ ସେମିତି ବେଙ୍ଗଲରେ ବାସ କରୁଥିବା ହରିଜନମାନେ ଆସାମରେ ବାସ କରୁଛନ୍ତି। ସେମାନେ ମଧ୍ୟ ହରିଜନ ନୁହଁନ୍ତି। ଆମେ ଦୁହେଁ ଯେତେବେଳେ ରାଜ୍ୟସଭାରେ ଥିଲୁ ଏ ସମ୍ପର୍କରେ ବହୁବାର ଆଲୋଚନା କରିଛୁ। ଏହା ଉପରେ ଏକ ବଡ଼ ବିତର୍କର ଆବଶ୍ୟକତା ରହିଛି। ଏଥର ରାଷ୍ଟ୍ରପତି ଭବନ ଗଲେ ମୁଁ ଏ ସମ୍ପର୍କରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ଆଲୋଚନା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos