ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ରେ ଜୁନିୟରଙ୍କ ସାର୍ଟ, ପ୍ୟାଣ୍ଟ୍‌ ଖୋଲି ନଚାଇଲେ ସିନିୟର

ସମ୍ୱଲପୁର (ସଞ୍ଜୟ ଜେନା): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(VSSUT) ହଷ୍ଟେଲ୍‌ରେ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଦୁଇଟି ଭିଡିଓ ସାମ୍ନାକୁ ଆସିବା ପରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇଟି ଭିଡିଓ ମଧ୍ୟରୁ ଗୋଟିକରେ ୫୦ରୁ ଅଧିକ ଛାତ୍ରଙ୍କୁ ୧୦୦ରୁ ଅଧିକ ଛାତ୍ର ରାଗିଂ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଉକ୍ତ ୫୦ ଜଣ ହେଉଛନ୍ତି ଦ୍ୱିତୀୟ ବର୍ଷର ଛାତ୍ର। ସେହିପରି […]

sambalpur

sambalpur

Jitendra Garnayak
  • Published: Thursday, 22 August 2019
  • Updated: 22 August 2019, 07:25 PM IST

Sports

Latest News

ସମ୍ୱଲପୁର (ସଞ୍ଜୟ ଜେନା): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(VSSUT) ହଷ୍ଟେଲ୍‌ରେ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଦୁଇଟି ଭିଡିଓ ସାମ୍ନାକୁ ଆସିବା ପରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଦୁଇଟି ଭିଡିଓ ମଧ୍ୟରୁ ଗୋଟିକରେ ୫୦ରୁ ଅଧିକ ଛାତ୍ରଙ୍କୁ ୧୦୦ରୁ ଅଧିକ ଛାତ୍ର ରାଗିଂ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଉକ୍ତ ୫୦ ଜଣ ହେଉଛନ୍ତି ଦ୍ୱିତୀୟ ବର୍ଷର ଛାତ୍ର। ସେହିପରି ଅନ୍ୟ ଭିଡିଓଟିରେ ନବାଗତ ଛାତ୍ରମାନଙ୍କୁ ରାଗିଂ କରାଯାଉଥିବା ଦେଖିବାକୁ ମିଳିଛି। ଏଥିରେ ସେମାନଙ୍କ ସାର୍ଟ ଚିରି ସେମାନଙ୍କୁ ଅପମାନିତ କରାଯାଇଛି।

ଭିଏସ୍‌ଏସ୍‌ୟୁଟି ହେଉଛି ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଗିଂକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଥମ ବର୍ଷର ଛାତ୍ରଙ୍କୁ ଏକ ସ୍ୱତନ୍ତ୍ର ହଷ୍ଟେଲ୍‌ରେ ରଖନ୍ତି। ତା’ପର ବର୍ଷ ଅର୍ଥାତ୍‌ ଦ୍ୱିତୀୟ ବର୍ଷରେ ଏହି ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌କୁ ସ୍ଥାନାନ୍ତର କରାଯାଇଥାଏ, ଯେଉଁଠି ତୃତୀୟ ଓ ଚତୁର୍ଥ ବର୍ଷ ଛାତ୍ରମାନେ ରହନ୍ତି। ଏ ବର୍ଷ ବି ସେମିତି କରାଯାଇଥିଲା। ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କୁ କମନ୍‌ ହଷ୍ଟେଲ୍‌ରେ ସ୍ୱାଗତ କରିବା ପାଇଁ ସିନିୟରମାନେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ତେବେ ସ୍ୱାଗତ ଉତ୍ସବ ସରିବା ପରେ ସିନିୟରମାନେ ହଷ୍ଟେଲ୍ ବାହାରେ ତିଆରି କରାଯାଇଥିବା ଷ୍ଟେଜ୍‌ରେ ଜୁନିୟରମାନଙ୍କୁ ଅପମାନିତ କରିଥିଲେ। ଜୁନିୟର ଛାତ୍ରଙ୍କ ସାର୍ଟ, ପ୍ୟାଣ୍ଟ ଖୋଲି ଛିଡ଼ା କରାଇଥିଲେ। ଅନ୍ତଃବସ୍ତ୍ର ପିନ୍ଧି ସେମାନଙ୍କୁ ନାଚ କରିବାକୁ କହିଥିଲେ। ଏପରିକି ସେମାନଙ୍କୁ ମାଡ଼ ମଧ୍ୟ ମରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ସେହିପରି ହଷ୍ଟେଲ୍‌ ସିଡ଼ିରେ ସେମାନଙ୍କୁ ଦୌଡ଼ାଇଥିଲେ। ଭିଡିଓରେ ପିଲାମାନେ ସିଡ଼ିରେ ଦୌଡ଼ୁଥିବା ଦେଖିବାକୁ ମିଳିଛି।

ସେହିପରି ଅନ୍ୟ ଭିଡିଓଟିରେ ପ୍ରଥମ ବର୍ଷର ଛାତ୍ରଙ୍କ ସାର୍ଟ ଚିରି ଦିଆଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। କିଛି ସିନିୟର ଏ କାର୍ଯ୍ୟ କରୁଥିବା ବେଳେ ଆଉ କିଛି ଏ ଦୃଶ୍ୟ ଉପଭୋଗ କରୁଥିଲେ। ମାତ୍ର ଜଣେ ହେଲେ ପ୍ରତିବାଦ କରିନଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦ୍ୱିତୀୟ ବର୍ଷର ଛାତ୍ରମାନେ ଏପରି ନିର୍ଯାତନାର ଶିକାର ହୋଇଥିଲେ ସୁଦ୍ଧା ସେମାନଙ୍କ ଅଭିଭାବକମାନଙ୍କୁ ଜଣାଇ ନାହାନ୍ତି। ଏପରିକି ଘଟଣା ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପାଖରେ ବି ଅଭିଯୋଗ କରିନାହାନ୍ତି। ଏହାକୁ ନେଇ ଶିକ୍ଷାବିତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ସୂଚନାରୁ ପ୍ରକାଶ, ରାଗିଂ ରୋକିବା ପାଇଁ ପ୍ରତ୍ୟେ କଲେଜ୍‌ ଓ ବିଶ୍ୱବିଦ୍ୟାଳୟରେ ‘ଆଣ୍ଟି ରାଗିଂ ସେଲ୍‌’ ଗଠନ କରାଯାଇଛି। ଏହା ସତ୍ତ୍ୱେ ରାଜ୍ୟର ଏକ ପ୍ରତିଷ୍ଠିତ ବୈଷୟିକ ବିଶ୍ୱବିଦ୍ୟାଳୟରେ ହଷ୍ଟେଲ୍‌ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ କରାଗଲା। ପ୍ରଶ୍ନ ଉଠୁଛି, ଯଦି ହଷ୍ଟେଲ୍‌ରେ ୱେଲ୍‌କମ୍ ସେରିମନି କରାଯାଉଥିଲା, ତା’ହେଲେ ହଷ୍ଟେଲ୍‌ ୱାର୍ଡେନ୍‌ ଓ ଭିସି କ’ଣ କରୁଥିଲେ? କାରଣ ୱେଲ୍‌କମ୍ ସେରିମନି ସମୟରେ ଏମାନେ ଉପସ୍ଥିତ ରହିବାର ନିୟମ ରହିଛି। ଏହାର ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story