ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଗତକାଲି କୁଳପତିଙ୍କ ଅଫିସ୍ ଆଗରେ ବିକ୍ଷୋଭ କରିଥିବା ବେଳେ ଆଜି ମୁଖ୍ୟ ଫାଟକ ଆଗରେ ଛାତ୍ରମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ସେପଟେ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ କଲେଜ ଗୁଡିକରେ କ୍ୟାମ୍ପେନିଂ ଜୋରସୋରରେ ଚାଲିଛି ।
ଅନ୍ୟପଟେ ସୋମବାର ବାଣୀବିହାର ଅଧିକ ଅଶାନ୍ତ ହୋଇପାରେ ବୋଲି ଆଭାସ ମିଳିଛି । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବାଣୀବିହାରରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ପିଜି କାଉନ୍ସିଲ ବୈଠକରେ ନିଷ୍ପତ୍ତି ପରେ ଛାତ୍ରମାନେ ନିର୍ବାଚନ କରିବା ଦାବିରେ ଏପରି ଧାରଣା ଦେଇଛନ୍ତି।
ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ ରାଜଧାନୀର ଅନ୍ୟ କଲେଜ ଓ ବିଶ୍ୱବିଦ୍ୟାଳୟରେ ଜୋର୍ ଧରିଲାଣି ପ୍ରଚାର।
ନିଜ ନିଜ ସମର୍ଥକମାନଙ୍କୁ ଏକଜୁଟ୍ କରିବାରେ ଲାଗି ପଡିଛନ୍ତି ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସହଯୋଗୀ ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ଥିବାରୁ ହାତରେ ଗିଫ୍ଟ ଓ ଚକ୍ଲେଟ୍ ଧରି ହୋମ୍ କ୍ୟାମ୍ପେନିଂ କରିବାରେ ବ୍ୟସ୍ତ ସମସ୍ତେ। ତେବେ ଫୋକସ୍ରେ ରହିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ଏଥର ଏଠାରେ ତ୍ରିମୁଖୀ ଲଢ଼େଇ ହେବ। ବିଶ୍ୱ ବିଦ୍ୟାଳୟର ପ୍ରମୁଖ ସମସ୍ୟା ସାଙ୍ଗକୁ ଦ୍ୱିତୀୟ କ୍ୟାମ୍ପସ ପ୍ରସଙ୍ଗକୁ ଆଶାୟୀ ପ୍ରାର୍ଥୀମାନେ ମୁଖ୍ୟ ମୁଦ୍ଦା କରି ସମର୍ଥକ ଗୋଟାଇବାରେ ଲାଗିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।