ଦୋଷ ମାନିଲେ ଶର୍ମିଷ୍ଠା, କିନ୍ତୁ କାହିଁକି ମାରିଲେ କହିଲେନି!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପହରଣ କଲେ। ମାରିଦେଲେ। ପୋତିଦେଲେ। ଏସବୁ କଥା ମାନିଲେ। ହେଲେ କାରଣ କହିଲେନି! ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଦୋଷ ସ୍ୱୀକାର କରି ପୂରା କାହାଣୀ ବର୍ଣ୍ଣନା କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। କିନ୍ତୁ ଏହି ତଦନ୍ତକାରୀ ସଂସ୍ଥା ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ହତ୍ୟାକାଣ୍ଡ ପଛରେ ରହିଥିବା କାରଣ ସମ୍ପର୍କରେ ପଦୁଟିଏ ଲେଖିନି। ପ୍ରଶ୍ନ ଉଠୁଛି, ଜଣେ ଅଭିଯୁକ୍ତ ଦୋଷ ମାନିଥିବା ବେଳେ […]

Sarmista Rout

Sarmista Rout

Manoranjan Sial
  • Published: Friday, 01 April 2022
  • Updated: 01 April 2022, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅପହରଣ କଲେ। ମାରିଦେଲେ। ପୋତିଦେଲେ। ଏସବୁ କଥା ମାନିଲେ। ହେଲେ କାରଣ କହିଲେନି! ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଦୋଷ ସ୍ୱୀକାର କରି ପୂରା କାହାଣୀ ବର୍ଣ୍ଣନା କରିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି। କିନ୍ତୁ ଏହି ତଦନ୍ତକାରୀ ସଂସ୍ଥା ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ହତ୍ୟାକାଣ୍ଡ ପଛରେ ରହିଥିବା କାରଣ ସମ୍ପର୍କରେ ପଦୁଟିଏ ଲେଖିନି। ପ୍ରଶ୍ନ ଉଠୁଛି, ଜଣେ ଅଭିଯୁକ୍ତ ଦୋଷ ମାନିଥିବା ବେଳେ କାହିଁକି ଏଭଳି କାଣ୍ଡ କଲେ, ତାହା କ’ଣ କହିଲେ ନାହିଁ? ନା ଏମିତି କିଛି କାରଣ କହିଛନ୍ତି, ଯାହା କ୍ରାଇମବ୍ରାଞ୍ଚକୁ ବି ଅଡ଼ୁଆରେ ପକାଇଛି?

କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଜେରା ବେଳେ ଶର୍ମିଷ୍ଠା କହିଥିଲେ ଯେ ଫେବ୍ରୁଆରୀ ୭ ତାରିଖରେ ରଞ୍ଜନ ନାଏକ, ଝୁନା ଭୋଇ, ଭାଗ୍ୟଧର ନାୟକ ଓ ନିଲୁ ଓରଫ ବିବେକ ସହିତ ମିଶି ସେ ତାଙ୍କ କାରରେ ମାନସ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରରୁ ଅପହରଣ କରିଥିଲେ। ସେମାନେ ମାନସଙ୍କୁ ଭୁବନେଶ୍ୱରର ଏୟାରଫିଲ୍ମ ଥାନା ଅନ୍ତର୍ଗତ ଦୟାଲ ଆଶ୍ରମକୁ ଆଣିଥିଲେ। ମଧ୍ୟାହ୍ନ ସୁଦ୍ଧା ସେମାନେ ଦୟାଲ ଆଶ୍ରମରେ ପହଞ୍ଚି ଯାଇଥିଲେ। ସେମାନେ ଆଶ୍ରମରେ ମାନସଙ୍କୁ ନିସ୍ତୁକ ପିଟିଥିଲେ। ମାନସଙ୍କ ମୃତ୍ୟୁ ହୋଇଯିବା ପରେ ୮ ତାରିଖ ଅପରାହ୍ଣରେ ତାଙ୍କ (ଶର୍ମିଷ୍ଠାଙ୍କ) କାରରେ ମୃତଦେହକୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳକୁ ନେଇଥିଲେ। ସେଠାରେ ସେଦିନ ସନ୍ଧ୍ୟାରେ ମୃତଦେହକୁ ପୋତି ଦେଇଥିଲେ। ମୃତଦେହକୁ ପୋତିବା ପରେ ସେମାନେ ଚଣ୍ଡିଖୋଲ ଯାଇ ସେଠାରୁ ଦୁଇ କିଲୋମିଟର ଦୂରରେ ଦଇତାରୀ-ପାରାଦୀପ ଏକ୍ସପ୍ରେସ୍ ହାଇୱେ ପାଖରେ ମୃତଦେହକୁ ପୋତିବା ପାଇଁ ଗାତ ଖୋଳିବାକୁ ବ୍ୟବହାର କରାଯାଇଥିବା ଗଇଁତି, ଫାଉଡ଼ା ସହିତ ଏକ ଅଖା ଓ ଶାଢ଼ି ଫୋପାଡ଼ି ଦେଇଥିଲେ।

