ଦରମା ବୃଦ୍ଧି ଓ ବୋନସ୍ ଦାବିରେ ଆପୋଲୋ ହସପିଟାଲ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ୱର: ଦରମା ବୃଦ୍ଧି ଓ ବୋନସ୍ ଦାବିରେ ଭୁବନେଶ୍ୱର ଆପୋଲୋ ହସପିଟାଲ କର୍ମଚାରୀମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହା ସହ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଏହି ଆନ୍ଦୋଳନ ଯୋଗୁଁ ହସପିଟାଲରେ ରୋଗୀ ସେବା ପ୍ରଭାବିତ ହୋଇଛି।

ଆନ୍ଦୋଳନକାରୀ ରାଜେଶ କୁମାର ପଣ୍ଡା କହିଛନ୍ତି,“ଦୁଇ ବର୍ଷ ହେଲା  ବୋନସ ୨୦ ପ୍ରତିଶତ ମିଳୁଥିଲା। ଏଥର ବୋନସ ୧୨ ପ୍ରତିଶତ ମିଳିଛି।  ସେଥିପାଇଁ ଆପୋଲୋ ହସପିଟାଲର ସମସ୍ତ କର୍ମଚାରୀ ଏହାକୁ ବିରୋଧ ହୋଇ  କାର୍ଯ୍ୟବନ୍ଦ କରିଛୁ। ଆମକୁ ୨୦ ପ୍ରତିଶତ ବୋନସ ଦିଆଯାଉ ବୋଲି ଦାବି କରୁଛୁ।”