ହତ୍ୟା ପରେ ଝୁନା ଭୋଇଙ୍କ ସହିତ ଶର୍ମିଷ୍ଠା ଭୁବନେଶ୍ୱର ଏକ ନମ୍ୱର ମାର୍କେଟକୁ ଯାଇ ଅଖା, ଗ୍ଲୋବ୍ସ ଓ ସୁତୁଲି କିଣିଥିଲେ। ନୟାଗଡ଼ ଅଭିମୁଖେ ଯାଉଥିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ। ସେହିପରି ଶର୍ମିଷ୍ଠାଙ୍କ ସହଯୋଗୀ ଭାଗ୍ୟଧର ନାୟକ ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଏବଂ ଗଇଁତି କିଣିଥିଲେ। ଏହା ପରେ ମୃତଦେହକୁ ପୋତିବା ପାଇଁ ସ୍ଥାନ ସ୍ଥିର କରିଥିଲା। ନିଷ୍ପତ୍ତି ଅନୁସାରେ ଭାଗ୍ୟଧର ନାୟକଙ୍କ ଗାଁ ରଣପୁର ଥାନା ବଧିପାଟଣାଠାରୁ ଦୁଇରୁ ତିନି କିମି ଦୂରରେ ମାନସଙ୍କ ମୃତଦେହ ପୋତି ଦେଇଥିଲେ।

ଆଜି ଶର୍ମିଷ୍ଠାଙ୍କୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା କ୍ରାଇମବ୍ରାଞ୍ଚ। ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଶର୍ମିଷ୍ଠାଙ୍କୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପଳାସପୁର ଗାଁକୁ ଯାଇଥିଲା। ଫେବ୍ରୁଆରୀ ୬ ତାରିଖରେ ଶର୍ମିଷ୍ଠା ଅନ୍ୟ ଅଭିଯୁକ୍ତମାନଙ୍କ ସହିତ କେଉଁ ରାସ୍ତା ଦେଇ ପଳାସପୁର ଗାଁରେ ରାତିରେ ପହଞ୍ଚିଥିଲେ, ୭ ତାରିଖ ସକାଳ ପର୍ଯ୍ୟନ୍ତ କେଉଁଠି ଅପେକ୍ଷା କରିଥିଲେ ଓ ମାନସଙ୍କୁ କେମିତି ଅପହରଣ କରିଥିଲେ, ତାହା ଦେଖାଇଥିଲେ ଓ ବର୍ଣ୍ଣନା କରିଥିଲେ। ସେହିପରି ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମ ନିଆଯାଇ ସିନ୍‌ ରିକ୍ରିଏସନ୍ କରାଯାଇଥିଲା। ତା’ପରେ ତାଙ୍କୁ ନୟାଗଡ଼ର ସେହି ସ୍ଥାନକୁ ନିଆଯାଇଥିଲା, ଯେଉଁଠି ମାନସଙ୍କ ମୃତଦେହକୁ ପୋତା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story